PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଫେରାଦ ; ମିଛ ପ୍ରତିଶ୍ରୁତି ଫର୍ମ ବୁଲାଇ ଲୋକଙ୍କୁ ଠକୁଛନ୍ତି ବିଜେପି, କଂଗ୍ରେସ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ବିଜେପି ଓ କଂଗ୍ରେସ ଏବେ ପ୍ରତିଶ୍ରୁତିଭରା ଫର୍ମ ବୁଲାଇ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଦଳର ନିର୍ବାଚନୀ ଇସ୍ତାହାର ଏବଂ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍‌ ବାହାରେ ଏହା କରାଯାଇଛି । ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ ହେଉଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ସହ ଏହି ଗୁରୁତର ଅଭିଯୋଗ କରିଛି ବିଜେଡି । ଆଇନ୍‌ ଭାଙ୍ଗିଥିବାରୁ ଉଭୟ ଦଳ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପ୍ରତିନିଧି ଦଳ ଦାବି କରିଛନ୍ତି ।
ବିଜେଡି ଦର୍ଶାଇଛି, “ପ୍ରତିଶ୍ରୁତି ପତ୍ର’ ନାଁରେ ବିଜେପି ଏକ ଫର୍ମ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛି । ସେଥିରେ ଗରିବ ଲୋକଙ୍କୁ ପକ୍କା ଘର ଏବଂ ଜମି ପଟ୍ଟା ଦେବାର ପ୍ରତିଶ୍ରୁତି ଦିଆଯାଇଛି । ଲୋକମାନେ ଆଶା ରଖି ନିଜର ସମସ୍ତ ବିବରଣୀ ଦେଇ ଏହି ଫର୍ମ ପୂରଣ କରୁଛନ୍ତି । ଖାଲି ସେତିକି ନୁହେଁ, ଲୋକଙ୍କ ମନରେ ମିଛ ବିଶ୍ୱାସ ଜନ୍ମାଇବା ପାଇଁ ଏକ ରସିଦ ଦିଆଯାଉଛି ଯାହା ସାଥୀରେ ନମ୍ବର ଲାଗିଥିବା ଆକ୍‌ନଲେଜମେଣ୍ଟ ଓ ବିଜେପି ନେତାମାନଙ୍କ ଫଟୋ ରହୁଛି । ବିଜେପି ତାର ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ଦେଇନାହିଁ । ପ୍ରତିଶ୍ରୁତି ଦେଲେ ବି ଭୋଟବେଳେ ବା ଭୋଟ ପୂର୍ବରୁ ଲୋକଙ୍କଠାରୁ ଫର୍ମ ପୂରଣ କରି ଆଣିବା ନିର୍ବାଚନ ଆଚରଣବିଧିର ସ୍ପଷ୍ଟ ଉଲ୍ଲଂଘନ କରୁଛି ।

ସମାନ ଢଙ୍ଗରେ କଂଗ୍ରେସ “ଗ୍ୟାରେଣ୍ଟି କାର୍ଡ’ ନାଁରେ ଏକ ଫର୍ମ ବୁଲାଉଛି । ସେଥିରେ ବାଳିକାଙ୍କୁ ମାଗଣା ଶିକ୍ଷା ଏବଂ ବିବାହ ବେଳେ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦିଆଯାଇ ଫର୍ମ ପୂରଣ କରାଯାଉଛି । ଖାଲି ସେତିକି ନୁହେଁ, ୬୦ ବର୍ଷ ଶାସନ କାଳରେ ସବୁ ଲୋକଙ୍କୁ ପାଣି ଟୋପାଏ ଦେବାକୁ ସମର୍ଥ ହୋଇନଥିବା କଂଗ୍ରେସ ସବୁ ପରିବାରକୁ ପାଣି ଏବଂ ଘର ଦେବାର ପ୍ରତିଶ୍ରୁତି ବି ଦେଉଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନିର୍ବାଚନ ଆଚରଣବିଧି ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସୁଲତା ଦେଓ, ସୁଲୋଚନା ଦାସ, ଲେଲିନ୍‌ ମହାନ୍ତି ଓ ଡ. ସସ୍ମିତ୍‌ ପାତ୍ର ସାମିଲ ଥିଲେ ।