ଝରିଗାଁ ଓ ପାଲଲହଡାରେ ବିଜେଡି: ଖାତା ଖୋଲିଲା ବିଜେପି, ଉମରକୋଟରେ ଫୁଟିଲା ପଦ୍ମ

source;http://www.pragativadi.com
ଭୁବନେଶ୍ୱର ୨୩/୫: ନବରଙ୍ଗପୁର ପରେ ଝରିଗାଁ ଓ ପାଲଲହଡାରେ ମଧ୍ଯ ବିଜେଡି ବିଜୟ ଲାଭ କରିଛି । ଝରିଗାଁରେ ବିଜେଡି ବିଜୟ ହାସଲ କରିଛି । ଝରିଗାଁ ବିଧାନସଭା ଆସନରେ ବିଜେଡିର ପ୍ରକାଶ ମାଝୀ ବିଜୟୀ ହୋଇଛନ୍ତି । ସେ ନିଜ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କୁ ହରାଇ ବିଜୟୀ ହୋଇଛନ୍ତି । ପାଲଲହଡାରେ ମଧ୍ଯ ବିଜେଡି ନିଜ ବିଜୟ ଧ୍ୱଜା ଉଡାଇଛି । ପାଲଲହଡାରେ ବିଜେଡିର ମୁକେଶ ପାଲ୍ ଜିତିଛନ୍ତି । ମୁକେଶ ପାଲ୍, ନିଜ ନିକଟତ୍ତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କୁ ହରାଇଛନ୍ତି ।
ତେବେ ଉମରକୋଟରେ ପଦ୍ମ ଫୁଟିଛି । ଉମରକୋଟ ବିଧାନସଭାରେ ବିଜେପି ନିଜ ଖାତା ଖୋଲିଛି । ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଜେଡିର ସୁବାସ ଗଣ୍ଡକୁ ହରାଇ ବିଜୟୀ ହୋଇଛନ୍ତି । କିଛି ସମୟ ପୂର୍ବରୁ ନବରଙ୍ଗପୁର ବିଧାନସଭା ଗଣତି ଫଳାଫଳ ଆସିସାରିଛି । ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି । ସଦାଶିବ ପ୍ରଧାନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଗୌରୀ ମାଝୀଙ୍କୁ ୭୦୮୯ ଭୋଟରେ ହରାଇଛନ୍ତି ।