ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଏସ୍‌ସିବିରେ କାଡାଭରିକ୍‌ କିଡ୍‌ନୀ ପ୍ରତିରୋପଣ: ବିଶ୍ୱଜିତ୍‌ଙ୍କ କିଡ୍‌ନୀରେ ସୁନୀଲ ପାଇଲେ ନୂଆ ଜୀବନ

Published By : Prameya | June 9, 2025 8:47 AM

କଟକ,୦୯/୦୬: ଏସ୍‌ସିବି  ମେଡିକାଲ୍‌ରେ ରବିବାର ଆଉ ଏକ  କାଡାଭରିକ୍‌ କିଡ୍‌ନୀ ପ୍ରତିରୋପଣ  ହୋଇଛି । ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ  ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା  ଅନୁଗୁଳ ଅଞ୍ଚଳର ବିଶ୍ୱଜିତ୍‌ ଦାସ  (୨୮) ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ମଧ୍ୟ ତାଙ୍କ କିଡ୍‌ନୀରେ ଦୁଇ ଜଣ କିଡ୍‌ନୀ ଫେଲ୍ୟୁଅର୍‌ ରୋଗୀ  ନୂଆ ଜୀବନ ପାଇଛନ୍ତି । ବିଶ୍ୱଜିତ୍‌ଙ୍କ ବ୍ରେନ୍‌ ଡେଡ୍‌ ପରେ ପରିବାର ଲୋକେ ସମ୍ମତି ପ୍ରକାଶ କରିବାରୁ ଦୁଇ ଜଣ  ନୂଆ ଜୀବନ ପାଇବାର ସମ୍ଭାବନା ସୃଷ୍ଟି  ହୋଇଥିଲା । ଏସ୍‌ସିବି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍‌ ଟିମ୍‌ ଭୁବନେଶ୍ୱରର ଉକ୍ତ ଘରୋଇ  ହସ୍ପିଟାଲ୍‌ରେ ପହଞ୍ଚି ବିଶ୍ୱଜିତଙ୍କ ଶରୀରରୁ କିଡ୍‌ନୀ ଆଣି ତତ୍ପରତାର ସହିତ ଗ୍ରୀନ୍‌ କରିଡର୍‌ରେ କଟକରେ  ପହଞ୍ଚିଥିଲେ । ନୂଆ ଜୀବନ ପାଇବା  ଆଶାରେ ଅପେକ୍ଷାରତ ଜଗତସିଂହପୁର  ଅଞ୍ଚଳର ସୁନୀଲ ନାୟକ(୩୫) ଙ୍କ ଶରୀରରେ ଏହା ପ୍ରତିରୋପଣ  କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ  ଏହି କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଚାଲିଥିଲା ବୋଲି  ଏସ୍‌ସିବି ସୂତ୍ରରୁ ସୂଚନା ମିଳିଛି । 

ଅନୁଗୁଳର ବିଶ୍ୱଜିତ୍‌ ଏକ  ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଗତ ୩୧ ତାରିଖରୁ ଚିକିତ୍ସିତ ହୋଇଆସୁଥିଲେ । ଦୀର୍ଘ ସପ୍ତାହେ ଧରି ସେ ଚିକିତ୍ସିତ ହୋଇଆସୁଥିଲେ ହେଁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସିନଥିଲା। ରବିବାର  ଡାକ୍ତର ଟିମ୍‌ ସମସ୍ତ ଭରସା ହରାଇ  ବସିଥିଲେ । ବଞ୍ଚିବାର ଆଶା ନଥିବାରୁ ପରିବାର ଲୋକେ ପୁଅର କିଡ୍‌ନୀ ଦାନ କରିବା ପାଇଁ ସମ୍ମତି ପ୍ରକାଶ  କରିଥିଲେ । ନୋଟୋ ଏବଂ ସୋଟୋର  ଅନୁମୋଦନ କ୍ରମେ ଏସ୍‌ସିବିରେ କିଡ୍‌ନୀ  ପ୍ରତିରୋପଣ ପାଇଁ ଅପେକ୍ଷାରେ ଗତ  ୫ ବର୍ଷ ହେଲା ରହିଥିବା ସୁନୀଲଙ୍କ  ସମେତ ଆଉ ଦୁଇ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିଲା । ଅନ୍ୟ ଦୁଇ ଜଣ କିଡ୍‌ନୀ ଫେଲ୍ୟୁଅର  ରୋଗୀଙ୍କର ଶାରୀରିକ ସମସ୍ୟା ଥିବାରୁ  ସେମାନେ ଟ୍ରାନ୍ସପ୍ଲାଣ୍ଟ୍‌ ପାଇଁ ଅନୁପଯୁକ୍ତ  ହୋଇଥିଲେ । ଫଳରେ ସୁନୀଲଙ୍କ  ଶରୀରରେ ପ୍ରତିରୋପଣର ସମ୍ଭାବନା  ସୃଷ୍ଟି ହୋଇଥିଲା । ସୁନୀଲ ପରୀକ୍ଷାରେ  ଫିଟ୍‌ ଥିବାରୁ ରବିବାର ରାତି ୧୦ଟା ବେଳକୁ ତାଙ୍କର କିଡ୍‌ନୀ ପ୍ରତିରୋପଣ ଆରମ୍ଭ  ହୋଇଥିଲା । ଟ୍ରାନ୍ସପ୍ଲାଣ୍ଟ ଟିମ୍‌ରେ  ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର  ଡ. ସମୀର ସ୍ୱାଇଁ, ନେଫ୍ରୋଲୋଜି ବିଭାଗ  ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ  ସମେତ ୟୁରୋଲୋଜି ବିଭାଗର ଅନ୍ୟ  ବିଶେଷଜ୍ଞମାନେ ନିୟୋଜିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.