PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

୧୩ଟି ଲୋକସଭା ଆସନରେ ବିଜେଡି ଓ ୮ଟିରେ ବିଜେପି ଆଗୁଆ, ଦେଖନ୍ତୁ ତାଲିକା

ଭୁବନେଶ୍ୱର ୨୩/୫: ଚାଲିଛି ଭୋଟ୍ ଗଣତି । ସନ୍ଧ୍ଯା ସାଢେ ୪ ସୁଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୧ ଆସନରୁ ବିଜେଡିର ପ୍ରାର୍ଥୀ ୧୩ ଆସନରେ ଆଗରେ ଅଛନ୍ତି । ତେବେ ୮ଟି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି ।

ବିଜେପି
ବରଗଡ, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ବଲାଙ୍ଗିର, କଳାହାଣ୍ଡି, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି । ବରଗଡରେ ବିଜେଡି ପ୍ରାର୍ଥୀଙ୍କଠୁ ୨୮ ହଜାର ୩୭୦ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ । ସୁନ୍ଦରଗଡରେ ଜୁଏଲ ଓରାମ କଂଗ୍ରେସ ପାର୍ଥୀ ଜର୍ଜ ତିର୍କୀଙ୍କଠୁ ୫୯ ହଜାର ୮୨୪ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ସମ୍ବଲପୁର ଆସନରୁ ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦୀ ନଳୀନିକାନ୍ତ ପ୍ରଧାନଙ୍କଠୁ ୧୭ ହଜାର ୭୭୦ ଭୋଟ୍ ଆଗରେ ଅଛନ୍ତି । ବାଲେଶ୍ୱରରେ ଶ୍ରୀଯୁକ୍ତ ପ୍ରତାପ ଷଡଙ୍ଗୀ ବିଜେଡିର ରବିନ୍ଦ୍ର କୁମାର ଜେନାଙ୍କଠାରୁ ୩ ହଜାର ୩୬୪ ଭୋଟରେ ଆଗରେ ଅଛନ୍ତି ।

ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କଠାରୁ ୧୯ ହଜାର ୯୧୭ ଭୋଟରେ ଆଗୁଆ ଅଛନ୍ତି । କଳାହାଣ୍ଡି ଜିଲ୍ଲାରେ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ୧୪ ହଜାର ୧୫୨ ମତ ରଖି ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କଠୁ ଆଗରେ ଅଛନ୍ତି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସମ୍ବିତ୍ ପାତ୍ର ୩୯୭୬ ମତ ଅଧିକ ରଖି ବିଜେଡିର ପିନାକୀ ମିଶ୍ରଙ୍କଠୁ ଆଗୁଆ ଅଛନ୍ତି । ଭୁବନେଶ୍ୱର ଲୋକସଭା ଆସନରରେ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ୧୪ ହଜାର ୧୧୩ ମତ ରଖି ପ୍ରତିଦ୍ୱନ୍ଦୀ ଅରୂପ ପଟ୍ଟନାୟକଙ୍କଠୁ ଆଗରେ ଅଛନ୍ତି ।

ବିଜେଡି
କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ୨୨ ହଜାର ୩୪୨ ମତ ରଖି ବିଜେପିର ଅନନ୍ତଙ୍କଠୁ ଆଗରେ ଅଛନ୍ତି । ମୟୁରଭଞ୍ଜରେ ଡକ୍ଟର ଦେବାଶିଷ ମାରାଣ୍ଡି ୨୫୫୮ ଭୋଟ ଅଧିକ ରଖି ବିଜେପିର ବିଶେଶ୍ୱର ଟୁଡୁଙ୍କଠୁ ଆଗରେ ଅଛନ୍ତି । ଭଦ୍ରକ ଲୋକସଭା ଆସନରେ ମଞ୍ଜୁଲତା ମଣ୍ଡଲ ୬ ହଜାର ୪୪ ମତ ଅଧିକ ରଖି ବିଜେପି ପାର୍ଥୀ ଅଭିମନ୍ଯୁ ସେଠୀଙ୍କଠୁ ଆଗରେ ଅଛନ୍ତି । ଢେଙ୍କାନାଳ ଲୋକସଭା ଆସନରେ ରୁଦ୍ର ନାରାୟଣ ପାଣିଙ୍କଠୁ ୧୪ ହଜାର ୩୬୯ ମତ ଅଧିକ ରଖି ମହେଶ ସାହୁ ଆଗରେ ଅଛନ୍ତି । ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ରମେଶ ଚନ୍ଦ୍ର ମାଝୀ ୩୯ ହଜାର ୨୮୪ ଭୋଟ୍ ଅଧିକ ରଖି ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ମାଝୀଙ୍କଠୁ ଆଗରେ ଅଛନ୍ତି । କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ୫୦ ହଜାର ୩୧୩ ମତ ଅଧିକ ରଖି ବିଜେପିର ଖାରବେଳ ସ୍ୱାଇଁଙ୍କଠୁ ଆଗରେ ଅଛନ୍ତି ।

କଟକ ନିର୍ବାଚନ ମଣ୍ଡଳୀରେ ଭର୍ତ୍ତୁହରି ମହତାବ ୩୦ ହଜାର ୩୮୯ ମତ ଅଧିକ ରଖି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କଠୁ ଆଗରେ ଅଛନ୍ତି । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୪୯ ହଜାର ୯୧୫ ମତ ରଖି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠୁ ଆଗରେ ଅଛନ୍ତି । ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜଶ୍ରୀ ମଲ୍ଲିକ୍ ୮୫ ହଜାର ୯୨୯ ମତ ରଖି ବିଜେପି ବିଭୁପ୍ରସାଦ ତରାଇଙ୍କଠୁ ଆଗରେ ଅଛନ୍ତି । ଆସିକା ଲୋକସଭା ଆସନରେ ପ୍ରମିଳା ବିଷୋୟୀ ୧ ଲକ୍ଷ ୬ ହଜାର ୬୬୫ ମତରେ ବିଜେପିର ଅନିତା ଶୁଭଦର୍ଶୀନିଙ୍କଠୁ ଆଗରେ ଅଛନ୍ତି । ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ର ଶେଖର ସାହୁ ୬୪ ହଜାର ୩୬୬ ମତ ଅଧିକ ରଖି ବିଜେପିର ଭୃଗୁ ବକ୍ସି ପାତ୍ରଙ୍କଠୁ ଆଗରେ ଅଛନ୍ତି । କୋରାପୁଟ ନିର୍ବାଚନ ମଣ୍ଡଳୀରେ ବିଜେଡିର କୌଶଲ୍ଯା ହିକ୍କା ୨୧ ହଜାର ୫ ମତ ରଖି ସପ୍ତିଗିରି ଶଙ୍କରଙ୍କଠୁ ଆଗରେ ଅଛନ୍ତି ।

ତେବେ ସାଢେ ୪ ସୁଦ୍ଧା ୧୦୭ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି । ସେହିଭଳି ବିଜେପିର ୨୪ ଜଣ ପ୍ରାର୍ଥୀ ଆଗରେ ଅଛନ୍ତି । କଂଗ୍ରେସରେ ୧୩ ଜଣ ପ୍ରାର୍ଥୀ ୧୩ ଆସନରେ ଆଗୁଆ ଅଛନ୍ତି ।