ନୁଆଦିଲ୍ଲୀ ୮/୪: ୧୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଆଜି ନିଜ ଘୋଷଣା ପତ୍ର ଜାରି କରିଛି । ଏହି ଘୋଷଣାପତ୍ର(ଇସ୍ତାହାର ପତ୍ର)ର ନାମ ରହିଛି ସଙ୍କଳ୍ପ ପତ୍ର । ବିଜେପି ଅଧ୍ୟକ୍ଷ ଅମିତ ଶାହ ସଙ୍କଳ୍ପ ପତ୍ର ଜାରି କରିବା ପୂର୍ବରୁ ମୋଦି ସରକାରଙ୍କ ଉପଲବ୍ଧି ବଖାଣିଥିଲେ । ଶାହ ଏହା ମଧ୍ଯ କହିଥିଲେ ଯେ ଏହି ସଙ୍କଳ୍ପ ପତ୍ର ୬ କୋଟି ଲୋକଙ୍କ ସହିତ ଚର୍ଚ୍ଚା ପରେ ପ୍ରସ୍ତୁତ କରାଯାଇଛି ।
wp:html/wp:htmlBJP releases their manifesto for #LokSabhaElections2019. pic.twitter.com/WI1pVKxIze
— ANI (@ANI) April 8, 2019
ଅମିତ ଶାହ କହିଲେ ଆମକୁ ପୁଣି ଥରେ ସୁଯୋଗ ଦିଅନ୍ତୁ । ଆମେ ଆପଣଙ୍କୁ ନିର୍ଣ୍ଣାୟକ, ପାରଦର୍ଶୀ ଓ ସମ୍ବେଦନଶୀଳ ସରକାର ଦେବାର ପ୍ରତିଜ୍ଞା ଦେଉଛୁ । ଆମେ ଲୋକଙ୍କ ଭାବନାର ସ୍ତରକୁ ବଦଳାଇଛୁ । ୨୦୧୪ରୁ ୨୦୧୯ ପର୍ଯ୍ଯନ୍ତ ଆଶାନୁରୂପ କାମ କରିଛୁ । ଦେଶର ସୁରକ୍ଷାକୁ ନେଇ କଡା ପଦକ୍ଷେପ ନେଇଛୁ । ଆଜି ଭାରତକୁ କେହି ହାଲକା ଭାବେ ନେଇ ପାରିବେନି । ବିଜେପି ଗତ ୫ ବର୍ଷରେ ୬୦ କିମ ହାଇୱେ ନିର୍ମାଣ କରିଛି । ୫ ବର୍ଷରେ ଗୋଟିଏ ବି ଘୋଟାଲା ହୋଇନି । ଗତ ୫ ବର୍ଷରେ ଗରିବଙ୍କୁ ସୁବିଧା ଦେବାପାଇଁ ଚେଷ୍ଟା କରାଯାଇଛି । ବିଜୁଳି, ଶୌଚାଳୟ, ଗ୍ଯାସ୍, ସ୍ୱାସ୍ଥ୍ଯ ଆଦି ଯୋଜନାର ଲାଭ ସମସ୍ତେ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ପିୟୁଷ ଗୋଏଲ, ସୁଷମା ସ୍ୱରାଜ, ରାଜନାଥ ସିଂହ ଉପସ୍ଥିତ ଥିଲେ ।
ସଙ୍କଳ୍ପ ପତ୍ରରେ କଣ ରହିଛି ଖାସ୍ …
ପାର୍ଟି ସଙ୍କଳ୍ପ ପତ୍ର ପ୍ରକାଶ କରିଛି । ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବାପାଇଁ କଂଗ୍ରେସର ପ୍ରତିଜ୍ଞାକୁ ଦୃଷ୍ଟିରେ ରଖି ବିଜେପି ସମାଜର ବିଭିନ୍ନ ଗୋଷ୍ଠୀକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଛି । ଦେଖନ୍ତୁ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଦେଖନ୍ତୁ…
ମୁଖ୍ଯ ବିନ୍ଦୁ
ବିକାଶ- ବିକଶିତ ଭାରତ ଭିଜନ ରହିବ
ରାଷ୍ଟ୍ରବାଦ- ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ମିଶନ ଶକ୍ତି କଥା ଦୋହରାଯାଇଛି
ରୋଜଗାର- ମୁଦ୍ରା ବ୍ଯାଙ୍କ, ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ରୋଜଗାର
ସୁରକ୍ଷା, ମଜଭୁତ ଭାରତ- ବିଶ୍ୱ ଦରବାରରେ ଭାରତକୁ ଆହୁରି ମଜଭୁତ କରାଯିବ ।
ଚାଷୀଙ୍କ ଆୟ ଗୁଇଗୁଣା କରିବାପାଇଁ ଏବଂ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ପିଏମ୍ କିଷାନ୍ ଯୋଜନାକୁ କାର୍ଯ୍ଯକାରୀ ତ୍ୱରିତ କରାଯିବ ।
ଯୁବ ଭାରତ- ଯୁବଗୋଷ୍ଠୀମାନଙ୍କ ପାଇଁ ଚେଷ୍ଟା କରାଯିବ ।
ରାମମନ୍ଦିର- ଭବ୍ଯ ରାମ ମନ୍ଦିର ବନାଇବା ଲକ୍ଷ୍ଯକୁ ପୂରଣ କରାଯିବ ।
ଗରିବଙ୍କୁ ସବୁ ଦିଗରୁ ସକ୍ଷମ କରିବା ପାଇଁ ଚେଷ୍ଟା କରାଯିବ ।
ମହିଳାଙ୍କ ସୁରକ୍ଷା ଓ ସ୍ୱାଭିମାନ ପାଇଁ ସବୁଦିଗରୁ ପ୍ରୟାସ କରାଯିବ ।
ମଧ୍ଯମ ବର୍ଗଙ୍କୁ ଇନକମ ଟ୍ଯାକ୍ସରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଲାଭ ମିଳିବ ।
ଏଥିରେ ନିର୍ବାଚନର ୩ ଥିମ୍ ରହିଛି ।
ନିର୍ବାଚନର ଥିମ୍
୧ . କାମିକା ସରକାର
୨ . ସଚ୍ଚୋଟ ସରକାର
୩ . ବଡ ନିଷ୍ପତ୍ତି ନେଉଥିବା ସରକାର
ଇସ୍ତାହାରରେ ୭୫ ପ୍ରତିଶୃତି ରହିଛି । ୨୦୨୨ ପର୍ଯ୍ୟନ୍ତ ସବୁ ପ୍ରତିଶୃତି ପୂରା କରିବାର ଘୋଷଣା କରିଛି ଦଳ । ୧୨ଟି କମିଟି ସଙ୍କଳ୍ପ ପତ୍ର ପୂରା କରିବାରେ ମୁଖ୍ଯ ଭୂମିକା ଗ୍ରହଣ କରିଛନ୍ତି । ଦେଖନ୍ତୁ …
ଆତଙ୍କବାଦ ଉପରେ ଜିରୋ ଟଲରେନ୍ସ ନୀତି
ରାଷ୍ଟ୍ରବାଦ ପ୍ରତି ପ୍ରତିବଦ୍ଧତା
ନାଗରିକ ସଂଶୋଧନ ବିଲ୍ ପାସ୍ ହେବ
ରାମ ମନ୍ଦିର ପ୍ରତିଷ୍ଠା ଲକ୍ଷ୍ଯ ପୂରଣ ପାଇଁ ସବୁ ବିକଳ୍ପ ବ୍ଯବହାର କରାଯିବ
କିଷାନ କ୍ରେଡିଟ୍ କାର୍ଡ ଉପରେ ଲକ୍ଷେ ଟଙ୍କା ପର୍ଯ୍ଯନ୍ତ ଲୋନ୍ ଉପେର ଜିରୋ ପ୍ରତିଶତ ସୁଧ
ବର୍ଷେ ପର୍ଯ୍ଯନ୍ତ କୃଷି ଲୋନ୍ ଉପରେ ୫ ବର୍ଷ ପର୍ଯ୍ୟନ୍ତ ସୁଧ ରହିବନି
ଦେଶର ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିବ
୬୦ ବର୍ଷ ବୟସ ପରେ ଚାଷୀଙ୍କୁ ପେନଶନ୍ ସୁବିଧା
୬୦ ବର୍ଷ ବୟସ ପରେ ଦେଶର ଛୋଟ ଦୋକାନୀଙ୍କୁ ମଧ୍ଯ ପେନଶନ ସୁବିଧା
ରାଷ୍ଟ୍ରୀୟ ବ୍ଯାପାର ଆୟୋଗ ଗଠନ ହେବ
ଭାରତ ମଧ୍ଯରେ କ୍ଷେତ୍ରୀୟ ଅସନ୍ତୁଳନ ଦୂର ହେବ
ଉତ୍କୃଷ୍ଟ ଇଞ୍ଜିନିୟରିଂ କଲେଜରେ ସିଠ୍ ବଢାଯିବ
ସବୁ ଭୂମି ରେକର୍ଡ ଡିଜିଟାଲ କରାଯିବ
ଘରେଘରେ ସ୍ୱଚ୍ଛ ପାନୀୟ ଜଳର ସୁବିଧା
ସବୁ ଗରିବ ପରିବାରକୁ ଏଲପିଜି ସୁବିଧା
ନେଶନ୍ୟାଲ୍ ହାଇୱେ ଦୁଇଗୁଣା ହେବ
୭୫ ନୂଆ ମେଡିକାଲ କଲେଜ ଖୋଲାଯିବ
୨୦୨୨ମଧ୍ଯରେ ସବୁ ରେଲୱେ ଲାଇନ୍ର ବିଦ୍ଯୁତୀକରଣ
୨୦୨୨ ମଧ୍ଯରେ ରେଲ ଲାଇନକୁ ବ୍ରଡ ଗେଜରେ ପରିବର୍ତ୍ତନ
ପ୍ରତି ବ୍ଯକ୍ତିଙ୍କୁ ୫ କିଲୋମିଟର ଭିତରେ ବ୍ଯାକିଂ ମିଳିବ ଲ
ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରହାଳୟ
୩ ତଲାକ୍ ବିରୁଦ୍ଧରେ ଆଇନ୍ ପ୍ରଣୟନ ହେବ
ସିଟିଜେନସିପ୍ ବିଲ୍ ପାସ୍ ହେବ, ଲାଗୁ କରାଯିବ
ମିଳିତ ଆଲୋଚନାରେ ଶୀଘ୍ର ରାମନ୍ଦିର ନିର୍ମାଣ ଚେଷ୍ଟା
ସମସ୍ତ ଅଙ୍ଗନବାଡ଼ି ଏବଂ ଆଶା କର୍ମୀ ଆୟୁଷ୍ନାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ହେବେ