ଗଞ୍ଜାମ,୨୭/୦୫: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ୍ ଘେରାଉ । ରାଜ୍ୟ ସମ୍ପାଦକ ଭୃଗୁବକ୍ସି ପାତ୍ର, ପୂର୍ବତନ ବିଧାୟକ ସୁବାସ ବେହେରା, ଶଙ୍କର ଦାସ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନଙ୍କ ସମେତ ବିଜେଡିର ସମର୍ଥକମାନେ ବ୍ଲକ୍ ଘେରାଉ କରିବା ସହ ବିଡିଓ ଅଚ୍ୟୁତାନନ୍ଦ ଜାନିଙ୍କ ସହ କରିଛନ୍ତି ଆଲୋଚନା ।
ତେବେ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ବ୍ଲକରେ ପିସି କାରବାର, ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ସହିତ ଅନ୍ୟାନ୍ୟ ଦାବି ନେଇ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ଗଞ୍ଜାମ ବ୍ଲକର ପଞ୍ଚାୟତ ପ୍ରତିନିଧି ସମେତ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ ।