ନୂଆଦିଲ୍ଲୀ,୨୮ \୭ : ଭାରତୀୟ ନାବିକଙ୍କ ମୃତ୍ୟୁରେ ଜୋର ଧରିଛି ପ୍ରତିଶୋଧ ଦାବି । କୃଷ୍ଣସାଗରରେ ବାଣିଜିକ ନୌସେନାର ଏକ ଜାହାଜ ଉପରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଭଡିକିଛନ୍ତି ଅବସରପ୍ରାପ୍ତ ମେଜର ଜେନେରାଲ ଜିଡି ବକ୍ସି । ସେ କହିଛନ୍ତି ଯେ ,ଭାରତ ଅତି କମରେ କ୍ଷତିପୂରଣ ଏବଂ କ୍ଷମା ପ୍ରାର୍ଥନା ଦାବି କରିବା ଉଚିତ ।
ଅବସରପ୍ରାପ୍ତ ମେଜର ଜେନେରାଲ ଜିଡି ବକ୍ସି କହିଛନ୍ତି, ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦମିର ଜେଲେନ୍ସକି ନିଜ ଦେଶକୁ ଧ୍ୱଂସ କରିସାରିଛନ୍ତି। ଏବେ ସେ ଭାରତୀୟ ନାବିକମାନଙ୍କୁ ଆକ୍ରମଣ ଏବଂ ହତ୍ୟା କରିବା ଆରମ୍ଭ କରିଛନ୍ତି । ଏଥି ପାଇଁ ଭାରତକୁ ନିଷ୍ପତ୍ତି ନେବାକୁ ପଡିବ ।
ୟୁକ୍ରେନର ବାଣିଜିକ ଜାହାଜ ଉପରେ ଗୁଳି ଚଳାଇବା ଉଚିତ
ପୂର୍ବତନ ସାମରିକ ଅଧିକାରୀଙ୍କ ଅନୁଯାୟୀ, "ଜେଲେନସ୍କି ତାଙ୍କ ଦେଶକୁ ଧ୍ୱଂସ କରିଦେଇଛନ୍ତି । ତାଙ୍କ ସେନା ଜୋର ଜବରଦସ୍ତ ରାସ୍ତାରୁ ଯୁବକଙ୍କୁ ଉଠାଇ ନେଉଛନ୍ତି, ଯାହାଫଳରେ ସେମାନେ ଯୁଦ୍ଧ କରି ମରିବାକୁ ବାଧ୍ୟ ହେବେ । ଏବେ ସେମାନେ ଇରାନ ସହିତ ଯୁଦ୍ଧ କରିବାକୁ ଚାହୁଁଛନ୍ତି । ସେମାନେ ଦେଖିଲେ ଯେ ଭାରତ ଆମେରିକା ଦ୍ୱାରା ଏହାର ନାବିକମାନଙ୍କୁ ହତ୍ୟା କରିବା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ତେଣୁ, ସେମାନେ ଆହୁରି କିଛି ଭାରତୀୟ ନାବିକଙ୍କୁ ଆକ୍ରମଣ କରି ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। "
ରୁଷ ଏହି ମୂର୍ଖ ମାନଙ୍କୁ କାହିଁକି ଛାଡିଛି
ଜିଡି ବକ୍ସିଙ୍କ ଅନୁଯାୟୀ, "ୟୁକ୍ରେନ ରୁଷର ୧୬୦ ଅଧିକ ମାଲବାହୀ ଜାହାଜ ଏବଂ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି । ମୁଁ ବୁଝିପାରୁନାହିଁ ଯେ ରୁଷ କାହିଁକି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏବଂ ଏହି ମୂର୍ଖ ମାନଙ୍କୁ ତାଙ୍କର ଏହି ଯୁଦ୍ଧ ନାଟିକା ଜାରି ରଖିବାକୁ ଦେଇଛି । "
ୟୁକ୍ରେନର ଡ୍ରୋନ୍ ହମଲାରେ ଭାରତୀୟଙ୍କ ମୃତ୍ୟୁ
- ସୋମବାର, ଭାରତ ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ ଙ୍କୁ ଡକାଇ ଚେତାବନୀ ଦେଇଛି । ନୌସେନାର ବାଣିଜିକ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ କହିଛି ଯେ ,ଏହା ସାମୁଦ୍ରିକ ସୁରକ୍ଷା ଏବଂ ବିଶ୍ୱ ବାଣିଜ୍ୟ ପାଇଁ ବିପଦ ସୃଷ୍ଟି କରୁଛି ।
- ଗତ ସପ୍ତାହରେ, ୟୁକ୍ରେନ କୃଷ୍ଣସାଗରରେ ରୁଷ ଜଳସୀମା ଦେଇ ଯାଉଥିବା ସମୟରେ ( MV OMORF) ନାମକ ଏକ ବାଣିଜିକ ଜାହାଜ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା ।
- ଏହି ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା ।
- ଭାରତ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ନିକଟରେ ଏହି ଘଟଣାର କଡ଼ା ପ୍ରତିବାଦ କରିଛି ଏବଂ ଗମ୍ଭୀର ଚିନ୍ତା ପ୍ରକାଶ କରିଛି ।
- ଏହା ପୂର୍ବରୁ ଜୁଲାଇ ୧୯ ତାରିଖରେ ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିବା ଏକ ବାଣିଜ୍ୟ ଜାହାଜ ଏମଭି ଗୋଲ୍ଡ ଲିଓ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଚାରି ଜଣ ଭାରତୀୟ ନାବିକ ପ୍ରାଣ ହରାଇଥିଲେ ।
- ଏହି ଘଟଣା ପରେ, ବୈଦେଶିକ ମନ୍ତ୍ରଣାଳୟ ରୁଷର ଚାର୍ଜ ଡି'ଆଫେୟର୍ସ ଭ୍ଲାଦିମିର ଲାଡାନୋଭଙ୍କୁ ଡକାଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛି ।
କୃଷ୍ଣସାଗରକୁ ଯିବା ପୂର୍ବରୁ ଭାବନ୍ତୁ ( ଆଡଭାଇଜରି )
- ଗତ ସପ୍ତାହରେ ବୈଦେଶିକ ମନ୍ତ୍ରଣାଳୟ ଏକ ଆଡଭାଇଜରି ଜାରି କରିଛି ।
- ଏଥିରେ ବ୍ଲାକ୍ ସି ଦେଇ ପରିବହନ କରୁଥିବା ଜାହାଜରେ ଚାକିରି କରିବାକୁ ଚିନ୍ତା କରୁଥିବା ଭାରତୀୟ ନାବିକ ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛି ।
- ଏହି ଆଡଭାଇଜରିରେ କୃଷ୍ଣସାଗରରେ ଜାହାଜ ଉପରେ ହୋଇଥିବା ଆକ୍ରମଣ ଏବଂ ପାଞ୍ଚ ଜଣ ଭାରତୀୟଙ୍କ ମୃତ୍ୟୁକୁ ମଧ୍ୟ ଉଲ୍ଲେଖ କରାଯାଇଛି ।