ନୂଆଦିଲ୍ଲୀ,୨୮/୦୭: ୫ ଓଭର ଏବଂ ୫ ୱିକେଟ୍। ପ୍ରତ୍ୟେକ ଓଭରରେ ଗୋଟିଏ ୱିକେଟ୍ । ଖାଲି ସେତିକି ନୁହେଁ କୌଣସି ବ୍ୟାଟର ତାଙ୍କର ବଲରେ ଖାତା ଖୋଲି ପାରିନାହାନ୍ତି । ଟେଷ୍ଟ କ୍ରିକେଟ୍ ଇତିହାସରେ ଏହି ଅନନ୍ୟ ସଫଳତା କେବେ କଳ୍ପନା କରାଯାଇ ନଥିଲା। ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ବୋଲର ଜଷ୍ଟିନ୍ ଗ୍ରେଭସ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବନାମ ପାକିସ୍ତାନ ପ୍ରଥମ ଟେଷ୍ଟରେ ଜଷ୍ଟିନଙ୍କ ବୋଲିଂ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହା ଟେଷ୍ଟ କ୍ରିକେଟରେ ଜଷ୍ଟିନଙ୍କର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା । ମ୍ୟାଚ୍ ଏବେ ବି ଜାରି ରହିଛି ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ର ତୃତୀୟ ଦିନ ଇତିହାସ ସୃଷ୍ଟି କରିଛି । ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଜଷ୍ଟିନ୍ ଗ୍ରେଭସ ଲଗାତାର ୫ ଓଭରରେ ଗୋଟିଏ ବି ରନ ନ ଦେଇ ୫ଟି ୱିକେଟ୍ ନେଇଥିଲେ। ଗ୍ରେଭସ ଇନିଂସର ୬୪ତମ ଓଭର ବୋଲିଂ କରିବାକୁ ଆସିଥିଲେ, ସେ ସେହି ଓଭରର ୫ଟି ବଲ୍ରେ କୌଣସି ରନ ଦେଇନଥିଲେ । ଶେଷ ବଲ୍‌ରେ ଗୋଟିଏ ୱିକେଟ୍ ନେଇଥିଲେ। ତା’ପରେ ସେ ୬୬ତମ ଓଭର ବୋଲିଂ କରିଥିଲେ, ଦ୍ୱିତୀୟ ବଲ୍ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ବାକି ବଲ୍‌ରେ କୌଣସି ରନ ଦେଇନଥିଲେ । ତା’ପରେ ସେ ୬୮ତମ ଓଭର ବୋଲିଂ କରିଥିଲେ, ତୃତୀୟ ବଲ୍‌ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ କୌଣସି ରନ ଦେଇନଥିଲେ। ୭୦ତମ ଓଭରରେ ସେ ଚତୁର୍ଥ ବଲ୍‌ରେ ଗୋଟିଏ ୱିକେଟ୍ ନେଇଥିଲେ । ସମାନ ଭାବେ ୭୨ତମ ଓଭରରେ ସେ ଶେଷ ବଲ୍‌ରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ କୌଣସି ରନ ଦେଇନଥିଲେ । ଏହା ଏକ ଅନନ୍ୟ ରେକର୍ଡ ।

ଜଷ୍ଟିନଙ୍କ ଏହି ରେକର୍ଡ ଟେଷ୍ଟ କ୍ରିକେଟ୍‌ରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏହି ସଫଳତା ପରେ ଗ୍ରେଭ୍‌ସ ସୋସିଆଲ ମିଡିଆ ସେନସେସନ୍ ପାଲଟିଛନ୍ତି । ଏହି ଇନିଂସ୍‌ରେ ମୋଟ ୧୧ ଓଭର ବୋଲିଂ କରିଥିଲେ, ଯେଉଁଥିରୁ ୬ଟି ମେଡେନ୍ ଥିଲା । ସେ ୨୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ତାଙ୍କ ଶିକାର ହୋଇଥିଲେ ପାକିସ୍ତାନର ଶାନ୍ ମାସୁଦ, ମହମ୍ମଦ ରିଜୱାନ୍, ଆମିର ଜମାଲ୍, ଅଲି ଉସମାନ୍ ଏବଂ ଅବଦୁଲ୍ ଆବାସ୍ ।

ଏହା ବି ପଢନ୍ତୁ...CWG 2026: ବାପା ଜିତିଥିବା ପଦକର ରଙ୍ଗ ବଦଳାଇଲେ ପୁଅ, ଅଜୟ ବାବୁଙ୍କ ଗାଁ ମାଟିରେ ଅଛି ଭାରଉତ୍ତୋଳନ

ଘରୋଇ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ସଂଘର୍ଷପୂର୍ଣ୍ଣ ହୋଇଛି । ଦ୍ୱିତୀୟ ଦିବସରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଥମ ଇନିଂସ୍ରେ ୨୮୨ ରନ୍ରେ ସୀମିତ ରହିଥିଲା । ୨୯ ରନ୍ ଅଗ୍ରଣୀ ଥାଇ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ୭ ୱିକେଟ୍ ବିନିମୟରେ ୧୨୬ ରନ୍ କରିଛି ଏବଂ ମୋଟ ୧୫୫ ରନ୍ରେ ଆଗୁଆ ରହିଛି । ପାକିସ୍ତାନ ପ୍ରଥମ ଇନିଂସରେ ୨୮୨ ରନ୍ କରିଥିଲା । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୩୧୧ ରନ୍ କରିଥିଲା । ପ୍ରଥମ ଇନିଂସରେ ଜଷ୍ଟିନ୍ ୩୧ ବଲରେ ୧୫ ରନ୍ କରିଥିଲେ । ପାକିସ୍ତାନ ବିପକ୍ଷରେ ବୋଲିଂରେ କିନ୍ତୁ ଦମ୍ ଦେଖାଇଛନ୍ତି ଜଷ୍ଟିନ୍ ।