ନୂଆଦିଲ୍ଲୀ ୦୩/୦୪: ରାଜ୍ୟସଭାରେ ବିଜେଡି ୱାକଫ୍‌ ବିଲ୍‌ ବିରୁଦ୍ଧରେ ଭୋଟ ଦେବାକୁ ସ୍ଥିର କରିଛି । ଏହି ବିଲ୍‌ ପ୍ରସଙ୍ଗରେ  ଗୃହରେ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିବ ବୋଲି ରାଜ୍ୟସଭାରେ ଦଳର ନେତା  ସସ୍ମିତ ପାତ୍ର କହିଛନ୍ତି । 

ସେ ମଧ୍ୟ  ଉଲ୍ଲେଖ କରିଛନ୍ତି ଯେ, ଦଳର  ନିର୍ଦ୍ଦେଶ ଅନୁଯାୟୀ ବିଲ୍‌ ଉପରେ  ଭୋଟିଙ୍ଗ ହେଲେ ବିଜେଡି ଏହା ବିରୁଦ୍ଧରେ ମଧ୍ୟ ଭୋଟ୍‌ ଦେବ। ଗତ  ଲୋକସଭା ଓ ରାଜ୍ୟ ବିଧାନସଭା  ନିର୍ବାଚନରେ ବିଜେଡିର ପରାଜୟ  ପରେ ଦଳ ମୋଦି ସରକାରଙ୍କ  ପ୍ରତି କେନ୍ଦ୍ରରେ କଠୋର ମନୋଭାବ ଗ୍ରହଣ କରିଆସିଛି ।  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ  ରାଜ୍ୟସଭାରେ ବିଜେଡି ମୋଦି  ସରକାରଙ୍କୁ ବିରୋଧ କରୁଛି ।

୧୩ ଘଣ୍ଟାର ମାରାଥନ ବିତର୍କ ପରେ ଲୋକସଭାରେ ୱାକଫ ବିଲ୍‌ ପାରିତ, ଆଜି ରାଜ୍ୟସଭାରେ ହେବ ଆଗତ