ନୂଆଦିଲ୍ଲୀ, ୫/୨ : ଭାରତରେ ଅନୁଷ୍ଠିତ ଟି-୨୦ ବିଶ୍ବକପରୁ ବାଂଲାଦେଶ ବାଦ ପଡ଼ି ଦିନରୁ ବୋର୍ଡକୁ ପଡ଼ିଛି ଶନିଦଶା । ପାକିସ୍ତାନ କଥାରେ ଏଭଳି କରିଥିବା ବାଂଲାଦେଶ କ୍ରିକେଟ ବୋଣ୍ଡରେ ଚିନ୍ତାରେ ପଡ଼ିଛି । ବାଂଲାଦେଶକୁ ସପୋର୍ଟ କରିବା ପାଇଁ ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିଛି । ଯଦି ଆଇସିସି ବଡ଼ ପଦକ୍ଷେପ ନେବ ସିଧା ବାଂଲାଦେଶ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ନିଜେ ବାଂଲାଦେଶର ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି ।
ବିସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯଦି ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ନହୁଏ ତାହେଲେ ଆଇସିସି କ୍ଷତି ସହିବ । ସମଗ୍ର କ୍ରିକେଟ ଜଗତ କ୍ଷତି ସହିବାକୁ ଥିବାବେଳେ ସିଧାସଳଖ ଏହା ବଡ଼ ପ୍ରଭାବ ପକାଇବ । ଯାହାକି ଆମେ ଚାହୁଁନାହୁଁ ମାତ୍ର ବାଂଲାଦେଶ ଏହାର କ୍ଷତି ମଧ୍ୟ ସହିବାକୁ ପଡ଼ିବ । ଆମ ଭଳି ଛୋଟ ବୋର୍ଡ ମଧ୍ୟ ଆର୍ଥିକ ଭାବରେ ବହୁ କ୍ଷତି ସହିବ । ଯାହଳାଫଳାରେ ପୁଣିଥରେ ଅଣ୍ଟା ସଳଖିବା କଷ୍ଟ ହୋଇଯିବ । ତେବେ ଭାରତ-ପାକିସ୍ତାନ ମ୍ୟାଚ ଯଦି ହୁଏ ତାହେଲେ ଆଇସିସି ଲାଭ ପାଇଲେ ବୋର୍ଡମାନେ ମଧ୍ୟ ଲାଭ ପାଇବେ । ମାତ୍ର ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ସେ ନିନ୍ଦା କରିଛନ୍ତି ।
ଏହାସହ ପଢ଼ନ୍ତୁ : ଆମପାଇଁ "ଦେଶ" ର ଅର୍ଥ କେବଳ "ଜାତୀୟ ସେବା" : ମୁଖ୍ୟମନ୍ତ୍ରୀ