PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

୨୦୧୯ ଭୋଟ୍‌ ପାଇଁ ସଂକଳ୍ପ ପତ୍ର ୱେବ୍‌ସାଇଟ ଲୋକାର୍ପିତ

ଭୁବନେଶ୍ୱର,୨୭ ।୧(ବ୍ୟୁରୋ): କାଳିଆ ଯୋଜନା କେବଳ ଚାଷୀଙ୍କ ହିତ ପାଇଁ ନୁହେଁ ବରଂ ପ୍ରତାରଣା କରିବା ପାଇଁ ଆରମ୍ଭ ହୋଇଛି । ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ରାଜକୋଷର ଅର୍ଥକୁ ଦଳୀୟ ଭିତିରେ ବଣ୍ଟନ କରିବା ପାଇଁ ଏହି ଯୋଜନା କରାଯାଇଛି । ରାଜ୍ୟସରକାର ଚାଷୀ ଚିହ୍ନଟ କରି ତାଲିକା ପ୍ରକାଶ କରିବାରେ ଫେଲ୍‌ ମାରିଥିଲା ବେଳେ ହଠାତ୍‌ ଚାଷୀମାନଙ୍କୁ କିପରି ଚିହ୍ନଟ କଲେ ଏବଂ ଚାଷୀମାନଙ୍କ ସଂଖ୍ୟା ନିରୂପଣ କରି କାଳିଆ ଯୋଜନାରେ ସାମିଲ କଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଯୋଜନା ତ୍ରୃଟିଯୁକ୍ତ ଏବଂ ପ୍ରତାରଣାପୂର୍ଣ୍ଣ ବୋଲି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।
ବିଜେପି ସଂକଳ୍ପପତ୍ର ୱେବସାଇଟ୍‌ ଲୋକାର୍ପିତ କରି ଶ୍ରୀ ହରିଚନ୍ଦନ ଏହା କହିଛନ୍ତି । ସେ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର କାଳିଆ ଯୋଜନାରେ ତାଲିକା ତିଆରି ନକରି କୃଷି ଶ୍ରମିକମାନଙ୍କୁ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଆଜି ପର୍ଯ୍ୟନ୍ତ କୃଷି ଶ୍ରମିକ ମାନେ ସଙ୍ଗଠିତ ନୁହଁନ୍ତି ଏବଂ ସେମାନଙ୍କର ତାଲିକା ବି ରାଜ୍ୟ ସରକାରଙ୍କ ପାଖରେ ନାହିଁ । ସେହିପରି ପଶୁପାଳନ କରୁଥିବା ଚାଷୀ ଚିହ୍ନଟ ତାଲିକା ପ୍ରସ୍ତୁତ ହୋଇନାହିଁ । ଏଣୁ ଏହି ଯୋଜନାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହେବ । ଶାସକ ବିଜେଡି ରାଜକୋଷର ଅର୍ଥକୁ ହରିଲୁଟ୍‌ କରି ନିର୍ବାଚନ ଲାଞ୍ଚ ଭାବେ ଦଳୀୟ ଭିତିରେ ବାଣ୍ଟିବାର ଷଡଯନ୍ତ୍ର ରଚିଛନ୍ତି । ପୂର୍ବରୁ ରାଜ୍ୟସରକାର ଯୋଗ୍ୟତା ନଥାଇ ଦଳୀୟ ଭିତିରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟି ପଛରେ ଜେଲରେ ପୂରାଇବା ଭଳି ଏ କାଳିଆ ଯୋଜନା ହେବ ।
ଆଜି ସଂକଳ୍ପ ପତ୍ର ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ କୃଷି ସମସ୍ୟା ଉପରେ ଆଲୋଚନ ହୋଇଛି । ଚାଷ ଓ ଚାଷୀଙ୍କୁ ଅଗ୍ରାଧୀକାର ଦିଆଯିବ । କୃଷିର ବିକାଶ ହେଲେ ରାଜ୍ୟର ବିକାଶ ହେବ । ମୁଖ୍ୟତଃ ଚାଷ ଓ ଚାଷୀଙ୍କୁ ପ୍ରାଧାନ୍ୟ ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାରରେ ପ୍ରକାଶ ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏଥିପାଇଁ ଆଜି ବିଜେପି ସଂକଳ୍ପ ପତ୍ର ସମିତି ପକ୍ଷରୁ ୱେବସାଇଟ ଆରମ୍ଭ କରାଯାଇଛି ।https://bjpodishasankalppatra.com/ ଏହି ୱେବ ସାଇଟ ମାଧ୍ୟମରେ ରାଜ୍ୟର ଜନସାଧାରଣ ସେମାନଙ୍କର ବହୁ ମୂଲ୍ୟ ମତାମତ ଦେଇ ପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।