ନୂଆଦିଲ୍ଲୀ,୦୫/୦୫; ପଶ୍ଚିମବଙ୍ଗରେ ବମ୍ପର ବିଜୟ ହାସଲ କରିଛି ବିଜେପି । ବଙ୍ଗ ଦଖଲ କରିଛି ଭାରତୀୟ ଜନତା ପାର୍ଟି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ୧୫ ବର୍ଷର ଟିଏମ୍ସି ଦୁର୍ଗର ପତନ ଘଟାଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ କ୍ଷମତା ଦଖଲ କରିବାର ସ୍ୱପ୍ନ ପୂରଣ କରିଛି । ବିଜେପିର ପ୍ରଚଣ୍ଡ ବିଜୟ ପ ସରକାର ଗଠନ ନେଇ ଜୋରଦାର କସରତ ଆରମ୍ଭ ହୋଇଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଭିତରେ ଶପଥ ଗ୍ରହଣ ସମାରୋହକୁ ନେଇ ବଡ଼ ଖବର ଆସିଛି । ମେ ୯’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମଧ୍ୟରେ ପରାମର୍ଶ ଜାରି ରହିଥିଲେ ମଧ୍ୟ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି । ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ମେ ୯ରେ ଅନୁଷ୍ଠିତ ହେବ ।

​​​​​​​ସୂତ୍ର ଅନୁସାରେ ମେ ୧୦ ତାରିଖ ପୂର୍ବରୁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ମେ ୯ ତାରିଖରେ ପଡୁଥିବାରୁ ଏହି ତାରିଖକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ, ମେ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ । ଶୁଭେନ୍ଦୁ ଅଧିକାରୀ ସମେତ ଅନେକ ବରିଷ୍ଠ ବିଜେପି ନେତା ଦିଲ୍ଲୀରେ ଅମିତ ଶାହଙ୍କ ସହ ସରକାର ଗଠନ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

​​​​​​​ବିଜେପି ଅଧ୍ୟକ୍ଷ ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, କିଛି ସ୍ଥାନରେ ଲୋକ ବିଜେପି ପତାକା ନେଇ ଭଙ୍ଗାରୁଜା କରିଛନ୍ତି । ଏହାର ଆମେ କଡ଼ା ନିନ୍ଦା କରୁଛୁ । ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯଦି ଏମିତି କିଏ କରୁଛନ୍ତି ତେବେ ଆମେ ତାକୁ ପାର୍ଟିରୁ ବହିଷ୍କାର କରିବାକୁ ବାଧ୍ୟ ହେବୁ । ପଶ୍ଚିମବଙ୍ଗ ପାଇଁ ପୁରା ଦେଶ ବିଜୟ ଉତ୍ସବ ପାଳନ କରୁଛି । ଏବେ ଆମେ ସାମ୍ନାରେ ବହୁତ ବଡ଼ ଚ୍ୟାଲେଞ୍ଜ ରହିଛି । ଆମେ ତାର ସାମ୍ନା କରି ଆଗକୁ ବଢୁଛୁ । ଆମେ ଆମ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବାକୁ କହୁଛୁ । କାହାର ଭାବନାକୁ ଆଘାତ ଲାଗିବା ପରି କାମ ନକରନ୍ତୁ ।

#WATCH | Kolkata | BJP State President Samik Bhattacharya says, "The oath-taking ceremony of the new Chief Minister of West Bengal will take place on 9th May..." pic.twitter.com/KVyR0AwN5y

ଏହା ବି ପଢନ୍ତୁ...West Bengal CM Race : ଦିଦି ଗଲେ ଫୁଟିଲା ପଦ୍ମ; ଏବେ ବଙ୍ଗ ଗାଦିରେ କିଏ ବସିବ ? ମୁଖ୍ୟମନ୍ତ୍ରୀ ରେସ୍‌ରେ ୬ ବଡ଼ ନାମ