ଭାରତୀୟ ଖାଦ୍ୟ ଚାଉଳ ବିନା ଅଧୁରା। ଡାଲି-ଭାତ, ତରକାରୀ-ଭାତ, ପୁଲାଓ, କ୍ଷୀରି କିମ୍ବା ଖେଚୁଡି। କୌଣସି ନା କୌଣସି ରୂପରେ ଚାଉଳ ଆମ ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ। ତେବେ ଅଧିକ ମାତ୍ରାରେ ଭାତ ଖାଇବା କ୍ଷତିକାରକ ହୋଇପାରେ। ଏଭଳି ସ୍ଥିତିରେ ବହୁ ଲୋକ ଧଳା ଚାଉଳ ବଦଳରେ କଳା ଚାଉଳକୁ ନିଜ ଖାଦ୍ୟରେ ସାମିଲ କରୁଛନ୍ତି।

ବ୍ଲାକ ରାଇସ୍ ଘନ କଳା ରଙ୍ଗର ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ।ଫାଇବର,ପ୍ରୋଟିନ୍,ଆଇରନ୍ ଓ ଆନ୍ଥୋସାୟାନିନ୍ସ ରହିଥାଏ।ଯାହାକି ହୃଦରୋଗରୁ ବଞ୍ଚାଇଥାଏ। ଇମିନ୍ୟୁଟିକୁ ମଜବୁତ କରିଥାଏ।ଏହାସହ ହଜମ ପକ୍ରିୟା ଭଲ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ପ୍ରତିଦିନ ବ୍ଲାକ ରାଇସ୍ ଖାଇବା ଦ୍ବାରା କ’ଣ ସବୁ ଲାଭ ହୁଏ ?

ବ୍ଲାକ ରାଇସ୍‌ରେ ଅନ୍ୟ ଚାଉଳ ତୁଳନାରେ ଅଧିକ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଏଥିରେ ଆନ୍ଥୋସାୟାନିନ୍ସ ରହିଥାଏ,ଯାହାକି ଫ୍ରି ରାଡିକାଲ୍ସକୁ ଶେଷ କରି ଆପଣଙ୍କ କୋଷିକାକୁ ଷ୍ଟେ୍ରସ୍ ଓ ସମୟ ପୂର୍ବରୁ ବୁଢା ହେବାକୁ ରକ୍ଷା କରିଥାଏ।

-ଏଥିରେ ଫ୍ଲାଭୋନଏଡ୍ସ ଏବଂ ଫାଇଟୋକେମିକାଲ୍ସ ରହିଥାଏ।ଯାହାକି ବ୍ୟାଡ୍ କୋଲୋଷ୍ଟ୍ରଲ (ଏଲଡିଏଲ) ଓ ଟ୍ରାଇଗ୍ଲିସେରାଇଡ୍ସକୁ କମ୍ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଏହାକୁ ଖାଇବା ଦ୍ବାରା ଧମନୀରେ ଜମୁଥିବା ପ୍ଲାକର ବିପଦ ରହିନଥାଏ।

-ବ୍ଳାକ ରାଇସ୍‌ରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଯକୃତକୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରନ୍ତି। ଏହା ଶରୀରକୁ ଭିତରୁ ସଫା ରଖିବାରେ ସାହାଯ୍ୟ କରେ। 

- ଧଳା ଚାଉଳ ତୁଳନାରେ ବ୍ଳାକ ରାଇସ୍ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଥାଏ, ତେଣୁ ଏହା ରକ୍ତରେ ଶର୍କରାକୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରୁ ରୋକିଥାଏ। ଏହା ଇନସୁଲିନ୍ ସ୍ତରକୁ ମଧ୍ୟ ଉନ୍ନତ କରିଥାଏ, ଏହାକୁ ଟାଇପ୍ ୨ ମଧୁମେହ ଥିବା ଲୋକଙ୍କ ପାଇଁ ଏକ ସୁସ୍ଥ ବିକଳ୍ପ ରହିଥାଏ।

-ବ୍ଳାକ ରାଇସ୍‌ରେ ହୋଲ୍ ଗ୍ରେନ୍ ରହିଛି। ଏଥିରେ ବ୍ରାଉନ୍ ଚାଉଳ ଅପେକ୍ଷା ପ୍ରାୟ ଦୁଇଗୁଣ ଫାଇବର ଥାଏ। ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ, କୋଷ୍ଠକାଠିନ୍ୟକୁ ରୋକିଥାଏ ଏବଂ ସୁସ୍ଥ ଗଟ୍ ମାଇକ୍ରୋବାୟୋମକୁ ସୁସ୍ଥ ରଖିଥାଏ

-ବ୍ଲାକ ରାଇସ୍ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ଥିବା ପ୍ରୋଟିନ୍ ଅଧିକ ସମୟ ପାଇଁ ଆପଣଙ୍କ ପେଟ ଭରି ରଖିଥାଏ। ଏହା ଆପଣଙ୍କୁ କମ୍ କ୍ୟାଲୋରୀ ଗ୍ରହଣ କରିବାରେ ଏବଂ ପେଟର ଭୋକ କମାଇବାରେ ସାହାଯ୍ୟ କରେ, ଯାହା ଓଜନ ହ୍ରାସ ପାଇଁ ଲାଭଦାୟକ।

ଆହୁରି ପଢନ୍ତୁ :ପ୍ରସିଦ୍ଧ ସାମ୍ବାଦିକ ଏବଂ ଲେଖକ ମାର୍କ ଟଲିଙ୍କ ପରଲୋକ, ବ୍ରିଟେନରେ ‘ନାଇଟହୁଡ୍’ ଏବଂ ଭାରତରେ ପାଇଥିଲେ ପଦ୍ମଭୂଷଣ ପୁରସ୍କାର