PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଟ୍ରେନର ଜେନେରାଲ ବଗିରେ ଆଉ ଲାଗିବନି ଝଗଡା,ଏବେ ଆରାମରେ ମିଳିବ ସିଟ୍

ନୂଆଦିଲ୍ଲୀ,୨୬।୭: ଭାରତୀୟ ରେଲଓ୍ବେ ପ୍ରଥମ ଥର ଟିକେଟ ପାଇଁ ବାୟୋମେଟ୍ରିକ ସିଷ୍ଟମ ବ୍ୟବହାର କରିବାକୁ ଯାଉଛି। ରେଲସ୍ବେ ମନ୍ତ୍ରଣାଳୟ ଅଣସଂରକ୍ଷିତ ବଗି କିମ୍ବା ଜେନେରାଲ ବଗିରେ ବାୟୋମେଟ୍ରିକ ସିଷ୍ଟମରୁ ଟିକେଟ ଦେବାର ଆରମ୍ଭ କରିବାକୁ ଯାଉଛନ୍ତି। ଏହାଦ୍ବାରା ଯାତ୍ରୀଙ୍କୁ ସିଟ୍ ମିଳିବାରେ ସହଜ ହେବ। ପ୍ଲାଟଫର୍ମରେ ଟିକେଟ ନେବା ଓ ଟ୍ରେନ ଧରିବା ଓ ଅସାମାଜିକ ତତ୍ତ୍ବଙ୍କ  ମନମାନୀରୁ ଏହାଦ୍ବାରା ମୁକ୍ତି ମିଳିଯିବ। ଏହି ପାଇଲଟ୍ ପ୍ରୋଜେକ୍ଟ ଓ୍ବେଷ୍ଟର୍ଣ୍ଣ ରେଲଓ୍ବେ ଡିଭିଜନ ମୁମ୍ବାଇ ସେଣ୍ଟ୍ରାଲ ଓ ବାନ୍ଦ୍ରା ଟର୍ମିନସ ଉପରେ ପ୍ରଥମେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଦୁଇଟି ଷ୍ଟେସନରେ ୨-୨ଟି ବ୍ରାୟୋମେଟ୍ରିକ ମେସିନ୍ ଲଗାଯିବ।

ଜେନେରାଲ ବଗି ପାଇଁ ଟିକେଟ କିଣୁଥିବା ଯାତ୍ରୀଙ୍କୁ ବାୟୋମେଟ୍ରିକ ମେଶିନ ଉପରେ ନିଜର ଫିଙ୍ଗରପ୍ରିଣ୍ଟ ଦେବାକୁ ହେବ। ଏହାପରେ ତାଙ୍କୁ ଏକ ଟୋକନ ଜେନେରେଟ୍ କରାଯିବ। ଏହି ଟୋକନ ନମ୍ବର ପ୍ରତି ଜେନେରାଲ କ୍ଲାସର କୋଚ ସିଟର ନମ୍ବର କ୍ରମରେ ଆର୍ଲଟ କରିଦିଆଯିବ। ଏହାପରେ ଯାତ୍ରୀ ନିଜର ଟୋକନ ନମ୍ବରର କ୍ରମରେ ଏକ ଲାଇନରେ ଠିଆ ହେବେ। ଜଣେ ଆରପିଏଫ୍ ଷ୍ଟାଫ୍ ଏଣ୍ଟ୍ରି ପଏଣ୍ଡରେ ଠିଆ ହେବେ। ଯିଏ ଟୋକନର ସିରିୟଲ ନମ୍ବର ଚେକ୍ କରିବେ ଓ ପାସେଞ୍ଜରଙ୍କୁ ସେହି ଅର୍ଡରରେ କୋଚରେ ଆସିବାକୁ ଦେବେ।

ମୁମ୍ବାଇ ସେଣ୍ଟ୍ରାଲରେ ଚାଲୁଥିବା ଅମରାବତୀ ଏକ୍ସପ୍ରେସ, ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ, କର୍ଣ୍ଣାବତୀ ଏକ୍ସପ୍ରେଦ, ଗୁଜରାଟ ମେଲ,ଗୋଲଡେନ୍ ଟେମ୍ପଲ ମେଲ। ବାନ୍ଦ୍ରା ଟର୍ମିନସରୁ ଚାଲୁଥିବା ପଶ୍ଚିମ ଏକ୍ସପ୍ରେସ, ଅମରାବତୀ ଏକ୍ସପ୍ରେସ, ଅବଧ ଏକ୍ସପ୍ରେସ, ମହାରାଷ୍ଟ୍ର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଏହା ଲାଗୁ କରାଯିବ।

ସମ୍ବନ୍ଧିତ ଖବର