ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବିଜେପିକୁ ମିଳିପାରେ ପ୍ରଥମ ମହିଳା ରାଷ୍ଟ୍ରୀୟ ଅଧ୍ୟକ୍ଷ; ରେସ୍‌ରେ ୩ ନାମ, ଜାଣନ୍ତୁ କିଏ ଆଗରେ ?

Published By : Ankita S | July 4, 2025 10:24 AM

ନୂଆଦିଲ୍ଲୀ,୦୪/୦୭: କିଏ ହେବ ବିଜେପିର ନୂଆ ଅଧ୍ୟକ୍ଷ ? ବିଜେପି କିପରି ଚୟନ କରିବ ଆଗାମୀ ଅଧ୍ୟକ୍ଷ ? ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ସରିବାକୁ ଥିଲା । ହେଲେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟକାଳକୁ ୨୦୨୪ ଜୁନ୍ ଯାଏ ବଢାଯାଇଥିଲା । ହେଲେ ଆଗାମୀ ବିଜେପି ଅଧ୍ୟକ୍ଷ କିଏ ହେବ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । କିଛି ଦିନ ଭିତରେ ନୂଆ ଅଧ୍ୟକ୍ଷ ନାମ ଘୋଷଣା ହେବ । ଚର୍ଚ୍ଚା ହେଉଛି କି ଏଥର ବିଜେପିରେ ମହିଳା ଅଧ୍ୟକ୍ଷ ହୋଇପାରନ୍ତି । ରେସ୍‌ରେ ୩ ପ୍ରମୁଖ ମହିଳା ନେତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ସବୁଠୁ ଆଗରେ ରହିଛନ୍ତି ।

ନିର୍ମଳା ସୀତାରମଣ- ବର୍ତ୍ତମାନ ଅର୍ଥମନ୍ତ୍ରୀ ଏବଂ ପୂର୍ବ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଦଳର ସଂଗଠନ ସହ ଏବଂ କେନ୍ଦ୍ର ସରକାରରେ ଲମ୍ବା ଅଭିଜ୍ଞତା ରହିଛି । ସେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷା ହେବା ନେଇ ଅଧିକ ସମ୍ଭାବନା ରହିଛି । ନକଟରେ ବିଜେପି ମୁଖ୍ୟାଳୟରେ ଜେପି ନଡ୍ଡା ଏବଂ ମହାସଚିବ ବିଏଲ ସନ୍ତୋଷଙ୍କ ସହିତ ବୈଠକରେ ସାମିଲ ହୋଇଥିଲେ । ସେ ଦକ୍ଷିଣ ଭାରତୀୟ । ତେଣୁ ସେ ବିଜେପି ମୁଖ୍ୟ ହେଲେ ଦକ୍ଷିଣ ଭାରତରେ ବିସ୍ତାର ରଣନୀତି ପାଇଁ ଲଭାଦାୟକ ହେବ ।

ଡ଼ି. ପୁରେନ୍ଦଶ୍ୱରୀ- ଆନ୍ଧ୍ରପ୍ରଦେଶ ଭାଜପା ପୂର୍ବ ଅଧ୍ୟକ୍ଷା ଡି.ପୁରେନ୍ଦ୍ରଶ୍ୱରୀଙ୍କ ପାଖରେ ମଧ୍ୟ ଯଥେଷ୍ଟ ଅଭିଜ୍ଞତା ରହିଛି । ଅନେକ ରାଜନୀତି ଦଳ ସହ ସେ କାମ କରି ସାରିଛନ୍ତି ଏବଂ ଦଳରେ ତାଙ୍କୁ ବ୍ୟାପକ ଭାବେ ସମର୍ଥନ ବି କରେ । ସେ ଅପରେସନ୍ ସିନ୍ଦୂର ପରି ଅନ୍ତର୍ଜାତୀୟ କୂଟନୀନୈତିକର ମଧ୍ୟ ଅଂଶ ହୋଇଛନ୍ତି ।

ବନାଥି ଶ୍ରୀନିବାସନ- ତାମିଲନାଡୁ କୋଏମ୍ବାଟୁର ଦକ୍ଷିଣ ଆସନର ବିଧାୟକ ଏବଂ ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି ବନାଥି ଶ୍ରୀନିବାସନ । ୧୯୯୩ରୁ ବିଜେପି ସହ ଯୋଡ଼ି ହୋଇରହିଛନ୍ତି ଶ୍ରୀନିବାସନ । ସଂଗଠନର ଅନେକ ପଦରେ ମଧ୍ୟ ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ୨୦୨୨ରେ କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ହୋଇଥିଲେ । ପ୍ରଥମ ତାମିଲ ମହିଳା ଭାବେ ସମିତିର ନେତା ହୋଇଥିଲେ ।

ସଂଘର ସମର୍ଥନ- ସୁତ୍ର ଅନୁସାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏହି ବିଚାରକୁ ସମର୍ଥନ କରିଛି । ଭାଜପାକୁ ଏବେ ଜଣେ ମହିଳାଙ୍କୁ ଶୀର୍ଷ ନେତୃତ୍ୱ ଦେବା ଦରକାର । ଏହି ପଦକ୍ଷେପ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଧେୟକ ଭାବନାର ଅନୁରୂପ ହେବ । ଯାହାର ପ୍ରଭାବ ଆଗାମୀ ସୀମାନିର୍ଦ୍ଧାରଣ ଲୋକସଭାରେ ଦେଖିବାକୁ ମିଳିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.