ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନାରୀ ସୁରକ୍ଷା ନେଇ ବ୍ରହ୍ମପୁର ରାଜ ରାସ୍ତାରେ ବିଜେଡିର ରଣ ହୁଙ୍କାର : ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଦେଲେ ଦାବିପତ୍ର

Published By : Suraj Kumar | July 21, 2025 5:55 PM

ବ୍ରହ୍ମପୁର,୨୧/୭(ବ୍ୟୁରୋ):ଜନ ସମୁଦ୍ର ପାଲଟିଲା ଖଲିକୋଟ ବିଶ୍ଵବିଦ୍ୟାଳୟ ଠାରୁ ଆରଡିସି କାର୍ଯ୍ୟାଳୟ ରାସ୍ତା। ନାରୀ ସୁରକ୍ଷା ନେଇ ରଣ ହୁଙ୍କାର ଦେଲା ବିଜେଡି। ଏହିପରି କିଛି ଚିତ୍ର ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସୁଧାରିବା ସମେତ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି। ଏ ନେଇ ଦକ୍ଷିଣାଞ୍ଚଳର ୯ ଜିଲ୍ଲାର ମହିଳା ଓ ଦଳିତ କର୍ମକର୍ତ୍ତାଙ୍କୁ ନେଇ ବ୍ରହ୍ମପୁର ଆରଡିସି ଅଫିସ ଘେରାଉ କରିଥିଲେ। 

ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆରେ ବିଜେଡି ନେତାମାନେ ଏକତ୍ରିତ ହୋଇଥିଲେ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ନେଇ ଶୋଭାଯାତ୍ରା ବାହାରିଥିଲା। ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପୂର୍ବରୁ ପୁଲିସ ପକ୍ଷରୁ ଭିଡ ନିୟନ୍ତ୍ରଣ କରିବାକୁ ବ୍ୟାରିକେଟିଂ କରା ଯାଇଥିଲା। ପ୍ରଥମେ ବିଜେଡ଼ି କର୍ମୀମାନେ ବ୍ୟାରିକେଟ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଅଧଘଣ୍ଟା ଧରି ପୁଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦଳୀୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ ଅନୁସାରେ ବରିଷ୍ଠ ନେତା ମାନେ ଦାବିପତ୍ର ପ୍ରଦାନ କରିବାକୁ ଆରଡିସି ଙ୍କ ନିକଟକୁ ଯାଇଥିଲେ। 

ଏହି ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଚନ୍ଦ୍ର ଶେଖର ସାହୁ, ଏନ୍.ଭାସ୍କର ରାଓ, ପଦ୍ମନାଭ ବେହେରା, ପ୍ରଦୀପ ମାଝୀ, ପୁଷ୍ପେନ୍ଦ୍ର ସିଂହଦେଓ, ରମେଶ ମାଝି, ବିକ୍ରମ କୁମାର ପଣ୍ଡା, ରବି ନାରାୟଣ ନନ୍ଦ, ଝିନ୍ନ ହିକ୍କା, ପ୍ରଫୁଲ୍ଲ ପାଙ୍ଗି, ପ୍ରଦୀପ ଦେଶରୀ, ପଦ୍ମିନୀ ଦିଆନ, ଡ଼ା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,  ଭୃଗୁ ବକ୍ସିପାତ୍ର, ସଂଘମିତ୍ରା ଦଳେଇ, ଶ୍ରୀକାନ୍ତ ସାହୁ, ଅଞ୍ଜଳି ସ୍ୱାଇଁ, ରୁପେଶ୍ ପାଣିଗ୍ରାହୀ, ପ୍ରଦୀପ ନାୟକ, ପ୍ରମିଳା ବିଷୋୟୀ, ମଞ୍ଜୁଳା ସ୍ୱାଇଁ, ନନ୍ଦିନୀ ଦେବୀ, ଚକ୍ରମଣି କହଁର, ସୂର୍ଯ୍ୟମଣି ବୈଦ୍ୟ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଲତିକା ପ୍ରଧାନ, ବିପ୍ଳବ ପାତ୍ର, ଚିନ୍ମୟାନନ୍ଦ ଶ୍ରିରୁପ୍ ଦେବ, ସୁବାସ ବେହେରା, ମନୋରମା ମହାନ୍ତି, ଜଗନ୍ନାଥ ସାରକାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.