ଫିରିଙ୍ଗିଆ, ୨୨।୨ କନ୍ଧମାଳ ଜିଲ୍ଲା ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କୁଡୁକି ଘାଟିରେ ଜଣେ ମାନସିକ ବିକାର ଗ୍ରସ୍ତ ଯୁବକ ଦୁଇଦିନ ଦିନ ହେଲା ଉତ୍ପାତ କରି ଚାଲିଛି। ଯୁବକ ଜଣକ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ମାନଙ୍କ ଉପରେ ବିନା କାରଣରେ ପଥର ମାରିବା ସହ ଆକ୍ରମଣ କରୁଛି । ରବିବାର ଫିରିଙ୍ଗିଆ ବ୍ଲକ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଯେନାଙ୍କ ଗାଡିର କାଚ ଯୁବକଙ୍କ ପଥର ମାଡରେ ଭାଙ୍ଗିଯାଇଥିବା ସହ ସେ ସାମାନ୍ୟ ଆହତ ହୋଇଛନ୍ତି।

ରବିବାର ସକାଳୁ ଫିରିଙ୍ଗିଆ ବ୍ଲକ ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଯେନା ତାଙ୍କ ସରକାରୀ ଗାଡ଼ିରେ ଫୁଲବାଣୀ ଜିଲ୍ଲା ଟ୍ରେଜେରିକୁ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବାଏକଲବ୍ୟ ଆବାସିକ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଆଣିବା ପାଇଁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ଯନ୍ତ୍ରୀଙ୍କ ଗାଡିକୁ ଗାଡି ଆକ୍ରମଣ କରିଥିଲା। ଯୁବକଙ୍କ ପଥର ମାଡ଼ରେ କାଚ ଭାଙ୍ଗି ଯାଇଥିବା ବେଳେ ଲେ ଯନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ସେପଟେ ପୁଣି ରବିବାର ସକାଳୁ ଏହି ଯୁବକଙ୍କ ପଥର ମାଡ଼ରେ ବିଶିପଡା ଅଂଚଳର ଜଣେ ବାଇକ ଆରାହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାକୁ ନେଇ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଫିରିଙ୍ଗିଆ ଥାନାରେ ଏକ ଲିଖୂତ ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି ।