ମହିଳା ଜଣକ ଅନଲାଇନରେ ଭିକ ମାଗି ୧୭ ଦିନରେ ରୋଜଗାର କରିଲେ ୩୫ଲକ୍ଷ ଟଙ୍କା, ସ୍ବାମୀ ଜାଣିବା ପରେ ହେଲା…

ଲୋକମାନେ ଟଙ୍କା ପାଇଁ କିଛି ବି କରିଦେବି। ସେ ମହିଳା ହୁଅନ୍ତୁ କି ପୁରୁଷ। ସବୁ ସୀମା ଟପି ଯାଇପାରିବେ ଏମାନେ। ଏଭଳି ଏକ ଘଟଣା ଘଟିଛି ସଂଯୁକ୍ତ ଆରବ ଏମିରେତରେ। ମହିଳା ଜଣକ ଟଙ୍କା ପାଇଁ ସୋସିଆଲ ମିଡ଼ିଆ ମାଧ୍ୟମରେ ଏମିତି କିଛି କାମ କରିଛନ୍ତି ଯେ ଯେଉଁପାଇଁ ସେ ଏବେ ଥାନା ହାଜତରେ ଦିନ କାଟୁଛନ୍ତି।
ମହିଳାଙ୍କ ବିରୁଧରେ ଏକ ଅଭିଯୋଗ ଆସିଛି କି, ସୋସିଆଲ ମିଡ଼ିଆରେ ସେ ନିଜକୁ ଏକ ଅସଫଳ ବିବାହର ଶିକାର ହୋଇଛନ୍ତି ବୋଲି କହିଛନ୍ତି। ତା ସହିତ ପିଲାମାନଙ୍କର ଲାଳନପାଳନ ପାଇଁ ଲୋକଙ୍କଠାରୁ ଆର୍ଥିକ ସାହାଯ୍ୟ ମାଗିଛନ୍ତି। ଏଭଳି କାମ କରି ୧୭ଦିନ ଭିତରେ ପ୍ରାୟ ୩୫ଲକ୍ଷ ଟଙ୍କା ଏକଜୁଟ କରିଛନ୍ତି।

ଦୁବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି ଷଟ, ମହିଳା ଜଣକ ଟଙ୍କା ଏକଜୁଟ କରିବା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ବିଟରର ସାହାଯ୍ୟ ନେଇଛନ୍ତି ଏବଂ ଏହି ମାଧ୍ୟମରେ ଲୋକମାନଙ୍କୁ ଠକିଛନ୍ତି। ଏଥିପାଇଁ ମହିଳା ଜଣକ ସୋସିଆଲ ମିଡ଼ିଆରେ ନିଜ ଆକାଉଣ୍ଟ ନମ୍ବର ବି ଦେଇଛନ୍ତି। କେବଳ ଏତିକି ନୁହେଁ ସୋସିଆଲ ମିଡ଼ିଆରେ ନିଜ କୁନି କୁନି ପିଲାମାନଙ୍କର ଫଟୋ ଛାଡ଼ି ସେମାନଙ୍କ ଲାଳନପାଳନ ପାଇଁ ଲୋକଙ୍କଠାରୁ ଆର୍ଥିକ ସାହାଯ୍ୟ ମାଗିଛନ୍ତି।
ଦୁବାଇ ପୁଲିସର ଅପରାଧିକ ଯାଞ୍ଚ ବିଭାଗର ନିର୍ଦେଶକ ବିଗ୍ରେଡିଅର ଜମାଳ ଅଲ ଅଲେମ ଅଳ ଉଲ୍ଲାଫାଙ୍କ ମୁତାବିକ, ମହିଳା ଜଣକ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଏବେ ପିଲାମାନଙ୍କୁ ମହିଳା ଜଣକ ହିଁ ଲାଳନପାଳନ କରୁଛନ୍ତି। ମାତ୍ର ସେ ପିଲାମାନଙ୍କ ପାଖରେ ମିଶିକି ରହୁଛନ୍ତି ବୋଲି ତାଙ୍କ ପୂର୍ବ ସ୍ବାମୀ କହିଛନ୍ତି ।

ରିପୋର୍ଟସ ଅନୁସାରେ, ମହିଳାଙ୍କ ପୂର୍ବ ସ୍ବାମୀଙ୍କୁ ତାଙ୍କର କିଛି ସାଙ୍ଗ ଓ ସମ୍ପର୍କୀୟମାନେ ଫୋନ କରି କହିଛନ୍ତି କି, ତାଙ୍କ ପୂର୍ବ ସ୍ତ୍ରୀ ପିଲାମାନଙ୍କ ଫଟୋ ବ୍ୟବହାର କରି ଏଭଳି ଭିକ ମାଗୁଛନ୍ତି। ସ୍ବାମୀଙ୍କ ଅଭିଯୋଗ ପରେ ପୁଲିସ ମହିଳାଙ୍କୁ ଗିରଫ କରିଛି। ପୁଲିସ କହିବାନୁସାରେ, ଦୁବାଇରେ ଅନଲାଇନ ଭିକ ମାଗିବ ଅପରାଧ। ଏହା ଉପରେ ଜରିମାନା ବି ଲଗାଯାଇପାରିବ।