PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମାଣିଆବନ୍ଧି ପିନ୍ଧି ର‌୍ୟାମ୍ପ୍‌ରେ ଚାଲିଲେ ବଲିଉଡ୍‌ ଅଭିନେତ୍ରୀ ଡାଏନା ପେଣ୍ଟି, ସବ୍ୟସାଚୀ ଶତପଥୀଙ୍କ ଡିଜାଇନ୍‌ ପିନ୍ଧିଲେ ୧୫ ମଡେଲ୍‌

ଭୁବନେଶ୍ୱର,୨୨/୦୫: ଚିକିମିକି ଆଲୋକ ସାଙ୍ଗକୁ ଗୀତର ଧୁନ୍‌ । ଆଉ ଏହାର ତାଳେ ତାଳେ ଓଡ଼ିଶାର ମାଣିଆବନ୍ଧି ଡିଜାଇନ୍‌ର ପୋଷାକ ପିନ୍ଧି ର‌୍ୟାମ୍ପ୍‌ରେ ଚାଲିଲେ ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ଡାଏନା ପେଣ୍ଟି । ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ଅଳଙ୍କରା ପିନ୍ଧିଥିଲେ । ପ୍ରତିଟି ପୋଷାକରେ ଥିଲା ଓଡ଼ିଶା ହସ୍ତତନ୍ତର ସମ୍ଭାର । ଡାଏନାଙ୍କ ସମେତ ର‌୍ୟାମ୍ପ୍‌ରେ ରାଜ୍ୟର ଆଞ୍ଚଳିକ ମଡେଲ୍‌ମାନେ ମାଣିଆବନ୍ଧି ଡିଜାଇନ୍‌ର ପୋଷାକ ପିନ୍ଧି ର‌୍ୟାମ୍ପ୍‌ରେ ଚାଲିଥିଲେ । ଶୋ’ରେ ସମୃଦ୍ଧ କଳା, ପ୍ରତିଭା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା । ଅବସର ଥିଲା ବ୍ଲେଣ୍ଡର୍ସ ପ୍ରାଇଡ୍‌ ଫ୍ୟାଶନ୍‌ ନାଇଟ୍ସ୍‌ ।

 ସ୍ଥାନୀୟ ଏକ ହୋଟେଲ୍‌ରେ ଏହି ଫ୍ୟାଶନ୍‌ ନାଇଟ୍ସ୍‌ ଆଜି ଆୟୋଜିତ ହୋଇଥିଲା । ଓଡ଼ିଶାର ଫ୍ୟାଶନ୍‌ ଡିଜାଇନ୍‌ର ସବ୍ୟସାଚୀ ଶତପଥୀ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ କାରୀଗରିକୁ ଆଧୁନିକତାରେ ଛାପ ଦେଇଥିବା ବହୁ ଡିଜାଇନ୍‌ ପୋଷାକକୁ ମଡେଲ୍‌ମାନେ ଉପସ୍ଥାପିତ କରିଥିଲେ। ଏହି ଶୋ’ରେ ସ୍ଥାନୀୟ ମଡେଲ୍‌ମାନଙ୍କୁ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ସମୁଦାୟ ୧୧ ଜଣ ଝିଅ ଓ ୫ ଜଣ ପୁଅ ମଡେଲ୍‌ ମାଣିଆବନ୍ଧି ପୋଷାକ ପିନ୍ଧି ର‌୍ୟାମ୍ପ୍‌ରେ ଚାଲିଥିଲେ । କାର୍ଯ୍ୟକ୍ରମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ଙ୍କ ନୃତ୍ୟ ସଭିଙ୍କୁ ଆକର୍ଷିତ କରିଥିଲା ।

ଏନେଇ ସବ୍ୟସାଚୀ କହିଛନ୍ତି, ସବୁବେଳେ ଓଡ଼ିଶାର କଳା ଓ ହସ୍ତତନ୍ତକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବା ମୋର ଲକ୍ଷ୍ୟ । ଜାତୀୟସ୍ତରରେ ଏକ ଶୋ କଲାବେଳେ ଡଙ୍ଗରିଆ ହସ୍ତତନ୍ତର ପୋଷାକ ଓ ଧୋତି ପିନ୍ଧିଥିଲି । ଏହାକୁ ନେଇ ଅନେକ ମୋ ଉପରେ ହସିଥିଲେ । ହେଲେ ଏହାକୁ ପିନ୍ଧିବା ପରେ ଅନେକ ଏହି ହସ୍ତତନ୍ତ ବିଷୟରେ ଜାଣିପାରିଥିଲେ । ଆଗାମୀ ଦିନରେ ପାରମ୍ପରିକ ପୋଷାକାକୁ ନେଇ ଡିଜାଇନ୍‌ କରିବାକୁ ଲକ୍ଷ୍ୟ । ଅଭିନେତ୍ରୀ ଡାଏନା କହିଥିଲେ, ଏହି କାର୍ଯ୍ୟକ୍ରମରେ ସୃଜନଶୀଳତାର ସ୍ୱାକ୍ଷର ଦେଖିବାକୁ ମିଳିଲା ।