PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

‘ସଙ୍କଳ୍ପ ପତ୍ର’ ଉନ୍ମୋଚନ କଲେ ଶାହ, ନୂଆ ଓଡି଼ଶା ପାଇଁ ୯ ସଙ୍କଳ୍ପ

ଭୁବନେଶ୍ୱର ୭/୪:  ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ । ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଦଳ ପକ୍ଷରୁ ନିର୍ବାଚନ ଇସ୍ତାହାର ପତ୍ର ଘୋଷଣା କରିଛନ୍ତି ।  ନିର୍ବାଚନ ଇସ୍ତାହାର ‘ସଙ୍କଳ୍ପ ପତ୍ର’ ଉନ୍ମୋଚନ କରିଛନ୍ତି ଶାହ । ସଙ୍କଳ୍ପ ପତ୍ରରେ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ‘ସଙ୍କଳ୍ପ ପତ୍ର’ରେ ରହିଛି ୯ଟି ସଙ୍କଳ୍ପ । ନୂଆ ଓଡିଶା ପାଇଁ ୯ଟି ସଂକଳ୍ପ ନେଇଛି ଦଳ ।

କଣ ରହିଛି…

ଓଡିଶାରେ  ଆୟୁଷ୍ମାନ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରାଯିବ ।

୩ ମାସ ମଧ୍ଯରେ ପେଶା ଆଇନ୍ ଲାଗୁ କରାଯିବ ।

ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ ।

ଶିଳ୍ପ, ଉତ୍ତମ ଶିକ୍ଷା ଓ ବେରୋଜଗାର ଉପରେ ଗୁରୁତ୍ୱ ଦିଆଯିବ ।

୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ସ୍ୱାସ୍ଥ୍ଯ ଓ ବିଜୁଳି ଯୋଗାଇ ଦିଆଯିବ ।

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଚିଟଫଣ୍ଡ ଠକଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ।

ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଖତମ କରାଯିବ ।

ପୁରୀକୁ ଦେଶର ସାସ୍କୃତିକ ରାଜଧାନୀରେ ପରିଣତ କରାଯିବ ।

ସମ୍ବନ୍ଧିତ ଖବର