PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣା: ବିଜେପି ନେତା ବିନୋଦ ଆର୍ଯ୍ୟ ଦଳରୁ ବହିଷ୍କୃତ, ମୁଖ୍ୟ ଅଭିଯୁକ୍ତ ପୁଅ ପୁଲକିତ୍ ଗିରଫ

ନୂଆଦିଲ୍ଲୀ ୨୪/ ୦୯: ଉତ୍ତରାଖଣ୍ଡର ରିସପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ନେତାଙ୍କ ପୁଅ ମୁଖ୍ୟ ଅଭିଯୁକ୍ତ ବାହାରିବା ପରେ ଦଳ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି । ଅଭିଯୁକ୍ତ ପୁଲକିତ୍ ଆର୍ଯ୍ୟର ପିତା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି । ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଚିଲ୍ଲା ପାଓ୍ବାର ହାଉସ୍‌ ନିକଟରୁ ଜବତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟର ମାଲିକାନାରେ ଥିବା ଏକ ରିସର୍ଟରେ ରିସପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ଅଙ୍କିତା ଭଣ୍ଡାରୀ । ଯାହାକି ପୌରୀ ଜିଲ୍ଲା ୟମକେଶ୍ବର ନିକଟରେ ଅବସ୍ଥିତ । କିଛିଦିନ ପୂର୍ବରୁ ଅଙ୍କିତା ଡ୍ୟୁଟି ଯାଇ ସେହି ରିସର୍ଟରୁ ହିଁ ନିଖୋଜ ହୋଇଯାଇଥିଲେ । ନିଖୋଜର କିଛିଦିନ ପରେ ତାଙ୍କର ମୃତଦେହ ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତ କରି ରିସର୍ଟ ମାଲିକ ପୁଲକୀତ ଆର୍ଯ୍ୟ ଏବଂ ସେଠାରେ କାର୍ଯ୍ୟ କରୁଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ପଚରାଉଚରା ବେଳେ ଅଭିଯୁକ୍ତ ମାନେ ସତ ମାନିଥିଲା । ବ୍ୟକ୍ତିଗତ ବିବାଦ ପରେ ସେମାନେ ମିଶି ଅଙ୍କିତାଙ୍କୁ ଏକ କେନାଲକୁ ଠେଲିଦେଇଥିଲେ । ଫଳରେ ସେ ପାଣିରେ ବୁଡି ଅଙ୍କିତାଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ପୋଲିସ ସୂଚନା ଦେଇଥିଲା । ଘଟଣାରେ ଏବେ ପୋଲିସ, ମୁଖ୍ୟ ଅଭିଯୁକ୍ତ ପୁଲକିତକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

ଦଳରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିନୋଦ ଆର୍ଯ୍ୟ । ସେ କହିଛନ୍ତି, ଜିଲ୍ଲା ପ୍ରଶାସନ ଘଟଣାର ଟିକ୍‌ନିକ୍‌ ତଦନ୍ତ କରିବା ଉଚିତ । ଯଦି ଆମେ ଭୁଲ ଥିବୁ ତେବେ କାର୍ଯ୍ୟାନୁଷ୍ଠାନ ନିଆଯାଉ’।

ବିଜେପି ନେତାଙ୍କୁ ବହିଷ୍କାର କରାଯିବା ପରେ ପାର୍ଟିର ମିଡିଆ ସେଲ୍‌ ଅଧ୍ୟକ୍ଷ ମନବୀର ଚୌହାନ କହିଛନ୍ତି, ‘ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟଙ୍କ ନିର୍ଦ୍ଦେଶ କ୍ରମେ ହରିଦ୍ବାର ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହିତ ତାଙ୍କ ପୁଅ ଅଙ୍କିତ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି’। ବିନୋଦ ଉତ୍ତରାଖଣ୍ଡର ମାଟି ବୋର୍ଡର ଚେୟାରମ୍ୟାନ ଥିଲେ । ତାଙ୍କୁ ମନ୍ତ୍ରୀ ରାଙ୍କର ସୁବିଧା ମିଳୁଥିଲା । ଏହା ସହିତ ତାଙ୍କ ପୁଅ ଅଙ୍କିତ ରାଜ୍ୟ ଓବିସି କମିଶନର ଉପାଧ୍ୟକ୍ଷ ଥିଲେ ।

ସମ୍ବନ୍ଧିତ ଖବର