ଭୁବନେଶ୍ୱର ୧୯/୦୪: ବିଜେପି ପାର୍ଟି ଅଫିସରେ ରାଜ୍ୟ ପଦାଧିକାରୀ ବୈଠକରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ୍ ମ୍ୟାପ୍। ନିର୍ବାଚନ ପୂର୍ବରୁ ବୁଥସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବାକୁ ବ୍ଲୁ ପ୍ରିଣ୍ଟ । ଜିଲ୍ଲାସ୍ତରରେ ଅନୁଷ୍ଠିତ ପ୍ରଶିକ୍ଷଣ ପର୍ବ ଅନୁଷ୍ଠିତ ହେବ । ସବୁ ବୁଥ୍, ସବୁ ମଣ୍ଡଳରେ 'ମନ କି ବାତ' କାର୍ଯ୍ୟକ୍ରମ ହେବ। ପ୍ରତି ମାସରେ ମଣ୍ଡଳ ବୈଠକ ବସିବ। ମେ' ୧ରୁ ମେ' ଶେଷ ସୁଦ୍ଧା ୩୭ଟି ସାଙ୍ଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। ଏନେଇ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଦଳର ଜିଲ୍ଲାର ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେବ। ସେ ବାବଦରେ ବିସ୍ତୃତ ଭାବେ ଆଲୋଚନା ଚାଲିଛି। ସାଙ୍ଗଠନିକ ଦୃଷ୍ଟିରୁ ଶକ୍ତି କେନ୍ଦ୍ର ଓ ମଣ୍ଡଳ କମିଟି ବାବଦରେ ବି ଆଲୋଚନା କରାଯାଇଛି । ବିଜେପି ସବୁ ସମୟରେ ସମସ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ସଙ୍ଗଠନକୁ ବୁଥସ୍ତର ପର୍ଯ୍ୟନ୍ତ ଚଳଚଞ୍ଚଳ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି । ସବୁ ବୁଥ, ସବୁ ମଣ୍ଡଳରେ କେମିତି ମନ କି ବାତ କାର୍ଯ୍ୟକ୍ରମ ହେବ। ପ୍ରତି ମାସରେ ମଣ୍ଡଳ ବୈଠକ ହେବ। ସେ ଉପରେ ବିସ୍ତୃତ ଆଲୋଚନା ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା ହେଉଛି । ମେ' ୧ରୁ ମେ' ଶେଷ ସୁଦ୍ଧା ସମସ୍ତ ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବ।

ବିଜେପି ରାଜ୍ୟ କାର୍ଯ୍ୟାଳୟ ବସିଥିବା ବୈଠକରେ ଦଳର ସମସ୍ତ ପଦାଧିକାରୀ ଓ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ବୈଠକ ଉପସ୍ଥିତ ଥିଲେ। ଏଥିରେ ସଭାପତି, ଦୁଇ ଉପ ମୁଖ୍ୟମନ୍ତ୍ରୀ, ପ୍ରଭାରୀ ଉପସ୍ଥିତ ଥିଲେ। ବିଶେଷକରି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ, ୧୦୫୨ ମଣ୍ଡଳର ପ୍ରଶିକ୍ଷଣ ବର୍ଗ କେମିତି ହେଲା ? ପ୍ରତିଷ୍ଠା ଦିବସ, ଭୀମରାଓ ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମ ଆଦି ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କେମିତି କାର୍ଯ୍ୟକ୍ରମ ହେଲା, ସେନେଇ ବିସ୍ତୃତ ଭାବେ ଚର୍ଚ୍ଚା ହେଲା।

ଅଧିକ ପଢ଼ନ୍ତୁ :-  ଦିନକ ପରେ ଅକ୍ଷୟ ତୃତୀୟା..କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ,ଏପଟେ ଚାଷୀଙ୍କୁ ମିଳିନି ବିହନ

ନିୟମିତ ବୈଠକ ଚାଲିଛି, ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ରାଜ୍ୟ ପଦାଧିକାରୀ ଓ ପ୍ରଭାରୀଙ୍କୁ ନେଇ ବୈଠକ ଆରମ୍ଭ ହୋଇଛି। ଦୀର୍ଘ ଦୁଇ ଘଣ୍ଟା ବୈଠକ ହୋଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଏ ବୈଠକ ଚାଲିବ। ନିରନ୍ତର ତଥା ନିୟମିତ ଏ ବୈଠକ ହେଉଛି। ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ଚାଲିଛି। ତନ୍ମଧ୍ୟରୁ ପଞ୍ଚାୟତ ନିର୍ବାଚନର ଗୋଟେ ପାର୍ଟ। ଦଳୀୟ ମୁଖପାତ୍ର ଏନେଇ ଆପଣଙ୍କୁ ବିସ୍ତୃତ ଭାବେ ଜଣାଇବେ।