ପାଟଣା, ୨୯/୦୪ : ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ଭଉଣୀର ଶବ ଖୋଳିବା ଘଟଣା। ଭାଇ ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ନେତୃତ୍ଵରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ପୂର୍ବତନ ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ରାମରାୟ ମୁନ୍ଦିୟାଙ୍କ ସହ ଅନ୍ୟମାନେ ପହଞ୍ଚି ଜିତୁଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରଶାସନର ବଧିର ବ୍ୟବସ୍ଥାକୁ ଦାୟୀ କଲା ବିଜେଡି।
ବିଜେଡି ଅଭିଯୋଗ ଆଣିଛି ଯେ, ଘଟଣା ଘଟିବାର ଗୋଟିଏ ଦିନ ପରେ ଟଙ୍କା ମିଳିବା ସହ ମୃତ୍ୟୁ ପ୍ରମାଣପତ୍ର ଓ ଲିଗାଲ ହେୟାର ବାହାରିଲା। ହେଲେ ଆଗରୁ କାହିଁକି ବାହାରିଲାନି ବୋଲି ବିଜେଡି ଅଭିଯୋଗ ଆଣିଛି। ତହସିଲ କତ୍ତୃପକ୍ଷ ଓ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରିଛି। ଏଥି ସହ ବିଧାୟକ ବଦ୍ରି ନରାୟଣ ପାତ୍ର ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି। ବ୍ୟାଙ୍କରୁ ପୁଲିସ ପୁଣି ଜିତୁଙ୍କୁ ଶବକୁ କାନ୍ଧେଇ କାନ୍ଧେଇ ଚଲାଇ ଚଲାଇ ଆଣିବା ନେଇ ମଧ୍ୟ ବଦ୍ରି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାସହ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଜିତୁ ମୁଣ୍ଡାଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।
ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ। ଏହି ଘଟଣା ପରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ମଙ୍ଗଳବାର ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି। ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଏହା ସଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ଏହି ଖବରଟିକୁ ପଢନ୍ତୁ- ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, NHRCରେ ରୁଜୁ ହେଲା ମାମଲା