ନୂଆଦିଲ୍ଲୀ,୨୮/୦୨:   ଆଖି ପିଛୁଳାକେ ଘରେ ଆପଲ ପ୍ରଡ଼କ୍ଟ । ଅର୍ଡର କରିବାର ମାତ୍ର ୧୦ ମିନିଟ ପରେ ଆପଣଙ୍କ ଘରେ ଆପଲର ମାକବୁକ, ଆଇପ୍ୟାଡ୍ ଓ  ଆପଲର ଅନ୍ୟ ପ୍ରଡ଼କ୍ଟ ପହଞ୍ଚିବ। କ୍ବିକ୍‌ ଡେଲିଭରି ସେବା ଯୋଗାଉଥିବା ପ୍ଲାଟଫର୍ମ ବ୍ଲିଙ୍କଇଟ୍‌ ଏହାର ୧୦ ମିନିଟ୍‌ ସେବାକୁ ବିସ୍ତାର କରି ଏହି ସୁବିଧା ନିଜ ଗ୍ରାହକଙ୍କୁ ଯୋଗାଇଛି । ଏ ନେଇ ସିଇଓ ଅଲବିନ୍ଦର ଢିଢଁସା  ସୋସିଆଲ ମିଡି଼ଆ ଆକାଉଣ୍ଟରେ ଏକ୍ସରେ ସୂଚନା ଦେଇଛନ୍ତି । 

ସେ ଏକ୍ସରେ ଲେଖିଛନ୍ତି ଯେ,ବ୍ଲିଙ୍କଇଟ୍‌ରେ ନୂଆ ଲଞ୍ଚ । ବର୍ତ୍ତମାନ ଆପ୍‌ ମାକବୁକ ଏୟାର, ଆଇପ୍ୟାଡ଼୍,ଏୟାରପଡ଼୍ସ, ଆପଲ ଓ୍ବାଚ ଓ ଅନ୍ୟ ଆପଲ ପ୍ରଡ଼କ୍ଟ ଏଣିକି ୧୦ ମିନିଟରେ ଘରେ ପହଞ୍ଚାଇବ । ଆମେ ଦିଲ୍ଲୀ ଏନସିଆର, ମୁମ୍ବାଇସ ହାଇଦ୍ରାବାଦ,ପୁଣେ, ଲକ୍ଷ୍ନୌ,ଅହମ୍ମଦାବାଦ, ଚଣ୍ଡିଗଡ,ଚେନ୍ନାଇ,ବେଙ୍ଗାଲୁରୁ ଓ କୋଲକାତାରେ ଡେଲିଭରୀ ଆରମ୍ଭ କରିଦେଇଛୁ। କମ୍ପାନି ଆହୁରି ମଧ୍ୟ କହିଛି ଯେ, ବର୍ତ୍ତମାନ ଆପଲର ଏହି ପ୍ରଡ଼କ୍ଟ ଡେଲିଭରୀ ପାଇଁ ଉପଲବ୍ଧ ଥିବା ବେଳେ କିଛି ଯାଗାରେ ଏହା ଖୁବଶୀଘ୍ର ବୋଲି ଆପରେ ଦେଖାଉଛି । 




ବ୍ଲିଙ୍କଇଟ୍‌ ୟୁଜର୍ସଙ୍କୁ ପୂର୍ବରୁ ହିଁ ୧୦ ମିନିଟରେ ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ଜିନିଷ ଡେଲିଭରୀ ହୋଇପାରୁଥିଲା । ଯଦିଓ କମ୍ପାନି ସିଇଓ କହିଛନ୍ତି ,  ଏହି ଆପଲ୍ ପ୍ରଡ଼କ୍ଟଗୁଡ଼ିକ ଏବେ ଡେଲିଭରୀ ପାଇଁ ଉପଲବ୍ଧ। କିନ୍ତୁ କିଛି ପ୍ରଡ଼କ୍ଟ ଯେପରିକି ଆଇପ୍ୟାଡ଼୍ ଏବଂ ଆପଲ୍ ଇଅରପଡ୍ସ ଏବେ ବି ମୁମ୍ବାଇର କିଛି ସ୍ଥାନର ଆପରେ "ଖୁବ୍‌ଶୀଘ୍ର" ବୋଲି ଦେଖଉଛି। ଯଦି ମ୍ୟାକବୁକ୍, ଆଇପ୍ୟାଡ୍ ଏବଂ ଅନ୍ୟାନ୍ୟ ଆପଲ୍ ପ୍ରଡ଼କ୍ଟଗୁଡ଼ିକ ମାତ୍ର ୧୦ ମିନିଟ ମଧ୍ୟରେ ୟୁଜର୍ସଙ୍କ ପାଖରେ ପହଞ୍ଚାଯାଏ । ତେବେ ଏହା କମ୍ପାନୀ ପାଇଁ ଏକ ବଡ଼ ସଫଳତା ହେବ। କମ୍ପାନୀ ଦିଲ୍ଲୀ ଏନସିଆର, ମୁମ୍ବାଇ, ହାଇଦ୍ରାବାଦ, ପୁଣେ, ଲକ୍ଷ୍ନୌ, ଅହମ୍ମଦାବାଦ, ଚଣ୍ଡିଗଡ଼, ଚେନ୍ନାଇ, ଜୟପୁର, ବେଙ୍ଗାଲୁରୁ ଏବଂ କୋଲକାତାରେ ଏହି ଡେଲିଭରି ଆରମ୍ଭ କରିଛି।