PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିଜେଡିର ଇସ୍ତାହାର କମିଟି ଘୋଷିତ, ବେଦପ୍ରକାଶ ଅଗ୍ରୱାଲ୍ କମିଟି ଅଧ୍ଯକ୍ଷ

ଭୁବନେଶ୍ୱର ୧୪/୩: ବିଜେଡିର ଇସ୍ତାହାର କମିଟି ଘୋଷଣା କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଇସ୍ତାହର କମିଟିର ଅଧ୍ଯକ୍ଷ ହେଉଛନ୍ତି ବେଦପ୍ରକାଶ ଅଗ୍ରୱାଲ୍ । ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଆଦି କମିଟିର ସହ ଅଧ୍ଯକ୍ଷ ରହିଛନ୍ତି। କମିଟିରେ ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂହ, ନଳିନୀ ପ୍ରଧାନ, ନବ ଦାସ, ରବି ନନ୍ଦ ବି ସାମିଲ ଅଛନ୍ତି । କିଛି ଚାଷୀ ନେତା, ମହିଳା ସ୍ୱୟଂ ସହାୟିକା ନେତ୍ରୀ ମଧ୍ଯ କମିଟିରେ ସାମିଲ ଅଛନ୍ତି ।

ତେବେ କହିରଖୁଛୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସେମାନଙ୍କ ଇସ୍ତାହାର ଘୋଷଣା କରିନାହାନ୍ତି । ଆଶା କରାଯାଉଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଅବ୍ୟବହିତ ପୂର୍ବରୁ ସବୁ ରାଜନୈତିକ ଦଳ ସେମାନଙ୍କ ଇସ୍ତାହାର ପ୍ରକାଶ କରିବେ । ଏହାସହିତ ମହିଳା ନେତ୍ରୀଙ୍କୁ  ଇସ୍ତାହାରରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଆଶା କରାଯାଉଛି ।  

ସମ୍ବନ୍ଧିତ ଖବର