ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବିଧାନସଭାରେ ବିଧାୟକଙ୍କ ଅସହାୟତା; ‘ମୁଁ ଫୁଟ୍‌ପାଥରେ ରହୁଛି...’

ଭୁବନେଶ୍ୱର,୧୨ ।୭(ବ୍ୟୁରୋ): ବିଧାୟକ ଭାବେ ନିର୍ବାଚିତ ହେବାର ଦେଢ଼ ମାସ ପୂରିଲାଣି । ମୋତେ ଏଯାଏ ବିଧାୟକ କ୍ୱାର୍ଟର୍ସ କିମ୍ବା ଅତିଥି ଭବନରେ ରୁମ୍‌ ମିଳିନି । ମୁଁ ଏକରକମ ଫୁଟପାଥରେ ରହୁଛି । ବିଧାନସଭାର ଡାକ ପାଉନି । କୌଣସି ସୂଚନା ମଧ୍ୟ ଜାଣିପାରୁନି ।

ଆଜି ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଏହା କହିଥିଲେ ବିଜେପି ବିଧାୟକ ମୋହନ ମାଝୀ । ସେ କହିଲେ, ଏ ସଂପର୍କରେ ସେ ବିଧାନସଭା ସଚିବାଳୟର ଦୃଷ୍ଟି ଆକର୍ଷଣ କରି ମଧ୍ୟ ଏଯାଏ କିଛି ସୁଫଳ ପାଇନାହାନ୍ତି । ସେ ଆହୁରି ଅଭିଯୋଗ କଲେ ଯେ, ଭୁବନେଶ୍ୱରରେ ଭିଭିଆଇପି ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦିନ ଦ୍ୱିପ୍ରହରେ ମୋ ବ୍ୟକ୍ତିଗତ ସହାୟକଙ୍କୁ ଅଜଣା ଦୁର୍ବୃତ୍ତ ଛୁରି ମାରି କାଗଜପତ୍ର ଛଡ଼ାଇ ନେଇଗଲେ । ଏମଏଲଏ କଲୋନିରେ ଅଜଣା ଦୁର୍ବୃତ୍ତମାନେ କଳା ପଲସରରେ ଆସି ଚକ୍କର କାଟୁଛନ୍ତି । ଡକାୟତି କରୁଛନ୍ତି ।

ଏପରିକି ମୁଁ ଗୃହ ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟିବାକୁ ଯାଇଥଲି । ସେ ମୋତେ ସହଯୋଗ କରିବା ଦୂରର କଥା ରୁମରୁ ବାହାର କରିଦେଲେ ବୋଲି ମୋହନ ଅଭିଯୋଗ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ଆପଣ ଗୃହ କାର୍ଯ୍ୟ ପରେ ମୋ ରୁମ୍‌କୁ ଆସନ୍ତୁ । ମୁଁ ସବୁ ସମସ୍ୟାର ସମାଧାନ କରିଦେବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.