ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କଂଗ୍ରେସ ଓ ବିଜେପିକୁ ବିଜେଡିର ଜବାବ: ‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପିକୁ କଡ଼ା ଜବାବ ଦେଇଛି ବିଜେଡି ।
ସେହିପରି ଏମ୍‌ଏସ୍‌ପି ଓ ଲୋକାୟୁକ୍ତ ପ୍ରସଙ୍ଗ ଉଠାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଲଟା ଆକ୍ରମଣ କରିଛି ବିଜେଡି । ବିଜେଡି ମୁଖପାତ୍ର ଡଃ ସସ୍ମିତ ପାତ୍ର କହିଛନ୍ତି, ମହାନଦୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଉଭୟ ଦଳ ଓଡ଼ିଶା ବିରୋଧୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ୍‌ ନିର୍ମାଣ କରୁଥିବାବେଳେ ରାଜ୍ୟ ବିଜେପି ଯେଉଁଭଳି ଆଭିମୁଖ୍ୟ ରଖିଥିଲା, ଏବେ କଂଗ୍ରେସ ସେହି ଆଭିମୁଖ୍ୟକୁ ଓହ୍ଲାଇଛି । ବେଆଇନ୍‌ ନିର୍ମାଣ ବନ୍ଦ କରିବା ପରିବର୍ତ୍ତେ ଛତିଶଗଡ଼ ମନ୍ତ୍ରୀ ଟି.ଏସ୍‌.ସିଂହଦେଓ ପୁଣି ରାଜନୀତି ଆରମ୍ଭ କଲେଣି । ବିଜେପି ପରି ସେ ବି କହିଲେଣି, ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ । ଉଭୟ ବିଜେପି ଓ କଂଗ୍ରେସ ଓଡ଼ିଶାବାସୀଙ୍କୁ ଏମିତି ପ୍ରତାରଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେବେ ।
ଅନ୍ୟପକ୍ଷରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ଘେରିଥିବାବେଳେ ଏହାର କଡ଼ା ଜବାବ ଦେଇଛି ବିଜେଡି । ସସ୍ମିତ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସବୁବେଳେ ମିଛ କହୁଛନ୍ତି । ୫ ବର୍ଷ ତଳେ ତାଙ୍କ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କ୍ଷମତାକୁ ଆସିବା ପରେ ସେଇ ପ୍ରତିଶ୍ରୁତି କୁଆଡ଼େ ଗଲା? ଚାଷୀଙ୍କ ଆୟ ଦେଢ଼ ଗୁଣ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ଦେଇ ନ ଥିଲା କି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଯେଉଁ ସଂକଳ୍ପ ପାରିତ କରିଥିଲେ, ସେଥିରେ ତାଙ୍କ ଦଳର ବି ସମର୍ଥନ ଥିଲା । ମାତ୍ର ଦିଲ୍ଲୀରେ ସେହି ସ୍ୱର ଚପିଗଲା କାହିଁକି? ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର କାହିଁକି ନୀରବ ରହିଲେ, ତା’ର ଉତ୍ତର ଦିଅନ୍ତୁ ।
ସସ୍ମିତ ଆହୁରି କହିଛନ୍ତି, ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ହେଲେ ଗତ ୫ ବର୍ଷ ଭିତରେ ଭାରତବର୍ଷରେ କାହିଁକି ଲୋକପାଳ ନିଯୁକ୍ତି ହୋଇପାରିଲେ ନାହିଁ? ଯେଉଁ ଲୋକପାଳକୁ ନେଇ ସେମାନେ ରାଜରାସ୍ତାରେ ଲଢ଼େଇ କରିଥିଲେ, କେନ୍ଦ୍ରରେ ସରକାରକୁ ଆସିବା ପରେ କେମିତି ଭୁଲିଗଲେ? କେନ୍ଦ୍ର ମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ । ଗୋଦରି ଲୋ ନିଜ ଗୋଡ଼କୁ ଅନା । ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଆଉ ମିଛ ଭାଷଣ ଦିଅନ୍ତୁ ନାହିଁ । ଓଡ଼ିଶାବାସୀ ସବୁ ବୁଝିସାରିଲେଣି ବୋଲି ସସ୍ମିତ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.