ସଟ୍ଟା ବଜାରରେ ଚର୍ଚ୍ଚା: ବିଜେପି ୨୫୦, ଏନ୍ଡିଏକୁ ୩୧୦ ଆସନ

ଜୈସଲ୍ମେର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଯାଇଥିବା ବେଳେ ସଟ୍ଟା ବଜାର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । କେଉଁ ଦଳକୁ କେତେ ଆସନ ମିଳିବା ସମ୍ଭାବନା ରହିଛି, ତାହାକୁ ନେଇ ବୋଟିଂ ଆରମ୍ଭ ହୋଇଯାଇଛି । ତେବେ ରାଜସ୍ଥାନ ସଟ୍ଟା ବଜାରରେ ବିଜେପି ସପକ୍ଷରେ ଅଧିକ ବାଜି ଲାଗିଛି । କେନ୍ଦ୍ରରେ ବିଜେପି ନେତତୃା୍ୱଧୀନ ଏନଡିଏ ହିଁ ସରକାର ଗଢିବ ବୋଲି ଅଧିକାଂଶ ବୁକି କହୁଛନ୍ତି । ରାଜସ୍ଥାନ ଯୋଧପୁର ସଟ୍ଟା ବଜାର ତଥ୍ୟ ମୁତାବକ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨୫୦ରୁ ଅଧିକ ଆସନ ପାଇବ । ସେହିଭଳି ଏନ୍ଡିଏ ୩୦୦ରୁ ୩୧୦ ଆସନ ହାସଲ କରିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସଟ୍ଟା ବଜାରରେ କଂଗ୍ରେସର ସ୍ଥିତି ଏକଦମ୍ ଖରାପ ରହିଛି । କଂଗ୍ରେସ କମ୍ ଲୋକସଭା ଆସନରେ ଜିତିବ ବୋଲି କୁହାଯାଉଛି । କଂଗ୍ରେସକୁ ଏଥର ୭୨ରୁ ୭୪ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି । ସେହିଭଳି ରାଜସ୍ଥାନର ମୋଟ ୨୫ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୮ରୁ ୨୦ ଆସନ ମିଳିବ । ରାଜସ୍ଥାନ ସଟ୍ଟା ବଜାରରେ ଏବେ ଚର୍ଚ୍ଚା ହେଉଛି ଯେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ।
ବିଜେପି ଏହାଦ୍ୱାରା ଫାଇଦା ପାଇବା ଅଧିକ ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ, ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପ୍ରତିଶୋଧ ସ୍ୱରୂପ ପାକିସ୍ତାନର ବାଲାକୋଟ୍ ଆତଙ୍କବାଦୀ ଶିବିରରେ ସାଂଘାତିକ ଆକ୍ରମଣ କରିଥିଲା । ଆଖିବୁଜା ବୋମାମାଡ଼ କରି ଶିବିରଗୁଡ଼ିକୁ ଧ୍ୱଂସ କରିପକାଇଥିଲା । ଏଥିରେ ୨୫୦ରୁ ୩୦୦ ଜୈସ୍ ଆତଙ୍କବାଦୀ ନିପାତ ହୋଇଥିବା ମଧ୍ୟ ଅନୁମାନ କରାଯାଉଛି । ତେଣୁ ମୋଦି ପୁଣି କ୍ଷମତାକୁ ଆସି ପାକିସ୍ତାନୀ ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିପାରିବେ ବୋଲି ସଟ୍ଟା ବଜାରରେ ଆଲୋଚନା ହେଉଛି । ଉଲେଖ୍ଲଯୋଗ୍ୟ, ବାଲାକୋଟ୍ଏୟାର ଷ୍ଟ୍ରାଇକ୍ ପବୂର୍ରୁ ରାଜସା୍ଥନ ସଟ୍ଟା ବଜାର ଏନଡ୍ଏିକୁ କମ୍ ସ୍କୋର ଦେଇଥିଲ। ଏନଡିଏ ୨୮୦ ଓ ବିଜେପି ୨୦୦ ଆସନ ପାଇବ ବୋଲି କୁହାଯାଉଥିଲା । କିନ୍ତୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ସ୍ଥିତି ଓଲଟିଯାଇଛି । ବିଜେପିର ଲୋକପ୍ରିୟତା ପୂର୍ବାପେକ୍ଷା ଢେର ବୃଦ୍ଧି ପାଇଛି ।