PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

କଂଗ୍ରେସ ନେତ୍ରୀ ଉର୍ମିଲା ମାତୋଣ୍ଡେକରଙ୍କ ବିରୋଧରେ ମାମଲା ରୁଜୁ, କହିଥିଲେ ହିନ୍ଦୁ ବିଶ୍ବର ସବୁଠାରୁ ହିଂସ୍ର ଧର୍ମ

ନୂଆଦିଲ୍ଲୀ,୭।୪: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡେକର କିଛି ଦିନ ପୂର୍ବରୁ କଂଗ୍ରେସ ଯୋଗଦେବା ପରେ କୌଣସି ନା କୌଣସି କାରଣରୁ ପ୍ରତ୍ୟେକ ଦିନ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଉର୍ମିଲାଙ୍କ ବିରୋଧରେ ବିଜେପି ସୁରେଶ ନଖୁଆ   ଅପରାଧିକ ମାମଲା ରୁଜୁ କରିଛନ୍ତି। ସୁରେଶଙ୍କ କହିବା ଅନୁସାରେ, ଉର୍ମିଳା ଏକ ଟିଭି ଶୋ’ରେ ହିନ୍ଦୁଧର୍ମକୁ ବିଶ୍ବର ସବୁଠାରୁ ହିଂସ୍ର ଧର୍ମ କହିଥିଲେ। ଏଭଳି କରି ସେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଅଭିଯୋଗ ପତ୍ରରେ ସୁରେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଜଣେ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡ଼ିଛନ୍ତି।

ଉର୍ମିଳା ଏକ ସାକ୍ଷାତକାରରେ କହିଥିଲେ, ‘ଯେଉଁ ଧର୍ମ ନିଜର ସହିଷ୍ଣୁତା ଗୁଣ ପାଇଁ ପରିଚିତ ଥିଲା, ତାହା ବର୍ତ୍ତମାନ ସବୁଠାରୁ ହିଂସ୍ର ଧର୍ମ ପାଲଟି ଯାଇଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଏହି ୫ ବର୍ଷର ଶାସନକାଳକୁ ମୁଁ ସବୁଠୁ ଅଧିକ ଘୃଣା କରେ। ଭାରତରେ ବାକ୍‍ ସ୍ୱାଧୀନତାର ସମ୍ପୂର୍ଣ୍ଣ ଅଭାବ ରହିଛି। ଦେଶରେ ଅରାଜକତାର ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଲୋକଙ୍କୁ ଲାଗୁଛି କି ହିଂସା ହିଁ ଏକମାତ୍ର ରାସ୍ତା।’

ଉଲ୍ଳେଖନୀୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ପାଇଁ  ଉର୍ମିଳା  ଉତ୍ତର ମୁମ୍ବାଇ ଆସନରୁ ନିର୍ବାଚନ ଲଢୁଛନ୍ତି। ଏହି ଆସନରେ କଂଗ୍ରେସର କୌଣସି ପ୍ରାର୍ଥୀ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇନଥିଲେ। ତେଣୁ କଂଗ୍ରେସ ଏଭଳି ଏକ ଚେହେରାକୁ ଆଣିବାକୁ ଚାହୁଁଥିଲା ଯିଏକି ବିଜେପିକୁ କଡା ଟକ୍କର ଦେଇ ପାରିବ। ଉର୍ମିଲା ଏହି ନିର୍ବାଚନରେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି। କିନ୍ତୁ ତାଙ୍କ ଉପରେ ଏବେ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।