ନୂଆଦିଲ୍ଲୀ,୦୨/୦୮: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ବଳ ବଢିଛି । ସଂସଦର ଅପର ହାଉସ ବା ରାଜ୍ୟ ସଭାରେ ୧୦୦ ପାର ସାଂସଦଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟସଭାରେ ଦଳର ସାଂସଦଙ୍କ ସଂଖ୍ୟା ୯୯ରୁ ୧୦୨ରେ ପହଞ୍ଚିଛି । ନିକଟରେ ଉଜ୍ଜଳ ନିକମ, ହର୍ଷବର୍ଦ୍ଧନ ଶୃଙ୍ଖଳା ଏବଂ ସି. ସଦାନନ୍ଦନ ମାଷ୍ଟର ମନୋନୀତ ହୋଇଥିଲେ । ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ବଢିବା ଆସନ୍ତା ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଦଳକୁ ଫାଇଦା ଦେବ ।
ଦ୍ବିତୀୟ ରାଜନୈତିକ ଦଳ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ଶହେ ପାର କରିଛି । ଏହାପୂର୍ବରୁ ୧୯୮୮ରୁ ୧୯୯୦ ଭିତରେ କଂଗ୍ରେସ ପାଖରେ ଏହି ସଂଖ୍ୟା ଥିଲା । ୨୦୨୨ରେ ବିଜେପି ସଂସଦରେ ସେଞ୍ଚୁରୀ ମାରିଥିଲା । ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୯୭ରୁ ବଢି ୧୦୧ରେ ପହଞ୍ଚିଥିଲା । ଏବେ ୩ ବର୍ଷ ପରେ ଏହି ସଂଖ୍ୟା ପୁଣି ବଢିଛି । ବିଜେପି ସହିତ ଏହା ସହଯୋଗୀ ଦଳକୁ ମିଶାଇ ଏନଡିଏ ପାଖରେ ଏବେ ରାଜ୍ୟସଭାରେ ୧୩୪ ସାଂସଦ ଅଛନ୍ତି । ଯାହା ବହୁମତଠାରୁ ବହୁ ଅଧିକ । ରାଜ୍ୟସଭାରେ ମୋଟ ସଦସ୍ୟ ସଂଖ୍ୟା ୨୪୫ । ରାଜ୍ୟସଭାରେ ବର୍ତ୍ତମାନ ୧୨ ମନେନୀତ ସଦସ୍ୟଙ୍କ ସହ ୨୪୦ ସାଂସଦ ଅଛନ୍ତି । ଆହୁରି ୫ଟି ଆସନ ଖାଲି ରହିଛି । ୭୨ ବର୍ଷୀୟ ଉଜ୍ଜ୍ୱଳ ନିକମ ୨୬/୧୧ ମୁମ୍ବାଇ ଆକ୍ରମଣର କସାବର ସରକାରୀ ଓକିଲ ଥିଲେ, ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ୨୦୨୦ ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ବୈଦେଶିକ ସଚିବ ଥିଲେ ଏବଂ ସି. ସଦାନନ୍ଦନ ମାଷ୍ଟର ଜଣେ ସାମାଜିକ କର୍ମୀ ଏବଂ ଶିକ୍ଷକ ଯିଏକି ରାଜ୍ୟସଭା ସଦସ୍ୟ ହେବାପରେ ଦଳର ସଂଖ୍ୟା ବଢିଛି ।
କହି ରଖୁଛୁ କି, ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଆସନ୍ତା ଅଗଷ୍ଟ ୨୧ ତାରିଖରେ ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରାଯିବ । ସେପ୍ଟେମ୍ବର ୯ ତାରିଖରେ ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ପଦ ଖାଲି ରହିଛି । ତେଣୁ ବିଜେପି ଏହି ନିର୍ବାଚନରେ ବାଜିମାତ୍ କରିବା ସହିତ ଉପ-ରାଷ୍ଟ୍ରପତି ପଦ ନିଜ ପାଖରେ ରଖିବାକୁ ଚାହିଁବ ।