୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଳାନ; ପ୍ରସ୍ତୁତ ହେଲା ୬୦-୭୦ ଫର୍ମୁଲା; ୩ଲକ୍ଷ ସଂଖ୍ୟାଲଘୁଙ୍କୁ ନେଇ ଦିଲ୍ଲୀରେ ସମ୍ମିଳନୀ

Image Courtesy: Rediffmail
ନୂଆଦିଲ୍ଲୀ,୨୫/୦୧: ୨୦୨୪ ନିର୍ବାଚନକୁ ସମୟ ଯେତିିକି ପାଖେଇ ଆସୁଛି, ସେହିପରି ଭାବରେ ପ୍ରମୁଖ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଏପଟେ ଚଳିତ ବର୍ଷ ୯ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ୨୦୨୪ର ସେମିଫାଇନାଲ ବୋଲି କୁହାଯାଉଛି। ତେବେ ଏହାରି ଭିିତରେ କେନ୍ଦ୍ରରେ ଦୁଇ ଦଇଥର କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଏବେ ଅଳ୍ପସଂଖ୍ୟକ କାର୍ଡ ଖେଳିବାକୁ ଯାଉଛି। ଅଳ୍ପସଂଖ୍ୟକ ସମ୍ପ୍ରଦାୟ ପାଖରେ ପହଞ୍ଚିବାକୁ ଭାରତୀୟ ଜନତା ପାର୍ଟି ମେଗା ମାଷ୍ଟର ପ୍ଳାନ ପ୍ରସ୍ତୁତ କରୁଛି।
ଲୋକସଭା ନିର୍ବାଚନରେ ଅଳ୍ପସଂଖ୍ୟକ ଭୋଟରଙ୍କୁ ହାତେଇବା ପାଇଁ ବିଜେପି ମୁସଲିମ, ଇସାଇ, ପାରସୀ, ଜୈନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହୋଇଛି। କେବଳ ଏତିକି ନୁହେଁ ବରଂ ଅଳ୍ପସଂଖ୍ୟକ ଥିବା ସମସ୍ତ ଲୋକସଭା ଅଞ୍ଚଳକୁ ବିଜେପି ସ୍କୁଟର ଯାତ୍ରା କରିବ। ଦିଲ୍ଲୀରେ ହେବାକୁ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ମିଳନୀକୁ ନେଇ ମଧ୍ୟ ବଡ଼ ଯୋଜନା କରିଛି, ଏବଂ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ ବୋଲି ଚର୍ଚ୍ଚା ହେଉଛି। ବିଜେପି ସୂତ୍ରରୁ ଏହି ଖବର ମିଳିଛି।
ଏହି ଖବର ଉପରେ ନଜର ପକାନ୍ତୁ: ସେୟାର ବଜାର କ୍ରାସ୍: ସେନସେକ୍ସ ଏବଂ ନିଫ୍ଟି ବ୍ୟାପକ ହ୍ରାସ, ନିବେଶକ ହରାଇଲେ କୋଟି କୋଟି ଟଙ୍କା
ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ବିଜେପିର ସ୍କୁଟର ଯାତ୍ରାରେ ମୁସଲିମ ଧର୍ମଗୁରୁମାନେ ସାମିଲ ହୋଇପାରନ୍ତି, ଯେଉଁ ରଣନୀତିକୁ ନେଇ ଦଳ ଭିତରେ ମନ୍ଥନ ଚାଲିଛି। ବିଜେପିର ଯୋଜନା ମୁତାବକ, ବିଜେପି ସବୁ ଲୋକସଭା କ୍ଷେତ୍ରରେ ୫୦୦୦ ମୁସ୍ଲିମ ଓ ବାକି ସଂଖ୍ୟାଲଘୁ ସମୁଦାୟକୁ ଦଳରେ ଯୋଡ଼ିବ। ଏହା ବ୍ୟତିତ ବିଜେପି ମୁସଲିମ ଧର୍ମଗୁରୁମାନଙ୍କୁ ଏକତ୍ରିତ କରି କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନାର ପ୍ରଚାରକୁ ତୃଣମୂଳ ସ୍ତରରେ ପହଞ୍ଚାଇବ। ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀରେ ଆଉଟ୍ରିଚ୍ କାର୍ଯ୍ୟକ୍ରମ କରିବା ପରେ ବିଜେପି ସଂଖ୍ୟାଲଘୁଙ୍କୂ ନେଇ ସ୍ନେହ ସମ୍ମିଳନୀ ଆୟୋଜନ କରିବ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବେଠାରୁ ପାଖାପାଖି ୬୦-୭୦ ଲୋକସଭା କ୍ଷେତ୍ରକୁ ଚିହ୍ନଟ କରିସାରିଛି। ଏହି ସମସ୍ତ ଲୋକସଭା କ୍ଷେତ୍ର ଅଳ୍ପସଂଖ୍ୟକ ବହୁଳ ଅଟେ, ଯେଉଁଠାରେ ସଂଖ୍ୟାଲଘୁ ସମ୍ପଦାୟର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଛି। ଯୋଜନା ମୁତାବକ, ବିଜେପି ଚିହ୍ନଟ କରିଥିଲା ୬୦-୭୦ ଟି ଲୋକସଭା କ୍ଷେତ୍ରରୁ ସୁଫି, ଶିକ୍ଷିତ ମୁସଲମାନ, ଡାକ୍ତର, ଇଞ୍ଜିନିୟର,ବୁଣାକାର, ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ଉଲେମାଙ୍କ ମଧ୍ୟରେ ସମ୍ପର୍କ ମଜଭୁତ କରିବା ସହିତ ତାଙ୍କୁ ଦଳରେ ସାମିଲ କରିବାକୁ ପ୍ରୟାସ କରିବ।
ବିଜେପିର ରଣନୀତି ଅନୁସାରେ, ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ସଂଖ୍ୟାଲଘୁ ସମ୍ପଦାୟ ଇଲାକାରେ ଖୁବଶୀଘ୍ର ବୁଥ୍ ଯାଞ୍ଚ କରିବା ସହିତ ପନ୍ନା ସମିତି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବ। ଏହା ସମେତ ବିଜେପି ଚଳିତ ବର୍ଷ ଏପ୍ରିଲ/ମଇ ମାସରେ ଦିଲ୍ଲୀରେ ମୁସଲିମ ଓ ଅନ୍ୟ ଅଳ୍ପସଂଖ୍ୟକଙ୍କୁ ନେଇ ବଡ଼ ଧରଣର ସମ୍ମିଳନୀ କରିବ। ପାଖାପାଖି ୩ ଲକ୍ଷ ସଂଖ୍ୟାଲଗୁଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେବ। ଏବଂ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିବେ।