ହ୍ଯାକ୍ ହେଲା ବିଜେପି ୱେବସାଇଟ୍: ମଜା ଉଡାଇଲା କଂଗ୍ରେସ, କହିଲା…

ନୁଆଦିଲ୍ଲୀ ୫/୩: ବିଜେପିର ୱେବସାଇଟ୍ ମଙ୍ଗଳବାର ସକାଳେ ହ୍ୟାକ୍ ହୋଇଯାଇଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି । ବିଜେପିର ୱେବସାଇଟ୍ bjp.org କୁ ଖୋଲିବାକୁ ଚେଷ୍ଟା କଲେ ତାହା ଏବେ ମଧ୍ଯ ଡାଉନ୍ ଥିବା ଦେଖାଉଛି ।

ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ଦେଶର ସବୁଠାରୁ ଅଧିକ ବ୍ୟସ୍ତ ୱେବସାଇଟ ମଧ୍ଯରୁ ଗୋଟିଏ । ଏଥିରେ ପାର୍ଟିର ଇତିହାସ, ପାର୍ଟିର ନେତା,ରାଜ୍ଯ ସରକାର, ପାର୍ଟିର କର୍ମୀଙ୍କ ସମ୍ପର୍କରେ ସୂଚନା ରହିଛି ।

ତେବେ ୱେବସାଇଟ୍ ହ୍ଯାକ୍ ହେବାପରେ କଂଗ୍ରେସର ଆଇଟି ସେଲ୍ ମୁଖ୍ଯ ଦିବ୍ୟା ସ୍ପନ୍ଦନା ଏହାକୁ ନେଇ ଟ୍ୱିଟ୍ କରି କହିଛନ୍ତି ଯେ ‘ଏହାକୁ ଦେଖିନ ମାନେ ନିଶ୍ଚୟ କିଛି ମିସ୍ କରିଛ ।’
Bhaiya aur Bhehno if you’re not looking at the BJP website right now- you’re missing out
— Divya Spandana/Ramya (@divyaspandana) March 5, 2019
ଏହା ପୂର୍ବରୁ ମଧ୍ଯ ଦେଶର ଅନେକ ବଡବଡ ବ୍ଯକ୍ତିଙ୍କ ୱେବସାଇଟ୍ ହ୍ୟାକ୍ ହୋଇସାରିଛି । କିଛି ଦିନ ତଳେ ଅଭିନେତା ଓ ନେତାଙ୍କ ୱେବସାଇଟ୍ ଏପରିକି କିଛି ବଡବଡ ସାମ୍ବାଦିକଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ଯ ହ୍ଯାକ୍ ହୋଇଥିଲା । ପୂର୍ବରୁ ଅନୁପମ ଖେର, କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ, ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ଯ ହ୍ଯାକ୍ ହୋଇସାରିଛି ।