PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ହାଟଡ଼ିହି ବ୍ଲକର ବିଭିନ୍ନ ଦୁର୍ନୀତି ବିରୋଧର  ବିଡ଼ିଓଙ୍କୁ ଦାବିପତ୍ର, କାର୍ଯ୍ୟାନୁଷ୍ଠାନ ନ ନେଲେ  ଆନ୍ଦୋଳନ କରିବ ବିଜେପି

ହାଟଡ଼ିହି,୫।୭ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରେ ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଜେପି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ହାଟଡିହି ବ୍ଲକରେ ବିଭିନ୍ନ ସରକାରୀ ଯୋଜନାକୁ ବାଟମାରଣା କରିବା ଏବେ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇ ଯାଇଛି  ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ବିଜେପି ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଆମ୍ବୋ ପଞ୍ଚାୟତରେ ଗତ ତିନିବର୍ଷ ତଳେ ଆମ ଗାଁ ଆମ ବିକାଶ ଯୋଜନାରେ ଘର ନିର୍ମାଣ କରି ଛାତ ନପକାଇ ସମସ୍ତ ବିଲ  କନିଷ୍ଠ ଯନ୍ତ୍ରୀ ଉଠାଇ  ନେଇଥିଲେ।  ଏ  ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଯନ୍ତ୍ରୀ ଜଣକ ତରବରିଆ ଭାବେ ରାତାରାତି ଛାତ ପକାଇ  ଦେଇଥିଲେ। କିନ୍ତୁ ଏନେଇ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ବିଜେପି ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ସେହିପରି ମରୈଗାଁ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଓ ପିଇଓ ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଉଠାଇ ନେଇଥିବାବେଳେ ଏ ପର୍ଯ୍ୟନ୍ତ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଆଦାୟ ହୋଇପାରିଲା ନାହିଁ । ଏନେଇ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଦିଆଯାଇଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବ୍ଲକ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି ସେ ନେଇ ବିଜେପି ପ୍ରଶ୍ନ ଉଠାଇଛି ।

ସେହିପରି କଳିଗାଁ ପଞ୍ଚାୟତରେ ଅନେକ ମୃତ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ଆତ୍ମସାତ  କରାଯାଉଛି।  ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ତଦନ୍ତ କରାଗଲା ନାହିଁ କି ସଂପୃକ୍ତ ପିଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଖାଲି କଳିଗାଁ ନୁହଁ ଅନେକ ପଞ୍ଚାୟତରେ ଏପରି ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ କରାଯାଇ ସରକାରୀ ଅନୁଦାନକୁ ଆତ୍ମସାତ କରାଯାଇଥିଲେ ବି ସେନେଇ କୌଣସି ତଦନ୍ତ  କରାଯାଉ ନାହିଁ  । ବିଶେଷ କରି  ବ୍ଲକର କିଛି କର୍ମଚାରୀ ଏହି ଭତ୍ତା କାରବାରରେ ସଂପୃକ୍ତ ଅଛନ୍ତି ବୋଲି ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଛନ୍ତି ।

ଯଦି ବ୍ଲକ ପ୍ରଶାସନ ଏନେଇ କୌଣସି ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମି ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, କୈଳାଶ ସାମଲ, ବଳଭଦ୍ର ବାରିକ, ଶ୍ରୀକାନ୍ତ ଭୋଳ, ଦୀନବନ୍ଧୁ ମହାନ୍ତି, ଗୋପାଳକୃଷ୍ଣ ସେନାପତି ପ୍ରମୁଖ ସାମିଲ ହୋଇଥିଲେ ।