ନୂଆଦିଲ୍ଲୀ,୦୪/୦୩; ଭାରତୀୟ ଜନତା ଦଳ ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେଥିରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠବଲେ, ଭାଜପା ଜେନେରାଲ ସେକ୍ରେଟାରୀ ବିନୋଦ ତାୱେଡ, ରାମରାଓ ବାଡକୁଟେ ଏବଂ ମାୟା ଚିନ୍ତାମନ ଇବନାଟୋଙ୍କ ନାମ ରହିଛି । ବିଜେପି ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା । ଯେଉଁଥିରେ ୬ଟି ରାଜ୍ୟରୁ ୯ ଜଣଙ୍କ ନାମ ଚୂଡାନ୍ତ ହୋଇଥିଲା । ବୁଧବାର ବିଜେପି ଆଉ ଏକ ତାଲିକା ଜାରି କରିଛି ।
ଜାରି ତାଲିକା ଅନୁସାରେ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠାୱାଲେ ରାଜ୍ୟସଭାରେ ଆଉ ଏକ କାର୍ଯ୍ୟକାଳ ପାଇଁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେହିପରି ବିଜେପି ସାଧାରଣ ସମ୍ପାଦକ ବିନୋଜ ତାୱେଡ ପ୍ରଥମ ଥର ପାଇଁ ରାଜ୍ୟସଭାରେ ଏଣ୍ଟ୍ରୀ କରିବେ । ରାମରାଓ ଏବଂ ମାୟା ଚିନ୍ତାମାନ ମଧ୍ୟ ପ୍ରାର୍ଥୀ ତାଲିକାରେ ଅଛନ୍ତି । ୧୦ଟି ରାଜ୍ୟର ୩୭ ଆସନରେ ଦ୍ୱିବାର୍ଷିକ ନିର୍ବାଚନ ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ । ସେହି ଦିନ ଭୋଟ ଗଣତି ହେବ । ଏପ୍ରିଲରେ ଏହି ଆସନରେ ଭିନ୍ନ ଭିନ୍ନ ତାରିଖରେ ଖାଲି ହେବ । ଯେଉଁ ରାଜ୍ୟଗୁଡିକରେ ରାଜ୍ୟସଭା ଆସନ ଖାଲି ହେବ ସେଗୁଡ଼ିକ ହେଉଛି ମହାରାଷ୍ଟ୍ର (୭ଟି), ତାମିଲନାଡୁ (୬ଟି), ପଶ୍ଚିମବଙ୍ଗ ଏବଂ ବିହାର ( ୫ଟି), ଓଡ଼ିଶା (୪ଟି), ଆସାମ (୩ଟି), ହରିୟାଣା, ତେଲେଙ୍ଗାନା ଏବଂ ଛତିଶଗଡ (୨ଟି ଲେଖାଏଁ) ଏବଂ ହିମାଚଳ ପ୍ରଦେଶ ( ଗୋଟିଏ) ନାମାଙ୍କନ ଦାଖଲର ଶେଷ ତାରିଖ ଆସନ୍ତାକାଲି ବା ମାର୍ଚ୍ଚ ୫ ତାରିଖ ।
ଏହା ବି ପଢନ୍ତୁ...ବିହାରରୁ ନିତୀନ ନବୀନ ଯିବେ ରାଜ୍ୟସଭା , ଆଉ ୭ ପ୍ରାର୍ଥୀଙ୍କ ଘୋଷଣା
ବିଜେପି ରାଜ୍ୟସଭା ନିର୍ବାଚନ ପାଇଁ ତାର ଓଡିଶା ୟୁନିଟ୍ ସଭାପତି ମନମୋହନ ସାମଲ ଏବଂ ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କୁ ରାଜ୍ୟରୁ ପ୍ରାର୍ଥୀ କରିଛି । ପୂର୍ବତନ ରାଜ୍ୟମନ୍ତ୍ରୀ ମନମୋହନ ସାମଲ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥଲେ । ସେହିପରି ଦଳର ନେତା ଶିବେଶ କୁମାର ବିହାରରୁ ଲଢିବେ । ପୂର୍ବତନ ଲୋକସଭା ସଦସ୍ୟ ସଞ୍ଜୟ ଭାଟିଆ ହରିୟାଣାରୁ ରାଜ୍ୟସଭା ନିର୍ବାଚନ ଲଢିବେ । ଶିବେଶ କୁମାର ବିଜେପିର ବିହାର ୟୁନିଟ ସାଧାରଣ ସମ୍ପାଦକ ।