ସାହାଜପାଲ,୧୩।୧୧ : ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ଲାଇନ ମେନ ପଡାରେ ବହିରା ମଣ୍ଡଳ ବିଜେପି ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ କଣ୍ଟାମାଳ ବିଜେପି ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ ।
ମଣ୍ଡଳ ସଭାପତି ଯୀଶୁ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପୟୋଧର ମହାକୁଳ, ଓ ଅନ୍ୟ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଶିକ୍ଷକ ନେତା ଧନଞ୍ଜୟ ପାତ୍ର, ଜିଲ୍ଲା ମଣ୍ଡଳ ପ୍ରତିନିଧି ନରେଶ ପ୍ରଧାନ, ଯୁବ ନେତା ଯଯାତି ପ୍ରଧାନ, ସଂଜୀବ ମେହେର, ଶିବ କର୍ମୀ, ଏକଲବ୍ୟ ମହାକୁଡ଼, ଗୋପାଳ ମେହେର, ହରିହର କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ।