PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୨୦୨୪ରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ଜନତା, ୮୦ଟି ଯାକ ଲୋକସଭା ସିଟ୍‌ରେ ହାରିପାରେ ଦଳ: ଅଖିଳେଶ ଯାଦବ

  • ପ୍ରତିଶ୍ରୁତି ଦେଇ ଜନତାଙ୍କୁ ଧୋକା ଦେଇଛି ବିଜେପି
  • ୨୦୨୪ ଲୋକସଭା ନିର୍ବାଚନରେ ମିଳିବ ଜବାବ
  • କୁଆଡେ ଗଲା ୧ କୋଟି ଚାକିରି ପ୍ରତିଶ୍ରୁତି?

ଲକ୍ଷ୍ନୌ ୨୨/ ୦୧: ଉତ୍ତର ପ୍ରଦେଶରେ ବିଜେପିକୁ ଉଚିତ ଜବାବ ଦେବେ ଜନତା । ୨୦୨୪ ଲୋକସଭା ନିର୍ବାଚନରେ ୮୦ ରୁ ୮୦ ଆସନରେ ପରାଜୟ ଭୋଗିପାରେ ଭାରତୀୟ ଜନତା ପାର୍ଟି । ରବିବାର ଏଭଳି ଶାଣିତ ସ୍ବରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

Who renamed more UP districts? Akhilesh Yadav or Yogi Adityanath? - India  Today
social media

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, ‘ଦଶନ୍ଧି ଦଶନ୍ଧି ଧରି ଉତ୍ତରପ୍ରଦେଶରେ ଶାସନ କରିବାକୁ ସ୍ବପ୍ନ ଦେଖୁଥିବା ଦଳର ଅଧ୍ୟକ୍ଷ ଥରେ ଆସି ୟୁପିରେ ମାତ୍ର ଗୋଟିଏ ଦୁଇଟି ମେଡିକାଲ କଲେଜ୍‌ ବୁଲିଯିବା ଉଚିତ । ସେ ବୁଝିପାରିବେ ଆସନ୍ତା ନିର୍ବାଚନରେ ସେ କେତେ ସିଟ୍‌ରେ ବିଜୟୀ ହେବେ । ଆଗାମୀ ୫୦ ବର୍ଷ ପାଇଁ କ୍ଷମତାରେ ରହିବାକୁ ଚାହୁଁଥିବା ଦଳ ଲୋକଙ୍କ ସମସ୍ୟା ସମାଧାନରେ ପୂରାପୂରି ଭାବେ ଫେଲ୍‌ । ଯାହାର ଜବାବ ୟୁପି ଜନତା ଆଗାମୀ ଦିନରେ ଦେବେ’।

Team performance will decide winner of Akhilesh vs Yogi match | Deccan  Herald
social media

ବିଜେପିକୁ ପ୍ରଶ୍ନ କରି ଅଖିଳେଶ ଯାଦବ କହିଛନ୍ତି, ‘ଉତ୍ତର ପ୍ରଦେଶରେ ବିଜେପି ତାର କାର୍ଯ୍ୟକାରିଣୀ ବୈଠକରେ କହିଥିଲା ଯେ ୧ କୋଟି ଚାକିରି ଦେବାପାଇଁ ସଙ୍କଳ୍ପ ପାରିତ କରିବ । ଏହା ସହିତ ହାଜତ ମୃତ୍ୟୁ ପୀଡିତଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ବି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କେତେ ମାତ୍ରାରେ କାର୍ଯ୍ୟକାରୀ ହୋଇଛି ତାହା ୟୁପିର ଜନତା ବେଶ୍‌ ଭଲଭାବେ ଜାଣିଛନ୍ତି’।

ଏହି ଖବର ଉପରେ ବି ନଜର ପକାନ୍ତୁ: ଗୁଗଲ ଓ ମାଇକ୍ରୋସପ୍ଟ ଭଳି କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସପକ୍ଷରେ ନାହିଁ ଆପଲ୍, ଜାଣନ୍ତୁ କାହିଁକି

ଯୁବ ବ୍ୟବସାୟୀ ବଲଓ୍ବନ୍ତ ସିଂହଙ୍କ ହାଜତରେ ଅସ୍ବାଭାବିକ ମୃତ୍ୟୁ ନେଇ ଯୋଗୀ ସରକାର ଉପରେ ପ୍ରବଳ ବର୍ଷିଛନ୍ତି ଅଖିଳେଶ । ସାମାନ୍ୟ ଏକ ମାମଲାରେ ବଲଓ୍ବନ୍ତଙ୍କୁ ପୋଲିସ ଉଠାଇ ଆଣି ହାଜତରେ ପୁରାଇଥିଲା । ପୋଲିସ କଷ୍ଟୋଡୀରେ ଥିବା ବେଳେ ହିଁ ଗତ ଡିସେମ୍ବର ୧୨ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଆସିଥିଲା । ବଲଓ୍ବନ୍ତଙ୍କ ଶରୀରରେ ୨୪ରୁ ଅଧିକ ଦାଗ ଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଖୁଲାସା ହେବା ପରେ କ୍ଷମତାସୀନ ବିଜେପି ସରକାର ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ତୁରନ୍ତ ତାଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଏବଂ ଜଣଙ୍କୁ ଚାକିରି ଦେବାକୁ ଦାବି କରିଥିଲେ ଅଖିଳେଶ ।

ସମ୍ବନ୍ଧିତ ଖବର