ଭୁବନେଶ୍ୱର ୨୦/୦୪: ମହିଳାମାନଙ୍କ ବିଲକୁ ନେଇ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା। ଦେଶର ମହିଳାଙ୍କୁ ଅପମାନ କରି ଉତ୍ସବ ପାଳୁଛି 'ଇଣ୍ଡି ମେଣ୍ଟ'। ଆଗକୁ ମହିଳା ଆକ୍ରୋଶର ଶିକାର ଇଣ୍ଡି ମେଣ୍ଟର ସଦସ୍ୟ ହେବ । ଏଥିପାଇଁ ଭାରତୀୟ ଜନତା ପାର୍ଟ ପକ୍ଷରୁ ବଡ଼ ଯୋଜନା କରାଯାଇଛି। ଏହି ପ୍ରତିବାଦରେ ଇଣ୍ଡି ମେଣ୍ଟର ନେତାଙ୍କୁ କଳା ପତା ଦେଖାଯିବ । ରାଜ୍ୟ, ଜିଲ୍ଲା, ମଣ୍ଡଳ, ଗାଁ ସବୁଠି କରାଯିବ ରାଲି ଓ ଆନ୍ଦୋଳନ। ମହିଳ ବିଦ୍ୟାଳୟ, ମହିଳା ବିଶ୍ବବିଦ୍ୟାଳୟ ସବୁଠି ବିରୋଧ ପ୍ରଦର୍ଶନ ହେବ।
ସେ ଆହୁରି କହିଛନ୍ତି ଯେ, ଯିଏ ବି କଂଗ୍ରେସ ସହିତ ସହଯୋଗ କରିଛନ୍ତି ସେମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦୋଷୀ। ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଏବଂ ରାଲି ହେବ। ଏହା ପରେ ଜିଲ୍ଲା, ମଣ୍ଡଳ, ପଞ୍ଚାୟତ ଏବଂ ଗାଁକୁ ଯିବ ଏହି ଆନ୍ଦୋଳନ। ଆଗକୁ ମହିଳା ଏମାନଙ୍କ ସହିତ ରହିବେ ନାହିଁ । ବିଭିନ୍ନ ସ୍ଥାନରେ ଘେରାଉ ବି ହେବ। ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବାକୁ ନିଷ୍ପତ୍ତି ନିଆଯାଇଛି। ଗାଁକୁ ଆନ୍ଦୋଳନ ନେବାକୁ ରାଜ୍ୟ ବିଜେପି ପକ୍ଷରୁ ବଡ଼ ଯୋଜନା । ସବୁ ଜିଲ୍ଲାରେ ହଜାର ହଜାର ଲୋକ ମାର୍ଚ୍ଚ କରିବେ। ମଣ୍ଡଳରେ ମାର୍ଚ୍ଚ ହେବ । ସବୁ ମହିଳାମାନେ ଆମ ସହିତ ରହିବେ । ଲୋକଙ୍କୁ ଜଣାଯିବ କେମିତି କଂଗ୍ରେସ ଓ ତା ସହଯୋଗୀ ଦଳ ମହିଳାମାନଙ୍କ ବିଲକୁ ବିରୋଧ କଲା।
ଅଧିକ ପଢ଼ନ୍ତୁ :- ଭାଗ ଭାଗ ହେବ ଭଦ୍ରକ ଲୋକସଭା ଆସନ: ସୋର-ସିମୁଳିଆ ସହ ଜିଲ୍ଲାରୁ ବି ଖସିବ କିଛି ଅଂଶ, ତିହିଡ଼ି ସମେତ ଭଦ୍ରକ ସଦର ହେବ ନୂଆ ନିର୍ବାଚନ ମଣ୍ଡଳୀ!