ବ୍ଲାକ୍ ଫଙ୍ଗସକୁ ମାତ୍ ଦେବା ପାଇଁ ଆସିଲା ଆମ୍ଫୋଟେରିସିନ୍ ଟାବ୍ଲେଟ, ଗୋଟିଏ ଭାୟଲ ମୂଲ୍ୟ ୪ ହଜାର ଟଙ୍କା

ନୂଆଦିଲ୍ଲୀ,୩୧/୦୫ ବ୍ଲାକ୍ ଫଙ୍ଗସ ରୋଗର ପ୍ରତିକାର ପାଇଁ ହାଇଦ୍ରାବାଦ ସ୍ଥିତ ଆଇଆଇଟିର ଗବେଷକମାନେ ଆମ୍ଫୋଟେରିସିନର ଟାବ୍ଲେଟ ପ୍ରସ୍ତୁତ କରିଛନ୍ତି । ଏବେ ବ୍ଲାକ୍ଫଙ୍ଗସ ପାଇଁ ବ୍ୟବହାର କରାଯାଉଥିବା ଆମ୍ଫୋଟେରିସିନ୍ ଔଷଧ ଇଞ୍ଜେକସନ ଭାବେ ମିଳୁଥିଲା ବେଳେ ଏହାର ଗୋଟିଏ ଭାୟଲ (୫୦ଏମଜି)ର ମୂଲ୍ୟ ୪,୦୦୦ ଟଙ୍କା ରହିଛି । ଜଣେ ରୋଗୀ ପାଇଁ ଏଭଳି ୬୦ରୁ ୧୦୦ ଭାୟଲ ଦରକାର ପଡୁଛି । ତେଣୁ ଏହାର ବ୍ୟବହାର କରି ଚିକିତ୍ସା କରାଯିବା ଅତି ବ୍ୟୟବହୁଳ । ହେଲେ ଆଇଆଇଟି ଗବେଷକମାନେ ଆମ୍ଫୋଟେରିସିନର ଟାବଲେଟ ବିକଶିତ କରିଛନ୍ତି ଯାହାର ମୂଲ୍ୟ ମାତ୍ର ୨୦୦ ଟଙ୍କା ରହିଛି । ତେଣୁ ଏହା ସମସ୍ତ ରୋଗୀମାନଙ୍କ ପାଇଁ ଅତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।