• ଲାଲଗଡ଼କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ବଡ଼ ଘୋଷଣା 
  • ମନ୍ଦିର ନବୀକରଣକୁ ନେଇ ଆରମ୍ଭ ବିବାଦ 
  • କଂଗ୍ରେସ, ଜେଏମଏମ ଓ ଆରଜେଡିକୁ ଦୁବେଙ୍କ ଟାର୍ଗେଟ

ଦେଓଘର : ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ମନ୍ଦିର ନବୀକରଣକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ରାଜ୍ୟର ଗୋଡ୍ଡାରୁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲାଲଗଡ଼ ମାମଲାରେ ବଡ଼ ଘୋଷଣା କରିଛନ୍ତି। ସେ ଆକ୍ରମଣାତ୍ମକ ଭଙ୍ଗୀ ଆପଣାଇ କହିଛନ୍ତି ଯେ, ହିନ୍ଦୁସ୍ତାନରେ ମନ୍ଦିର ହେବ ନାହିଁ, ତ କଣ ପାକିସ୍ତାନରେ ହେବ। ଜାଣନ୍ତୁ ପୂରା ବିବାଦ କଣ ଏବଂ ବିଜେପି ସାଂସଦଙ୍କର କଣ ରହିଛି ପ୍ଲାନ୍ ?

ପ୍ରକୃତକଥା ଦେଓଘର ଜିଲ୍ଲାରେ ଲାଲଗଡ଼ ଲୋକାଲିଟି ଅଛି। ଏଠାରେ ମନ୍ଦିରର ନବୀକରଣକୁ ନେଇ ବୁଧବାର ରାତିରେ ଉତ୍ତେଜନା ସୃଷ୍ଟି ହୋଇ ଥିଲା। ଏହାପରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଝଗଡ଼ାରେ ପୁଲିସ ୭ଜଣ ଲୋକଙ୍କୁ ହେପାଜତକୁ ନେଇଥିଲା। ଏହି ସମୟରେ ନିଶିକାନ୍ତ ଦୁବେ କଂଗ୍ରେସ, ଜେଏମଏମ ଓ ଆରଜେଡି ଉପରେ ଆକ୍ରମଣ କରି କହି ଥିଲେ – ହିନ୍ଦୁ ଝାଡ଼ଖଣ୍ଡରେ ନିଜ ମାଟିରେ ମନ୍ଦିର ମଧ୍ୟ ତିଆରି କରି ପାରୁ ନାହାନ୍ତି। ଉକ୍ତ ମାମଲାରେ ପୁଣି ଥରେ ନିଶିକାନ୍ତ ଦୁବେଙ୍କ ବୟାନ ସାମନାକୁ ଆସିଛି।

ବିଜେପି ସାଂସଦଙ୍କ ଲାଲଗଡ଼ ଉପରେ ଘୋଷଣା –

ବିଜେପି ସାଂସଦ ଏକ୍ସରେ କରିଥିବା ଟ୍ୱିଟ୍‌ରେ ମନ୍ଦିର ଯାଇ ସ୍ଥଗିତ କାମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି – ୩୧ ଜାନୁଆରୀ ୨୦୨୬ ସକାଳ ୮ଟା ସମୟରେ ମାଘ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ନିଜେ ଲାଲଗଡ଼କୁ ଆସି ମନ୍ଦିରର ବନ୍ଦ ଥିବା କାର୍ଯ୍ୟକୁ ଆରମ୍ଭ କରିବି। ମନ୍ଦିର ଭବ୍ୟ, ସୁନ୍ଦର ତଥା ମଧୁପୁରର ସବୁଠୁ ଉଚ୍ଚ ହେବ। ଦୁବେ ଚ୍ୟାଲେଞ୍ଜ ପୂର୍ବକ ଲେଖିଛନ୍ତି –ଅନୁସୂଚିତ ଜାତିର ନିଜର ମାଟିରେ ଯଦି ହିନ୍ଦୁସ୍ତାନରେ ମନ୍ଦିର ହେବ ନାହିଁ, ତ କଣ ପାକିସ୍ତାନରେ ହେବ। ଏହାପରେ ଲେଖିଛନ୍ତି – ହୋଇ ଯାଅ ପ୍ରସ୍ତୁତ, ଆମ ହେଉଛୁ ସାଫ୍ରନ ପାତାକାଧାରୀ।

ଅନ୍ୟ ଏକ ଟ୍ୱିଟ୍ରେ ନିଶିକାନ୍ତ ଦୁବେ ଆହତଙ୍କ ଫଟୋକୁ ସେୟାର କରି କ୍ୟାପସନ ଲେଖିଛନ୍ତି – ମନ୍ଦିର ସେହିଠାରେ ତିଆରି କରିବେ। ସେଠାରେ ସେୟାର କରାଯାଇ ଥିବା ଏହି ଫଟୋରେ ଲେଖାଯାଇଛି – ମଧୁପୁର , ଲାଲଗଡ଼ରେ ବର୍ବରତାର କଳା ଚେହେରା! ମନ୍ଦିର ବିବାଦରେ ଅନ୍ୟ ସଂପ୍ରଦାୟର ଲୋକଙ୍କ ଦ୍ୱାରା ୬ ହିନ୍ଦୁ ଭାଇ-ଭାଉଣୀଙ୍କ ଉପରେ ଭୀଷଣ ଆକ୍ରମଣ। ହିଂସା କୌଣସି ବି ପରିସ୍ଥିତିରେ ନିନ୍ଦନୀୟ। ଆହତଙ୍କୁ ନ୍ୟାୟ ମିଳୁ । ନିରପେକ୍ଷ ଯାଞ୍ଚ ହେଉ। ଶାନ୍ତି ଜାରି ରଖନ୍ତୁ। ସଦଭାବକୁ ମଜବୁତ କରନ୍ତୁ। ଆଇନ ବ୍ୟବସ୍ଥା ବଜାୟ ରହୁ।