PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ନବୀନଙ୍କ ନୂଆ ଟିମର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ….

ଭୁବନେଶ୍ୱର ୨୯/୫: ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମର କ୍ୟାବିନେଟ୍ ଓ ରାଷ୍ଟ୍ର ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ନବୀନ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ରହିବେ । କ୍ୟାବିନେଟ୍ ମିନିଷ୍ଟର ପ୍ରଫୁଲ୍ଲ କୁମାର ମଲ୍ଲିକ୍ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ଓ ଗୃହ ଦାୟିତ୍ୱରେ ରହିବେ । ସେହିଭଳି ବିକ୍ରମ କେଶରୀ ଆରୁଖ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ଯାପାର ବିଭାଗ ଦାୟିତ୍ୱ ସମ୍ଭାଳିବେ । ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି । ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖାଦ୍ଯ ଯୋଗାଣ ଓ ସମବାୟ ବିଭାଗ ଦାୟିତ୍ୱ ସମ୍ଭାଳିବେ ।

ଅରୁଣ କୁମାର ସାହୁଙ୍କୁ କୃଷି  ଓ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଛି । ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ, ସୁଦାମ ମାରାଣ୍ଡିଙ୍କୁ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ, ପଦ୍ମନାଭ ବେହେରାଙ୍କୁ ବାଣିଜ୍ଯ ଓ ପରିବହନ ବିଭାଗ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଗ୍ରାମ ଉନ୍ନୟନ ଓ ଶ୍ରମ ବିଭାଗ, ନବକିଶୋର ଦାସଙ୍କୁ ସ୍ୱାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ଦାୟିତ୍ୱ ମିଳିଛି ।

କ୍ୟାବିନେଟ୍ ପରେ ରାଷ୍ଟ୍ରମନ୍ତ୍ରୀ ମାନଙ୍କୁ ମଧ୍ଯ ବିଭାଗ ବଣ୍ଟନ କରାଯାଇଛି । ଦେଖନ୍ତୁ ତାଲିକା …

ରାଷ୍ଟ୍ର ମନ୍ତ୍ରୀ
ପଦ୍ମିନୀ ଦିଆନଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମିଳିଛି । ସେହିଭଳି ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ଯା, ସରକାରୀ ଉଦ୍ଯୋଗ ଏବଂ ସାମାଜିକ ନିରାପତ୍ତା ବିଭାଗ ମିଳିଛି । ସମୀର ରଞ୍ଜନ ଦାସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ମିଳିଛି । ଅନ୍ଯପଟେ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ, ଓଡିଆ ଭାଷା ଏବଂ ସଂସ୍କୃତି ବିଭାଗ ଦାୟିତ୍ୱ ମିଳିଛି । କହିରଖୁଛୁ ଉଭୟ ସମୀର ରଞ୍ଜନ ଦାସ ଓ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ପ୍ରଥମ କରି ମନ୍ତ୍ରୀ ହୋଇଛନ୍ତି ।  

ଦିବ୍ଯ ଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗ, ପ୍ରେମାନନ୍ଦ ନାୟକଙ୍କୁ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ରଘୁନନ୍ଦନ ଦାସଙ୍କୁ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ, ତୁଷାରକାନ୍ତି ବେହେରାଙ୍କୁ କ୍ରୀଡା, ଯୁବ ବ୍ଯାପାର ଏବଂ ଆଇଟି ବିଭାଗ ମିଳିଛି । ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି ତୁଷାରକାନ୍ତି ବେହେରା । ଜଗନ୍ନାଥ ସାରକାଙ୍କୁ ଏସସି/ଏସଟି ବିକାଶ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।