PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରେଳ ବଜେଟକୁ ନେଇ ଗର୍ଜିଲା ବିଜେଡି: ଓଡ଼ିଶାକୁ ଅବହେଳା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ, ବିଜେପି ନେତାଙ୍କୁ ଖୋଲା ବିତର୍କ ପାଇଁ ଦେଲା ଚ୍ୟାଲେଞ୍ଜ

ଭୁବନେଶ୍ବର, ୦୫/ ୦୨: ରେଳ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜୁ ଜନତା ଦଳ। କେନ୍ଦ୍ର ସରକାରଙ୍କ ରେଲଓ୍ବେ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନ ଉପରେ କ୍ଷୋଭ ପ୍ରକାଶ କରି କେନ୍ଦ୍ର ସରାରକଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା। ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି କେନ୍ଦ୍ରକୁ ଦେଇଥିବା ଗତ ୭ ବର୍ଷର ରୟାଲ୍‌ଟିର ହିସାବ ଦେଲା ବିଜେଡି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ରେଲ ବଜେଟରେ ଓଡ଼ିଶାକୁ ନ୍ୟାୟ ମିଳିନାହିଁ। ରେଳ କ୍ଷେତ୍ରରେ ଓଡ଼ିଶାକୁ ମିଳିଥିବା ଅନୁଦାନ ରାଜ୍ୟକୁ ଉଚିତ୍‌ ନ୍ୟାୟ ମିଳିପାରି ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ କରୁଥିବା ବେଳେ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ଲେନିନ୍‌ ମହାନ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସ୍ବାଧୀନତାର ୭୩ ବର୍ଷ ପରେ ରାଜ୍ୟ ପାଇଁ ମୋଟ ୬ ଟି ନୂଆ ରେଳ ଲାଇନ୍‌ ବ୍ୟବସ୍ଥା ହୋଇଛି। କଟକ-ପାରାଦୀପ (୮୩ କିମି), ତାଳଚେର-ସମ୍ବଲପୁର (୧୭୪ କିମି), କୋରାପୁଟ-ରାୟଗଡ଼ା (୧୬୪ କିମି), ଦୈତାରୀ-ବାଂଶପାଣି(୧୫୫ କମି) ଏବଂ ଲାଞ୍ଜିଗଡ଼-ଜୁନାଗଡ଼ (୫୬ କିମି) ରେଳଲାଇନ୍ ହୋଇଛି। ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ଆଂଶିକ ଭାବେ ମାତ୍ର ୩୦ରୁ ୪୦ ପ୍ରତିଶତ ସମ୍ପନ୍ନ ହୋଇଛି। ଯେଉଁ ପରିକଳ୍ପନା କରାଯାଇଥିଲା ଆଉ ଯେଉଁ ପ୍ରତିଶୃତି ମିଳିଥିଲା ତାହାକୁ କେନ୍ଦ୍ର ସରକାର ଅଣଦେଖା କରୁଥିବା ନେଇ ଲେନିନ୍‌ ମହାନ୍ତି କହିଛନ୍ତି।

ବିଜେଡି ପକ୍ଷରୁ ଆହୁରି କୁହାଯାଇଛି ଯେ, ଗତ ସାତ ବର୍ଷ ମଧ୍ୟରେ ରାଜ୍ୟରୁ ୧,୪୦,୦୦୦ କୋଟି ରାଜସ୍ୱ ଯାଇଛି ଏବଂ ଆମେ ପାଇବୁ ମାତ୍ର ୧୪,୦୦୦ କୋଟି, କେବଳ ଜୁମ୍‌ଲାରେ ବଜେଟ ହୁଏ ନାହିଁ । ଆମେ ଅନୁରୋଧ କରୁଛୁ ଭାରତୀୟ ଜନତା ପାର୍ଟିର ସମସ୍ତ ସାଂସଦ ଗଣକୁ ଏହି ବିଷୟରେ ଆମ ସାଙ୍ଗରେ ଯଦି ସତ୍‌ ସାହାସ ଅଛି ତେବେ ଡ଼ିବେଟ୍‌ କରିବା ପାଇଁ। ୫୯୦ କୋଟି ଟଙ୍କାରୁ ୭୦୦ କୋଟି ଟଙ୍କାର ରେଳବାଇ ବଜେଟ୍‌ ଆମର ଆବଶ୍ୟକତା ନାହିଁ । ଆମେ ଆଶା କରୁଛୁ ଓଡ଼ିଶାର ଅବଦାନକୁ ନ ଭୁଲି ଯାଇ କେନ୍ଦ୍ର ସରକାର ଆମ କଥା ଟିକେ ଶୁଣନ୍ତୁ ଏବଂ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା ନକରି ଓଡ଼ିଶାବାସୀଙ୍କ ହକ୍‌କୁ ଦିଅନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସେହିଭଳି ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ଅଭିଯୋଗ ଯେ ମିଥ୍ୟା ପ୍ରତିଶୁତିର ସରକାର ଏନଡିଏ ସରକାର। ୨୦୧୪ରେ କେନ୍ଦ୍ର ସରକାର ଗୋଟିଏ ରେଳ ଲାଇନ ପାଇଁ ଉଦ୍ୟମ କରିଛନ୍ତି। ସେହିପରି ଶ୍ରୀମୟୀ ମିଶ୍ରଙ୍କ ଅଭିଯୋଗ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଏହାର ଏକ ଉଦାହରଣ। ସେହିପରି ୱାଗନ ଫେକ୍ଟରୀ ଏହାର ଉଦାହରଣ।ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ରାଜ୍ୟର ସ୍ବାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଆଗ୍ରହ ନାହିଁ ବୋଲି ସେ କହିଛନ୍ତି।

ଏଥିସହିତ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡ। ଆଜି ପର୍ଯ୍ୟନ୍ତ ଘୋଷଣା ସର୍ବସ୍ୱ କେନ୍ଦ୍ର ସରକାର ଏହି ରେଳ ଲାଇନ ପାଇଁ ଜମି ରେଜିଷ୍ଟ୍ରେସନ କରିଛନ୍ତି କି? ରେଳବାଇର ବ୍ୟାପକତା ଉପରେ ଗପୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେକି ଯେ, ଆଜି ପର୍ଯ୍ୟନ୍ତ ଜମି ପାଇଁ ରେଜିଷ୍ଟ୍ରେସନ କ’ଣ ପାଇଁ ହୋଇନାହିଁ? ଏହା ବ୍ୟତିତ ଆମ ଅନୁରୋଧ କ୍ରମେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳବାଇ ଲାଇନ ଘୋଷଣା ହୋଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଉତ୍ତର ରଖିବେ କି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତିି, ସୁଲତା ଦେଓ ଓ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର