ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସିଇଓଙ୍କୁ ବିଜେଡିର ଫେରାଦ, ମୋବାଇଲ୍‌ରେ ମୋଦିଙ୍କ ଭାଷଣ ଲାଇଭ୍‌

ଭୁବନେଶ୍ୱର,୨ା୪(ବ୍ୟୁରୋ): ନିର୍ବାଚନୀ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ମୋବାଇଲ ଭଏସ୍‌ ମେସେଜ୍‌ ଜରିଆରେ ଲାଇଭ ପ୍ରସାରଣ କରିଛି ବିଜେପି । ନିର୍ବାଚନ ବିଜ୍ଞାପନ ପରିଧି ଭିତରେ ଆସୁଥିବା ଏହି ବ୍ୟବସ୍ଥା ପାଇଁ ମିଡିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ କମିଟି ଦ୍ୱାରା ପ୍ରି-ସାର୍ଟିଫିିକେସନ୍‌ ନିହାତି ଜରୁରି । ମାତ୍ର ବିଜେପି ଏହି ନିୟମ ମାନିନାହିଁ । ନିର୍ବାଚନ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବା ବିଜେପି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏ ବାବଦରେ ହୋଇଥିବା ଖର୍ଚ୍ଚକୁ କଳାହାଣ୍ଡି ଲୋକସଭା ଆସନ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି ।

ବିଜେଡି ଦର୍ଶାଇଛି, ବ୍ଲକ୍‌ ଏସ୍‌ଏମ୍‌ଏସ୍‌ ଏବଂ ଭଏସ୍‌ ମେସେଜ୍‌ ଜରିଆରେ ନିର୍ବାଚନ ପ୍ରଚାର ପାଇଁ ସ୍ପଷ୍ଟ ନିର୍ଦ୍ଦେଶାବାଳୀ ରହିଛି । ଫୋନ୍‌ରେ ଟେଲିଫୋନିକ୍‌ ମେସେଜିଂ ଜରିଆରେ ନିର୍ବାଚନ ପ୍ରଚାର, ଟିଭି ଚ୍ୟାନେଲ୍‌/ କେବୁଲ ନେଟୱର୍କ ଏବଂ ରେଡିଓ ବିଜ୍ଞାପନଠାରୁ ଭିନ୍ନ ନୁହେଁ । ଏଥିପାଇଁ ମିଡିଆ ସାର୍ଟିଫିକେସନ୍‌ ଆଣ୍ଡ ମନିଟରିଂ କମିଟି (ଏମ୍‌ସିଏମ୍‌ସି) ର ପ୍ରି-ସାର୍ଟିଫିକେସନ୍‌ ଜରୁରି । ମାତ୍ର ବିନା ଅନୁମୋଦନରେ ବିଜେପି ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ଭଏସ୍‌ ମେସେଜିଂ କଲ ଦ୍ୱାରା ଲାଇଭ୍‌ ପ୍ରସାରଣ କରିଥିଲା । ଏହି ନମ୍ବରକୁ କଲ୍‌ କଲେ ମୋଦିଙ୍କ ଲାଇଭ୍‌ ଭାଷଣ ଶୁଭୁଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ଲେଲିନ ମହାନ୍ତି, ଡ. ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.