PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସେନାମୁଖ୍ୟଙ୍କ ବୟାନ: ପାକ୍‌ ଦୁଃସାହସର ଉଚିତ ଜବାବ ଦିଆଯିବ

ନୂଆଦିଲ୍ଲୀ,୧୩ା୭(ଏଜେନ୍ସି): ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନକୁ ତାର ହରକତ ପାଇଁ ସତର୍କ କରାଇଛନ୍ତି । ପାକିସ୍ତାନ ଯଦି କୌଣସି ଦୁଃସାହସ କରିବ ତେବେ ତାକୁ ଉଚ୍ଚିତ୍‌ ଜବାବ ଦିଆଯିବ ବୋଲି ସେ କହିଛନ୍ତି । କୌଣସି ପ୍ରକାର ଆତଙ୍କୀ ଗତିବିଧିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ସେନାମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ବାରମ୍ବାର ଭାରତର ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି । କିନ୍ତୁ, ଆମ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତୀୟ ସେନା ଦୃଢ଼ ଭାବେ ସୀମା ଜଗି ରହିଛନ୍ତି । ଏଥିରେ ଆଦୌ ବି ସନ୍ଦେହ ନାହିଁ କି ପ୍ରତିଟି ଦୁଃସାହସିକ କାର୍ଯ୍ୟ ପାଇଁ ଆତଙ୍କୀମାନଙ୍କୁ ଉଚିତ୍‌ ଜବାବ ଦିଆଯିବ । ଉରି ଆକ୍ରମଣ ପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଏବଂ ପୁଲୱାମା ଆକ୍ରମଣ ପରେ କରାଯାଇଥିବା ଏୟାର ଷ୍ଟ୍ରାଇକ ଆତଙ୍କବାଦ ନିପାତରେ ଭାରତୀୟ ସେନାର ସଂକଳ୍ପବଦ୍ଧତା ଏବଂ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ଦର୍ଶାଉଥିବା ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର