PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ଗୁଜରାଟ ବିଧାନସଭା ନିର୍ବାଚନରେ ରେକର୍ଡ କରିବ ବିଜେପି, ଅମାନତ ହରାଇବ ଆପ୍: ଜେ.ପି ନଡ୍ଡା

ନୂଆଦିଲ୍ଲୀ ୩୦/ ୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଜାରି ରହିଛି ପ୍ରଚାର କାର୍ଯ୍ୟ । ପ୍ରମୁଖ ରାଜନୈତିକ ଦଳଗୁଡିକ ରୋଡ ସୋ’ ଏବଂ ସଭା କରିବା ସହିତ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । କ୍ଷମତାସୀନ ବିଜେପି ପୁଣି ସରକାର ଗଠନ କରିବା ପାଇଁ ପ୍ରବଳ ଦାବିଦାର ମନେ ହେଉଛି । ଅନ୍ୟ ପଟେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ କିନ୍ତୁ ବ୍ୟାକ୍‌ଫୁଟ୍‌ରେ ଥିବାଭଳି ମନେ ହେଉଛି । ଅନ୍ୟପଟେ ପ୍ରଥମ ଥର ପାଇଁ ଗୁଜରାଟ ନିର୍ବାଚନରେ ଦବଦବା ଦେଖାଉଛି ଅରବିନ୍ଦ କେଜରିଓ୍ବାଲଙ୍କ ଆମ୍‌ ଆଦମୀ ପାର୍ଟି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୃଢତାର ସହ କହିଛନ୍ତି, ‘ଚଳିତ ଥର ଗୁଜରାଟ ନିର୍ବାଚନରେ ସମସ୍ତ ରେକର୍ଡ ଭାଙ୍ଗିବ ବିଜେପି । ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ତରଫା ହେବ’। ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଜେପି ନଡ୍ଡା କହିଛନ୍ତି, ‘ଗୁଜରାଟରେ ବିଜେପି ବିକାଶ କରିଛି । ୨୭ ବର୍ଷ ହେଲା ଜନତା ଆମ ଦଳକୁ କ୍ଷମତାରେ ରଖିଛନ୍ତି । ଏଥର ରେକର୍ଡ ସଂଖ୍ୟାରେ ବିଜେପି ଜିତିବ’।

ଆମ୍‌ ଆଦମୀ ପାର୍ଟି ବିଜେପି ପାଇଁ ଅଡୁଆ ହେବ କି ପ୍ରଶ୍ନରେ ନଡ୍ଡା କହିଛନ୍ତି, ‘ଆପ୍‌ ଉତ୍ତର ପ୍ରଦେଶରେ ଅମାନତ ହରାଇଳା । କେବଳ ୟୁପିରେ ନୁହେଁ ଗୋଆ ଓ ଉତ୍ତରାଖଣ୍ଡରେ ବି ଦଳ ଅମାନତ ହରାଇଛି । ଗୁଜରାଟରେ ଆପ୍‌ ଗୋଟିଏ ବି ସିଟ୍‌ ଜିତିପାରିବ ନାହିଁ । ଲୋକଙ୍କୁ ଠକିବା ପାଇଁ ସେ କାଗଜରେ ଲେଖିକି ଦେଉଛନ୍ତି । ଦିଲ୍ଲ ଏବଂ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ବିଜୟୀ ହୋଇଛି କାରଣ ସେଠାରେ ବିଜେପି ସହ ପ୍ରତିଦ୍ବନ୍ଦିତା ହେଉନଥିଲା । କିନ୍ତୁ ଗୁଜରାଟରେ ସବୁକିଛି ସ୍ପଷ୍ଟ । ଆପ୍‌ ଏଠାରେ ଖାତା ବି ଖୋଲିପାରିବ ନାହିଁ’।

ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ନଡ୍ଡା କହିଛନ୍ତି, ‘କଂଗ୍ରେସ କିଭଳି ନିର୍ବାଚନ ଲଢୁଛି ତାହା ଜଣାପଡୁଛି । ସେ ଦଳ ଦିଗହରା ହୋଇଯାଇଛି । ବିଜେପିକୁ ଡରୁଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେଉଁଭଳି ଭାଷା ପ୍ରୟୋଗ କରିବାକୁ ହେବ ତାହା ବୁଝିପାରୁନି ଦଳ । ଏହା ହିଁ କଂଗ୍ରେସର ବିଚାରଧାରାକୁ ବୁଝାଉଛି’।

ସମ୍ବନ୍ଧିତ ଖବର