ନୂଆଦିଲ୍ଲୀ, ୫/୧ : ଲୋକସଭାରେ ବିରୋଧୀ ଦଳ ନେତା ସୀମା ବିବାଦ ଏବଂ ଆମେରିକା ସହ ଟ୍ରେଲ୍ ଡିଲ୍ ନେଇ ସରକାରଙ୍କ ସମାଲୋଚନା କରିଛନ୍ତି । ଟ୍ରେଡ୍ ଡିଲ୍ ଏବଂ ଏପିଷ୍ଟିକ୍ ଫାଇଲକୁ ନେଇ ରାହୁଲ ଲୋକସଭାରେ କହିଥିଲେ କି, ଏଥିରେ ଆହୁରି କିଛି ମାଲ ରହିଛି । ଯାହାକୁ ଏବେ ପର୍ଯ୍ୟନ୍ତ ଜାରି କରାଯାଇନାହିଁ । ତେବେ ରାହୁଲଙ୍କ ଏହି ମାଲ ଶବ୍ଦକୁ ନେଇ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା । ସେ କହିଛନ୍ତି କି, ଯେଉଁ ମଣିଷର ଏଭଳି ଭ୍ରଷ୍ଟ ବୁଦ୍ଧି ତାଙ୍କଠାରୁ ଆଉ କ’ଣ ବା ଆଶା କରିପାରିବା ।
#WATCH | Delhi | On Lok Sabha LoP Rahul Gandhi's statement, BJP MP Kangana Ranaut says, "Look at his choice of words, the way he said about the Epstein files too, that there's more 'maal' and 'kebab' in it. What can you expect from a person with such a rotten and corruptmindset?" pic.twitter.com/rr4nis1AAs
— ANI (@ANI) February 5, 2026
ଗୁରୁବାର ନିଜର ପ୍ରତିକ୍ରିୟାରେ ବର୍ଷିଛନ୍ତି କଙ୍ଗନା । ସେ କହିଛନ୍ତି କି, ଏପିଷ୍ଟିକ୍ ଫାଇଲରେ ମହିଳାଙ୍କ ଶୋଷଣ ଏବଂ ଆକ୍ରମଣ ଉପରେ ଉଲ୍ଲେଖ ରହିଛି । କିନ୍ତୁ ଏହାକୁ ନେଇ ରାହୁଲ ମାଲ ଶବ୍ଦ ବ୍ୟବହାର କରିଛନ୍ତି । ଆପଣ କଳ୍ପନା କରିପାରୁଥିବେ କି, ଏଭଳି ନିଚ୍ଚ ସ୍ତରର ଚିନ୍ତାଧାର ରଖୁଥିବା ଲୋକଠାରୁ ଆପଣ କଣ ବା ଆଶା କରିପାରିବେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ ପୂର୍ବତନ ସେନା ମୁଖ୍ୟ ଏମଏମ ନରୱାଣେଙ୍କ ପୁସ୍ତକ ଏବଂ ଚୀନ ସୀମା ବିବାଦ ଉପରେ ଏହାର ଉଲ୍ଲେଖକୁ ନେଇ ସମାଲୋଚନା କରିଥିଲେ । ଏହାସହ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।
ଏହାସହ ପଢ଼ନ୍ତୁ : ପାକିସ୍ତାନ ପାଇଁ ବୁଡ଼ିବ ବାଂଲାଦେଶ କ୍ରିକେଟ ବୋର୍ଡ, ପୂର୍ବତନ ଅଧିକାରୀ କହିଲେ....