PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରେଳ ବିଦ୍ୟୁତୀକରଣ ୟୁନିଟ୍‌ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ସ୍ଥାନାନ୍ତର ପ୍ରସଙ୍ଗ, ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ସାଧାରଣ ନିର୍ବାଚନ ସମୟରେ ଭୁବନେଶ୍ୱରରୁ ରେଳ ବିଦ୍ୟୁତୀକରଣ ୟୁନିଟ୍‌କୁ ବେଙ୍ଗାଲୁରୁ ସ୍ଥାନାନ୍ତର ନିଷ୍ପତ୍ତି ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ । ଏହି ଅଭିଯୋଗ ଆଣିଛି ବିଜେଡି ।
ଆଜି ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଦଳ ପକ୍ଷରୁ ଏହା ଅବଗତ କରାଯିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରାଯାଇଛି । ବରିଷ୍ଠ ନେତା ତଥା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛି ।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୦ ତାରିଖରେ ସାଧାରଣ ନର୍ବିାଚନ ପାଇଁ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧିି ଲାଗୁ ହୋଇଥିଲା । ନିର୍ବାଚନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରୁଟିନ୍ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟ କୌଣସ ନୀତିଗତି ନିଷ୍ପତ୍ତି ନେଇପାରିବେ ନାହଁ ବୋଲି ଆଦର୍ଶ ଆଚରଣ ବିଧିରେ ସ୍ପଷ୍ଟ କୁହାଯାଇଛି । ମାତ୍ର ନିର୍ବାଚନ ତାରିଖ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁର ତିନିଦିନି ପରେ ଗତ ୧୩ ତାରିଖରେ ଭାରତ ସରକାରଙ୍କ ରେଳ ବିଭାଗ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଭୁବନେଶ୍ୱରରେ ଥିବା ରେଳ ବିଦ୍ୟୁତୀକରଣ ୟୁନିଟକୁ ବନ୍ଦ କରାଯାଇ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯିବା ନେଇ ବିଜ୍ଞପ୍ତି ବାହାରିଛି । କର୍ଣ୍ଣାଟକ ଭୋଟର୍‌ଙ୍କୁ ହାତେଇବା ପାଇଁ ବିଜେପି ଏହି ଷଡ଼ଯନ୍ତ୍ର କରିଛି । ଯାହାର ପରିଣାମ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡିବ ବୋଲି ବିଜେଡି କହିଛି । ତେବେ ଓଡ଼ିଶାରେ ରେଳ ବିଦ୍ୟୁତୀକରଣ କାର୍ଯ୍ୟର ଅଗ୍ରଗତି ଠପ୍‌ ହୋଇଯିବ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେପିର ଏହା ଆଉ ଏକ ହୀନ ଷଡ଼ଯନ୍ତ୍ର । ଯାହାର ଶିକାର ହୋଇଛନ୍ତି ଓଡ଼ିଶାବାସୀ । କିଛି ଦିନ ପୂର୍ବରୁ ପୂର୍ବତଟ ରେଳବାଇ ଡିଭିଜନ୍‌କୁ ବିଭାଜନ କରି ଦକ୍ଷିଣତଟ ରେଳବାଇ ନାଁରେ ଏକ ନୂଆ ଡିଭିଜନ୍‌ ସୃଷ୍ଟି କରିଛି ରେଳ ମନ୍ତ୍ରଣାଳୟ । ଯାହା ଆନ୍ଧ୍ରପ୍ରଦେଶର ଭୋଟର୍‌ଙ୍କୁ ମନାଇବା ପାଇଁ ବିଜେପିର ଏକ କୌଶଳ । ପୁଣି ଏବେ ଭୁବନେଶ୍ୱରରୁ ରେଳ ବିଦ୍ୟୁତୀକରଣ ସ୍ଥାନାନ୍ତର ନିଷ୍ପତ୍ତି କେବଳ ଓଡ଼ିଶାରେ ନୁହେଁ କର୍ଣ୍ଣାଟକରେ ମଧ୍ୟ ନିର୍ବାଚନ ଆଚରଣ ବିଧିର ଉଲଂଘନ କରୁଛି । ଭୋଟ୍‌ ହାତେଇବା ପାଇଁ ବିଜେପି ବାରମ୍ୱାର ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବାରୁ ନିର୍ବାଚନ କମିଶନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡ଼ି ସ୍ମାରକପତ୍ରରେ କୁହାଯାଇଛି । ବିଜେଡ଼ି ପ୍ରତିନିଧି ଦଳରେ କିଶୋର ମହାନ୍ତି, ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ବିଜୟ ନାୟକ, ଆଶିଷ ଚକ୍ରବର୍ତ୍ତୀ, ତ୍ରିନାଥ ଗୁଆଳ, ଡ. ସସ୍ମିତ୍‌ ପାତ୍ର ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ।