ନୂଆଦିଲ୍ଲୀ,୨୮।୭: ପ୍ରତ୍ୟେକଙ୍କ ଜୀବନରେ ଦୁଃଖ,କଷ୍ଟ ଏବଂ ସଂଘର୍ଷ ଥାଏ। କିନ୍ତୁ କିଛି ଲୋକ ଏହି କଷ୍ଟକୁ ନିଜର ଶକ୍ତି କରିଦିଅନ୍ତି। ମଣିପୁରର ଯୁବ ଓ୍ବେଟଲିଫ୍ଟର ଋଷିକାନ୍ତ ସିଂହ ଚନାମ୍ବମଙ୍କ କାହାଣୀ ବି କିଛି ଏଭଳି ରହିଛି। ଗୋଟିଏ ପଟୋ ବାପା ବ୍ଳଡ କ୍ୟାନସର ଭଳି ଗମ୍ଭୀର ରୋଗ ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷେ ପୁଅ ହଜାର ହଜାର କିଲୋମିଟର ଦୂରରେ ଭାରତ ପାଇଁ ପଦକ ଜିତିବା ପାଇଁ ମଞ୍ଚରେ ଠିଆ ହୋଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ରୌପ୍ୟ ପଦକ ଜିତିଥିବା ଋଷିକାନ୍ତଙ୍କ ଏହି ସଫଳତା କେବଳ ଖେଳର ଉପଲବ୍ଧି ନୁହେଁ, ବଂର ସଂଘର୍ଷ, ପରିବାରର ତ୍ୟାଗ ଓ କେବେ ହାର ନମାନିବା ଭଳି ଆବେଗର ଉଦାହରଣ।
ଯେତେବେଳେ ଋଷିକାନ୍ତ ଗ୍ଲାସଗୋରେ ପୁରୁଷଙ୍କ ୬୦ କିଲୋଗ୍ରାମ୍ ଭାର ବର୍ଗରେ ମଞ୍ଚକୁ ଓହ୍ଲାଇଥିଲେ ତାଙ୍କ ପରିବାର ଲୋକ ତାଙ୍କଠାରୁ ୭ ହଜାର କିଲୋମିଟର ଦୂର ରାଜସ୍ଥାନର ବାଡମେର ଜିଲ୍ଲାର ଉତ୍ତରଲାଇରେ ମୋବାଇଲ ଫୋନ୍ରେ ତାଙ୍କର ପ୍ରତିଯୋଗିତା ଦେଖୁଥିଲେ। ଯଦିଓ ଋଷିକାନ୍ତଙ୍କ ଘର ମଣିପୁରର ଇମ୍ପାଲ ଓ୍ବେଷ୍ଟ ଜିଲ୍ଲାର ନଗାଇରଙ୍ଗବାମ ମଖା ମ୍ୟାନିଂ ଲାଇକାଇ ଲେଇକୋଇରେ ରହିଛି, କିନ୍ତୁ ଗତ କିଛି ମାସ ହେବ ତାଙ୍କ ବାପା-ମା’ ରାଜସ୍ଥାନରେ ବଡ଼ ପୁଅ ଅମରଜିତ୍ ସିଂହଙ୍କ ସହ ଅଛନ୍ତି। ତାଙ୍କ ବାପା ଏମ୍ସର ଯୋଧପୁରରେ ବ୍ଲଡ କ୍ୟାନସରର ଚିକିତ୍ସା ଚାଲିଛି। ଏବେ ତାଙ୍କର ତିନି ଥର କେମୋଥେରାପି ହୋଇ ସାରିଛି। ଏହା ଭିତରେ ଋଷିକାନ୍ତ ମୋଟ ୨୬୪ କେଜି ଓଜନ ଉଠାଇ ସିଲଭର ମେଡାଲ ନିଜ ନାଁରେ କରିନେଇଛନ୍ତି।
ପଦକ ଜିତିବା ବେଳେ ମନରେ ଥିଲା ବାପାଙ୍କ କଥା
ଋଷିକାନ୍ତ କହିଛନ୍ତି, ପୁରା ମୁକାବିଲାରେ ମଧ୍ୟ ତାଙ୍କ ମନରେ ସବୁଠାରୁ ଅଧିକ ନିଜ ବାପାଙ୍କ କଥା ଥିଲା। ସେ କହିଛନ୍ତି, ତାଙ୍କର ପିଲାବେଳ ଖୁବ୍ କଠିନତା ଭିତରେ ବିତିଛି। ଏହି କାରଣରୁ ସେ ସବୁବେଳେ ଚେଷ୍ଟା କରନ୍ତି ଯେ, କୌଣସି ପ୍ରକାରରେ ନିଜ ବାପାଙ୍କ ମୁହଁରେ ହସ ଫେରାଇ ଆଣିବେ। ଋଷିକାନ୍ତ କହିଛନ୍ତି, ତାଙ୍କୁ ନିଜ ବାପାଙ୍କ ସହ ଅଧିକ ସମୟ ବିତାଇବାର କେବେ ସୁଯୋଗ ମିଳିନଥିଲା। ଯେତେବେଳେ ସେ ଶେଷ ଥର ପାଇଁ ଘରକୁ ଯିବା ସମୟରେ ସେ ତାଙ୍କ ବାପାଙ୍କୁ ଏକ ସ୍କୁଟର ଶୋ’ରୁମକୁ ନେଇକି ଯାଇଥିଲେ, ଯାହାଫଳରେ ସେ ପ୍ରଥମ ଥର ପାଇଁ ନିଜ ପାଇଁ ଏକ ସ୍କୁଟର କିଣିପାରିବେ। ତାଙ୍କ ପାଇଁ ଏହି ମୁହୂର୍ତ୍ତ କୌଣସି ପଦକଠାରୁ କମ୍ ନଥିଲା।
ଦିନ ମଜୁରିଆ ଭାବେ କରୁଥିଲେ କାମ, ପାଉଥିଲେ ୧୫୦ ଟଙ୍କା
ଆଜି ଦେଶ ପାଇଁ ପଦକ ଜିତିଥିବା ଋଷିକାନ୍ତ କେବେ ଦିନ ମଜୁରିଆ ଶ୍ରମିକ ମଧ୍ୟ ଥିଲେ। ସେ କହିଛନ୍ତି, ପିଲାବେଳେ ମୁଁ ସାଙ୍ଗଙ୍କ ସହ କାମ କରିବାକୁ ଯାଉଥିଲେ। ପ୍ରାୟ ଦୁଇରୁ ୩ ମାସ ପର୍ଯ୍ୟନ୍ତ ସେ ଅଲଗା ଅଲଗା ଛୋଟ-ବଡ଼ କାମ କରୁଥିଲେ। ଏହା ବଦଳରେ ସେ ପ୍ରାୟ ୧୫୦ ଟଙ୍କା ପ୍ରତିଦିନ ରୋଜଗାର କରୁଥିଲେ। ଆରମ୍ଭରୁ ତାଙ୍କର ଉଦେଶ୍ୟ କେବଳ ଏତିକି ଥିଲା ଯେ, ସାଙ୍ଗଙ୍କ ସହ କୌଣସି ଘରୋଇ ସ୍କୁଲରେ ପଡିପାରିବେ। କିନ୍ତୁ ଧିରେ ଧିରେ ପରିବାରର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ସେହି ଆୟରେ ମଧ୍ୟ ଘରର ଖର୍ଚ୍ଚ ଚାଲିଥିଲା।
ସଫଳତା ପଛରେ ବଡ଼ ପାଇ ଓ ପୁରା ପରିବାରକୁ ଦେଲେ ଶ୍ରେୟ
ଋଷିକାନ୍ତଙ୍କ ପରିବାର ଖୁବ୍ ସାଧାରଣ ଥିଲା। ବାପା-ମା ଦୁହେଁ କ୍ଷେତରେ କାମ କରୁଥିଳେ। ଚାଷବାସ କରିବାକୁ ତାଙ୍କ ପାଖରେ ନିଜର ଜମି ନଥିଲା। ପରିବାର ଖର୍ଚ୍ଚ ଚଳାଇବା ପାଇଁ ତାଙ୍କ ବାପା ମଜୁରୀ କାମ କରିବା ସହ ଟ୍ୟାକ୍ସି ବି ଚଳାଉଥିଲେ, ଯାହାଫଳରେ ୬ ଲୋକଙ୍କ ପରିବାର କୌଣସି ପ୍ରକାରରେ ଜୀବନ ବିତାଇ ପାରିବେ। ଘରେ ବାପା-ମା’ଙ୍କ ବ୍ୟତୀତ ଦୁଇ ପୁଓ ଏବଂ ଦୁଇ ଝିଅ ବି ଥିଲେ। ସୀମିତ ଆମଦାନୀରେ ପରିବାର ଚଳାଇବା ସହଜ ନଥିଲା। ଋଷିକାନ୍ତଙ୍କ ବଡ ଭାଇ ୨୦୧୨ ରୁ ଭାରତୀୟ ବାୟୁସେନାରେ କାମ କରୁଛନ୍ତି। ଚାଙ୍କର ଚାକିରୀ ହେବାପରେ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ହୋଇଥିଲା। ତାଙ୍କୁ ଟ୍ରେନିଂ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପହଁଞ୍ଚିବାର ଖର୍ଚ୍ଚ ତାଙ୍କର ବଡ଼ ଭାଇ ତୁଲାଇଥିଲେ। ସେଥିପାଇଁ ଋଷିକାନ୍ତ ନିଜର ବଡ଼ ଭାଇଙ୍କୁ ନିଜର ପିତାତୁଲ୍ୟ ବୋଲି ମନେକରନ୍ତି। ଋଷିକାନ୍ତ ସଫଳତା କେବଳ ପ୍ରତିଭାରୁ ନୁହେଁ, ଏହା ପଛରେ ପୁରା ପରିବାରର ତ୍ୟାଗ, ପରିଶ୍ରମ ଏବଂ ସଂଘର୍ଷ ରହିଥାଏ। ସେ ଯୁବପୀଢିଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, ପରିସ୍ଥିତି ଯେତେ ଖରାପ ଓ କଠିନ ହେଉ ପଛରେ ଲକ୍ଷ୍ୟ ସବୁବେଳେ ସ୍ପଷ୍ଟ ରହୁ। ପରିବାର ଖରାପ ସ୍ଥିତି କେବେ କାହାର ସ୍ବପ୍ନକୁ ରୋକିପାରିବନି।
ଆହୁରି ପଢନ୍ତୁ: CWG 2026: ବାପା ଜିତିଥିବା ପଦକର ରଙ୍ଗ ବଦଳାଇଲେ ପୁଅ, ଅଜୟ ବାବୁଙ୍କ ଗାଁ ମାଟିରେ ଅଛି ଭାରଉତ୍ତୋଳନ