PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆନନ୍ଦପୁର ବିଧାୟକଙ୍କ ନାଁରେ ମାମଲା, ବିଜେପି ସଦସ୍ୟାଙ୍କୁ ଅଶାଳୀନ ବକ୍ତବ୍ୟ ସହିତ ଜୀବନରୁ ମାରି ଦେବାକୁ ଦେଇଥିଲେ ଧମକ…

କେନ୍ଦୁଝର, ୦୬/୦୨: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥି ସେଠୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଆନନ୍ଦପୁର ବ୍ଲକ ୩ ନଂ ଜିଲ୍ଲା ପରିଷଦ ଜୋନର ବିଜେପି ସଦସ୍ୟା ଅସୀମା ମିଶ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଦାୟର ହୋଇଥିବା ଜଣାପଡିଛି ।

ଗତବର୍ଷ ଅଗଷ୍ଟ ୩୦ ତାରିଖ ଦିନ ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ ଚାଲିଥିବା ସମୟରେ ବିଧାୟକ ଶ୍ରୀ ସେଠୀ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମିଶ୍ରଙ୍କ ପ୍ରତି ଅଶାଳୀନ ବକ୍ତବ୍ୟ ଦେବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଥିନେଇ ସେ ସ୍ଥାନୀୟ ପୁଲିସ ସହିତ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଥିଲେ । ମାତ୍ର ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁସେ ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଥାନାରେ ବିଧାୟକ ଶ୍ରୀ ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଥିନେଇ ଶନିବାର ଆନନ୍ଦପୁର ଥାନା କେଶ ନଂ ୨୪ ଦଫା ୨୯୪ ଓ ୫୦୬ ମୂଳେ ମାମଲା କରାଯାଇଥିବା ସୂଚନା ମିଳିଛି ।