ଭୁବନେଶ୍ବର,୧୭/୬ : ଚାଷୀଙ୍କୁ ଘୋଷଣା କରିଥିବା ବୋନସ ଦେଇନଥିବାରୁ ନବରଙ୍ଗପୁର ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି।
ସରକାର ଚାଷୀଙ୍କଠୁ ୪ ମାସ ହେଲା ଧାନ କିଣି ଥିଲେ ଟଙ୍କା ଦେଇ ନାହାନ୍ତି । ଯେଉଁଥି ପାଇଁ ସେମାନେ ବ୍ଲକ ଠୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଥିଲେ ବି ସମସ୍ୟାର ସମାଧାନ ହୋଇ ନାହିଁ । ଗତ ରାତିରେ ୧୮ଜଣ ଚାଷୀଙ୍କୁ ଧାନ କିଣା ବାବଦ ଅର୍ଥ ପ୍ରଦାନ କରିଛନ୍ତି। କିନ୍ତୁ ବୋନସ ଅର୍ଥ ପ୍ରଦାନ କରିନାହାନ୍ତି। ଯେହେତୁ ୫ଦିନ ଭିତରେ ଅର୍ଥ ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି ତେଣୁ ଚାଷୀମାନେ ଯେଉଁ ଅହରାତ୍ର ଧାରଣା ଦେଇଥିଲେ ସେଥିରେ ସାମୂହିକ ଭାବେ ସ୍ଥଗିତ କରିଛନ୍ତି । ଯଦି ୫ଦିନ ଭିତରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ନ ମିଳିବ ତେବେ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ବକେୟା ଟଙ୍କା ସାଢ଼େ ୪ କୋଟି ଟଙ୍କା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । ରାଜ୍ୟରେ ଚାଷୀ ଦୁଃଖରେ ଥିବାବେଳେ ରାଜ୍ୟ ସରକାର ଚାଷୀ ସମାବେଶ କରିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ l