ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

‘ବନ୍ଦ ହେଉ ବିଗବସ୍, ଅଶ୍ଲୀଳତା ବଢୁଛି’, ଲୋକସଭାରେ ଦାବି କଲେ ବିଜେପି ସାଂସଦ

Published By : Prameya | March 27, 2025 6:56 PM

ନୂଆଦିଲ୍ଲୀ,୨୭।୩: ପ୍ରସିଦ୍ଧ ରିଏଲିଟି ଶୋ’ ‘ବିଗବସ୍’ ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ସଂସଦରେ ଚର୍ଚ୍ଚା। ବିଜେପି ସାଂସଦ ଅନିଲ ଫିରୋଜିଆ ଗୁରୁବାର ଲୋକସଭାରେ କହିଛନ୍ତି ତୁରନ୍ତ ଏହା ଉପରେ ରୋକ ଲଗାଇ ଦିଆଯାଉ। କାରଣ ଏଥିରେ ଅଶ୍ଲୀଳ ବ୍ୟବହାର ଓ ଖରାପ ଭାଷାକୁ ପ୍ରୋତ୍ସାହନ ଦିଆଯାଉଛି। ଯାହାକି ସମାଜ ପାଇଁ ବିପଦଜନକ ହୋଇପାରେ।

ମଧ୍ୟ ପ୍ରଦେଶର ଉଜୈନରୁ ଲୋକସଭା ସାଂସଦ ଫିରୋଜିୟା ଗୃହର ଶୂନ୍ୟକାଳ ବେଳେ ଏହି ବିଷୟ ଉଠାଇଛନ୍ତି। ସେ କହିଛନ୍ତି, ‘ବିଗବସ୍’ ଏଭଳି ଏକ ଶୋ’ ଯାହାକୁ ଭାରତୀୟ ଟିଭିରେ ବହୁ ପରିମାଣରେ ପ୍ରସାରିତ କରାଯାଉଛି। ଏହାର କୋଟି କୋଟି ଦର୍ଶକ ମଧ୍ୟ ଅଛନ୍ତି।’

ଫିରୋଜିୟା କହିଛନ୍ତି, ଆରମ୍ଭରୁ ଏକ ସାମାନ୍ୟ ରିଆଲିଟି ଶୋ’ ଥିଲା, କିନ୍ତୁ ପରେ ଏଥିରେ ଅଶ୍ଲୀଳତା ଓ ବିବାଦର ସ୍ତର ବଢି ଯାଇଥିଲା। ଏବେ ଏହା ଦର୍ଶକ ଓ ସମାଜ ପାଇଁ ବିପଦଜନକ ହୋଇପାରେ।’ ସେ ଦାବି କହିଛନ୍ତି ଶୋ’ରେ ସବୁବେଳେ ଅଭଦ୍ର ଭାଷା କୁହାଯିବା ସହ ବିବାଦ ଦେଖିବାକୁ ମିଳୁଛି। ଏପରିକି ବହୁ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଜୀବନ‌ରେ ଖରାପ ଦିଗକୁ ବି ଦେଖାଯାଉଛି। ଏହା ଆମର ଯୁବପୀଢି ଓ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏହାଛଡା ସେ ଶୋ’ର ହୋଷ୍ଟ ସଲମାନ ଖାନ୍‌ଙ୍କ ନାଁ ନେଇ କହିଛନ୍ତି, ମୁଁ ଦାବି କରୁଛି ଏହି ଶୋ’ ଓ ଏଭଳି ଶୋ’ ତୁରନ୍ତ ବନ୍ଦ ହେଉ।’

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.